ରାଷ୍ଟ୍ରପତିଙ୍କ ଭାଷଣ ପରିବର୍ତ୍ତିତ ଭାରତର ପ୍ରତିଛବି

ନୂଆଦିଲ୍ଲୀ (ଏଜେନ୍ସି): ଆଜି ଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ସଦନକୁ ସମ୍ବୋଧିତ କରିଛନ୍ତି । ଅନ୍ୟପକ୍ଷେ ରାଷ୍ଟ୍ରପତିଙ୍କ ଭାଷଣରେ ଯୁଗୋପଯୋଗୀ, ପରିବର୍ତ୍ତିତ ଭାରତର ଛବି ପ୍ରତିଫଳିତ ହୋଇଥିବା ଶାସକ ବିଜେପି କହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ କହିଛନ୍ତି, ଦେଶର ସାମ୍ପ୍ରତିକ ସ୍ଥିତିକୁୂ ରାଷ୍ଟ୍ରପତି ନିଜ ଭାଷଣ ମାଧ୍ୟମରେ ଉଜାଗର କରିଛନ୍ତି । ଦେଶର ବିକାଶ ତଥା ସୁରକ୍ଷା ଦିଗରେ କେନ୍ଦ୍ର ସରକାର କରୁଥିବା କାମକୁ ରାଷ୍ଟ୍ରପତି ପ୍ରଶଂସା କରିବା ବାସ୍ତବିକ ଉଲ୍ଲେଖଯୋଗ୍ୟ । ସେହିପରି ରାଷ୍ଟ୍ରପତି ନିଜ ଭାଷଣରେ ଦେଇଥିବା ପରାମର୍ଶକୁ ମଧ୍ୟ କାର୍ଯ୍ୟକାରୀ କରିବା ଦିଗରେ ଭାରତ ସରକାର ନିଜ ଚେଷ୍ଟା ଜାରି ରଖିବେ ।
ଅନ୍ୟପକ୍ଷେ ରାଷ୍ଟ୍ରପତି ନିଜ ଭାଷଣରେ ରଖିଥିବା ବକ୍ତବ୍ୟକୁ ସମ୍ପୂର୍ଣ୍ଣ ନିର୍ବାଚନୀ ପ୍ରଚାର ଭାଷଣ ବୋଲି କହି କଟାକ୍ଷ କରିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର, ସଂସଦ ଭବନ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏପରି କହିଛନ୍ତି । ଶଶିଙ୍କ କହିବାନୁସାରେ ରାଷ୍ଟ୍ରପତି, ନିଜ ଭାଷଣରେ କେବଳ ସରକାରଙ୍କ ପ୍ରଶଂସା ଏବଂ ଗୁଣଗାନ କରିବା ଅନୁଭୂତ ହେଉଛି । ଦେଶର ବାସ୍ତବିକ ସମସ୍ୟା ସମ୍ପର୍କରେ ରାଷ୍ଟ୍ରପତି ନିଜ ଭାଷଣରେ ପଦୁଟିଏ ନକହିବା କିମ୍ବା ସେସବୁ ସମସ୍ୟା ପ୍ରତି ଦୃଷ୍ଟିପାତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *