ଖିଅ ଖୋଜୁଛି କ୍ରାଇମ୍ ବ୍ରାଞ୍ଚ ଟିମ୍

ନବ ଦାସ ହତ୍ୟାକାଣ୍ଡ
ଭୁବନେଶ୍ୱର, ୩୧ା୧(ବୁ୍ୟରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୪୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ତାହା ସାମନାକୁ ଆସିପାରିନି । କ୍ରାଇମ ବ୍ରାଞ୍ଚର ଗୋଟିଏ ଟିମ୍ ଝାରସୁଗୁଡାରେ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଏକ ଟିମ୍ ବ୍ରହ୍ମପୁରରେ ଡେରା ପକାଇଛି । ଏଏସଆଇ ଗୋପଳ କୃର୍ଷ୍ଣଙ୍କ ଘର ଓ ପୌତୃକ ଘର ଚଢାଉ କରି ହତ୍ୟାକାଣ୍ଡର ସୁରଗ ଯୋଗାଡ କରିବା ଲାଗିଛି । ଏହାରି ଭିତରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଆଉ ଏକ ଆଠ ଜଣିଆ ଟିମ୍ ଗଠନ କରାଯାଇଛି । ଡିଏସପି ବାସୁଦେବ ଭୂୟାଁଙ୍କ ନେତୃତ୍ୱ ଗଠିତ ଏହି ଟିମ୍ ତଦନ୍ତରେ ସହଯୋଗ ପାଇଁ ଝାରସୁଗୁଡା ଗସ୍ତ କରିବ । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ପଛରେ ବ୍ୟକ୍ତିଗତ ଶତୃତା, ନା ମାନସିକ ବିକାର ନା ସୁପାରୀ କିଲ୍ିଂ ତାକୁ ନେଇ ରାଜ୍ୟବ୍ୟପି ଚର୍ଚ୍ଚା ଆଲୋଚନା ଜାରି ରହିଛି । ଏହାରି ଭିତରେ ମନ୍ତ୍ରୀ ନବୀ ଦାସଙ୍କ ପୋଷ୍ଟ ମର୍ଟୋମ୍ ରିପୋର୍ଟ ଆଜି କ୍ରାଇମ୍ ବ୍ରାଞ୍ଚକୁ ପ୍ରଦାନ କରାଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଦଶକ ଏଲ୍.ଡି.ସାହୁ ସୂଚନା ଦେଇଛନ୍ତି । ଅପରପକ୍ଷରେ ହତ୍ୟାକାଣ୍ଡର ତୃତୀୟ ଦିନରେ ମଧ୍ୟ କ୍ରାଇମ ବ୍ରାଞ୍ଚ ଟିମ୍ ତାର ଛାନଭିନ ଜାରି ରଖିଛି । ଆଜି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱ କ୍ରାଇମ ବ୍ରାଞ୍ଚର ଫରେନ୍ସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଟିକ୍ ନିଖ୍ ଯାଞ୍ଚ କରିଥିଲେ । ଅନ୍ୟପକ୍ଷରେ ନବ ଦାସଙ୍କ ଗାଡି ଚଳାଉଥିବା ଡ୍ରାଇଭର ଏବଂ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ଉଠାଇନେଇ ଜେରା କରିଥିବା ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *