ଅର୍ଥମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ
ଭୁବନେଶ୍ୱର, ୩୦ା୧(ବୁ୍ୟରୋ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରବିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ପଦବୀ ଖାଲି ପଡିଥିଲା । ଏକ ସମ୍ବେଦନଶୀଳ ବିଭାଗର ଦାୟିତ୍ୱ ତୁଲାଇବା ପାଇଁ ରାଜ୍ୟ ସରକାର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାମ ସୁପାରିଶ କରିଥିଲେ । ଏନେଇ ରାଜ୍ୟ ସରକାର ରାଜଭବନକୁ ଲିଖିତ ଭାବେ ଜଣାଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସୋମବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମନ୍ତ୍ରୀ ନିରଞ୍ଜନ ପୂଜାର ବର୍ତ୍ତମାନ ରାଜ୍ୟ ସରକାରରେ ଅର୍ଥ ଓ ସଂସଦୀୟ ବ୍ୟାପର ବିଭାଗର ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଉଥିଲେ । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁମୋଦିତ ହେବା ପରେ ରାଜ୍ୟପାଳ ଅର୍ଥମନ୍ତ୍ରୀ ଶ୍ରୀପୂଜାରୀଙ୍କୁ ପୋର୍ଟଫୋଲିଓ ପ୍ରଦାନ କରିଛନ୍ତି । ଏନେଇ ମୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।