୬୧ ମୃତ, ୧୯୪ ଆହତ
ପେଶାୱର ମସଜିଦ୍ରେ ଆତ୍ମଘାତୀ ବିସ୍ଫୋରଣ
ପେଶାୱର, ୩୧ା୧: ପେଶାୱର ନଗରୀର ସମ୍ବେଦନଶୀଳ ରେଡ୍ ଜୋନ୍ ଇଲାକା ଅନ୍ତର୍ଗତ ପୁଲିସ୍ ଲାଇନ୍ରେ ସୋମବାର ଦ୍ୱିପ୍ରହର ବେଳେ ଏକ ମସଜିଦ୍ ଭିତରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏଥିରେ ଅତି କମ୍ରେ ୬୧ ଜଣଙ୍କ ମୃତୁ୍ୟ ଘଟିଛି । ପ୍ରାୟ ୧୯୪ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ମସଜିଦ୍ର ଛାତ ଗଳି ପଡ଼ିଥିଲା । ଅଧିକାଂଶ ବ୍ୟକ୍ତି ଛାତ ତଳେ ଚାପି ହୋଇ ପ୍ରାଣ ହରାଇଥିଲେ । ଏହି ସୁଇସାଇଡ୍ ବ୍ଲାଷ୍ଟ୍ ପରେ ରାଜଧାନୀ ଇସ୍ଲାମାବାଦ ସମେତ ସମଗ୍ର ପାକିସ୍ତାନରେ ହାଇ ଆଲର୍ଟ ଜାରି କରାଯାଇଛି ।
ପରିସ୍ଥିତିକୁ ଚାହିଁ ପେଶାୱରରେ ମେଡିକାଲ ଇମର୍ଜେନ୍ସି ଘୋଷଣା କରାଯାଇଛି । ଲେଡୀ ରିଡିଙ୍ଗ୍ ହସ୍ପିଟାଲରେ ଚିକିତ୍ସାଧୀନ ଆହତମାନଙ୍କ ପାଇଁ ରକ୍ତ ଅଭାବ ଦେଖାଦେଇଛି । ବିଶେଷ କରି ଓ ନେଗେଟିଭ୍ ବ୍ଲଡ୍ ସଂକଟ ସୃଷ୍ଟି ହୋଇଛି । ଗଭର୍ଣ୍ଣର ଯୁବକମାନଙ୍କୁ ରକ୍ତଦାନ ପାଇଁ ନିବେଦନ କରିଛନ୍ତି । ବିସ୍ଫୋରଣ ସମୟରେ ଆଖପାଖରେ ପ୍ରାୟ ୪ଠଠ ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ । ମସଜିଦ୍ ଭିତରେ ୫୫ଠ ଜଣ ନମାଜ ପାଠ କରୁଥିବା ବେଳେ ଚାରିସ୍ତରୀୟ ସୁରକ୍ଷା ବଳୟ ଭେଦ କରି ପହଞ୍ଚôଥିଲା ତହରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ଆତଙ୍କୀ । ଟିଟିପିର ମୃତ କମାଣ୍ଡର ଉମର ଖାଲିଦର ଜଣେ ଭାଇ କହିଛି ଆଫଗାନିସ୍ତାନରେ ଗତବର୍ଷ ଅଗଷ୍ଟରେ ତାଙ୍କ ଭାଇ ନିହତ ହେବାର ବଦ୍ଲା ନେବା ଉଦେ୍ଦଶ୍ୟରେ ଏହି ବିସ୍ଫୋରଣ କରାଯାଇଛି ।