ମେ’ ସୁଦ୍ଧା ବିଦେଶକୁ ଉଡ଼ାଣ

ଭୁବନେଶ୍ୱର, ୩୧ା୧(ବୁ୍ୟରୋ): ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ମେ ସୁଦ୍ଧା ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ସେବା ମିଳିବ । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏୟାରପୋର୍ଟ ନିଦେ୍ର୍ଦଶକ ପ୍ରସନ୍ନ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି, ସିଙ୍ଗାପୁର ସମେତ ଦୁବାଇ ଓ ବ୍ୟାଙ୍କକ୍କୁ ଏଣିକି ସିଧାସଳଖ ବିମାନ ସେବା ଉପଲବ୍ଧ ହୋଇପାରିବ । ଏନେଇ ରାଜ୍ୟ ସରକାର ଓ ଇଣ୍ଡିଗୋ ଏୟାର ଲାଇନ୍ସ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ବିମାନ ସେବା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ପୁରୁଣା ଟର୍ମିନାଲର ଅଧୁନିକୀକରଣ କରାଯିବ ।
ଅପରପକ୍ଷରେ ଆରମ୍ଭ ହୋଇଛି ଭୁବନେଶ୍ୱର-ଜାମସେଦପୁର-କଲକତା ବିମାନ ସେବା । ଇଣ୍ଡିଆ ଏୟାର ୱାନ୍ ପକ୍ଷରୁ ବିମାନ ସେବା ପ୍ରଦାନ କରାଯାଇଛି । ମଙ୍ଗଳବାର ଏହି ବିମାନ ତାର ପ୍ରଥମ ଉଡାଣ ଭରିଛି । ଇଣ୍ଡିଆ ଏୟାର ୱାନ୍ ବିମାନ ଭୁବନେଶ୍ୱରରୁ ସକାଳ ୯ ଟାରେ ଛାଡ଼ି ୧୦ ଟା ୫୦ ମିନିଟ୍ରେ ଜାମସେଦପୁରରେ ପହଞ୍ଚିଛି । ପୁଣି ଜାମସେଦପୁରରୁ ଦିନ ୧୧ ଟା ୩୦ରେ ଉଡାଣ ଭରି କଲିକତାରେ ୧୨ ଟା ୩୫ରେ ପହଞ୍ଚିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *