ନବଙ୍କ ପାର୍ଥôବ ଶରୀର ପଞ୍ଚଭୂତରେ ଲୀନ

ଭୁବନେଶ୍ୱର, ୩୦ା୧(ବୁ୍ୟରୋ): ପଞ୍ଚଭୂତରେ ଲୀନ ହୋଇଛି ନବକିଶୋର ଦାସଙ୍କ ପାର୍ଥôବ ଶରୀର । ସୋମବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦିବଂଗତ ମନ୍ତ୍ରୀଙ୍କ ଝରସୁଗୁଡା ଖେରୁଆଲ ନଦୀ ନିକଟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ବିଶାଳ ଦାସ ମୁଖାଗ୍ନି ଦେଇଥିଲେ । ହଜାର ହଜାର କର୍ମୀ ଓ ଶୁଭେଚ୍ଛୁ, ଆତ୍ମୀୟ ସ୍ୱଜନ ନବ ଦାସଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ । ପ୍ରିୟ ନେତାଙ୍କୁ ହରାଇଥିବା ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡିଥିଲା ଶ୍ମଶାନ ଘାଟ ।
ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ବରିଷ୍ଠ ମନ୍ତ୍ରୀ ଶେଷକୃତ୍ୟରେ ସାମିଲ ହୋଇଥିଲେ । ସଂସଦୀୟ ବ୍ୟାପାର ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବାଣିଜ୍ୟ, ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଶେଷକୃତ୍ୟରେ ଯୋଗ ଦେଇଥିଲେ । ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ହଜାର ହଜାର ଜନତା ପ୍ରିୟ ନେତାଙ୍କ ଶେଷ ଦର୍ଶନ ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନବ କିଶୋର ଦାସ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଶ୍ମଶାନ ଘାଟ ।
ଗତକାଲି ବିଳମ୍ବିତ ରାତ୍ରିରେ ଶବ ବ୍ୟବଚ୍ଛେଦ ପରେ ନବ କିଶୋରଙ୍କ ପାର୍ଥôବ ଶରୀରବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ବିଧାନସଭା ସଦସ୍ୟ ଓ କର୍ମଚାରୀଗଣ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ତାଙ୍କ ମର ଶରୀରକୁ ଭୁବନେଶ୍ୱର ସ୍ଥିତ ସରକାରୀ ବାସ ଭବନରେ ରଖାଯାଇଥିଲା । ସୋମବାର ସକାଳୁ ଦିଂବଗଗତ ମନ୍ତ୍ରୀଙ୍କ ଶେଷ ଦର୍ଶନ ଲାଗି ଭୁବନେଶ୍ୱର ସରକାରୀ ବାସଭବନରେ ନେତା ଓ ସମର୍ଥକଙ୍କ ଭିଡ ଜମିଥିବା ଦେଖିବାକୁ ମିଲିଥିଲା । ଦଳମତ ନିର୍ବିଶେଷରେ ବହୁ ବିଧାୟକ, ନେତା ଓ ମନ୍ତ୍ରୀ ପହଞ୍ଚô ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବଙ୍କ ସରକାରୀ ବାସଭବନରେ ପହଞ୍ଚି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହା ପରେ ତାଙ୍କ ମରଶରୀରକୁ ବିଜେଡି ଦଳୀୟ କର୍ଯ୍ୟାଳୟ ପରିସରକୁ ନିଆଯାଇଥିଲା । ସେଠାରେ ବିଜେଡିର ପ୍ରମୁଖ ନେତାମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କିଛି ସମୟ ପରେ ବିମାନ ଯୋଗେ ତାଙ୍କ ପାର୍ଥôବ ଶରୀରକୁ ଝାରସୁଗୁଡା ଅଭିମୁଖେ ନିଆଯାଇଥିଲା ।
ନବଙ୍କ ପାର୍ଥôବ ଶରୀର ପହଞ୍ଚôବାର ବହୁ ପୂର୍ବରୁ ଶେଷ ଦର୍ଶନ ପାଇଁ ଝାରସୁଗୁଡା ବିମାନ ବନ୍ଦର ଅଞ୍ଚଳ ଜନସମୁଦ୍ର ପାଲଟିଯାଇଥିଲା । ପାର୍ଥôବ ଶରୀରକୁ ବିମାନ ବନ୍ଦରରୁ ତାଙ୍କ ସରବାହାଲସ୍ଥିତ ବାସଭବନକୁ ନିଆଯାଇ ସେଠାରେ ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ମହିଳା ସମର୍ଥକମାନେ ନିଜ ପ୍ରିୟ ଦାଦାକୁ ହରାଇ କଇଁ କଇଁ କାନ୍ଦୁ ଥିଲେ । ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ହୋଇଥିଲା । ଏହା ପରେ ମର ଶରୀରକୁ ମନମୋହନ ସ୍କୁଲ ପରିସରକୁ ନିଆଯାଇଥିଲା ଯେଉଁଠି ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିଶେଷରେ ଖେରୁଆଲ ନଦୀ ବ୍ରିଜ୍ ନିକଟ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ଝୁରୁଛି ପରିବାର
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବିୟୋଗରେ ମ୍ରିୟମାଣ ହୋଇ ସମ୍ପୂର୍ଣ୍ଣ ଭାଙ୍ଗି ପରିଛନ୍ତି ତାଙ୍କ ପରିବାର ବର୍ଗ । ଏହି ଦୁଃଖଦ ଘଟଣା ପରେ ପତ୍ନୀଙ୍କ ଆଖୁରୁ ଲୁହ ଥମିବାର ନାଁ ଧରୁନି । ଏପରି କି ଭୁବନେଶ୍ୱର ସରକାରୀ ବାସଭାବନରୁ ତାଙ୍କ ପାର୍ଥôବ ଶରୀର ବାହାରିବା ପରେ ସ୍ୱର୍ଗ ରଥକୁ ଧରି ଭାବବିହ୍ୱଳ ହୋଇ କୋହ ଭରା କଣ୍ଠରେ ବାହୁନୀ ବାହୁନୀ କାନ୍ଧୁଥିଲେ ନବଙ୍କ ପତ୍ନୀ । ଶେଷ ଥର ପାଇଁ ସ୍ୱାମୀଙ୍କୁ ବିଦାୟ ଦେବା ବେଳେ ଧୈର୍ଯ୍ୟହରା ହୋଇପଡିଥିଲେ । ଯାହାର ହାତ ଧରି ଦାମ୍ପତ୍ୟର ବାଟ ଚାଲିଥିଲେ ତାଙ୍କୁ ଚିର ନିଦ୍ରାରେ ଶୋଇଥିବା ଦେଖ ଏଶୁଣ! କାହିକି ପଲାଉଛି ତୁମେ ବୋଲି ପ୍ରଶ୍ନ କରି ଭେ୍ା ଭୋ ହୋଇ କାନ୍ଧୁଥିଲେ ନବଙ୍କ ପତ୍ନୀ । ବେଶ କିଛି ସମୟ ଧରି ମାଁଙ୍କୁ ବୁଝାଇ ଘରକୁ ଆଣିଥିଲେ ପୁଅ ବିଶାଳ । ତେବେ ମୁଖାଗ୍ନୀ ବେଳେ ସ୍ମଶାନରେ ଭୋ ଭୋ ହୋଇ କାନ୍ଧି ଉଠିଥିଲେ ପୁଅ ବିଶାଳ ଓ ଝିଅ ଦୀପାଳୀ ଦାସ ।

 

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *