ଏଏସ୍ଆଇ ଗୋପାଳ ବରଖାସ୍ତ
୭ ଦନିଆ ରିମାଣ୍ଡ୍ରେ ଆଣିବ କ୍ରାଇମ୍ ବ୍ରାଞ୍ଚ୍
ଭୁବନେଶ୍ୱର/ବ୍ରହ୍ମପୁର, ୩୦ା୧(ବୁ୍ୟରୋ): ହତ୍ୟା ଅଭିଯୁକ୍ତ ଏଏସ୍ଆଇ ଗୋପଳ କୃର୍ଷ୍ଣ ଦାସ ଗିରଫ ହେବା ପରେ ତାକୁ ଚାକିରୀରୁ ବିହିଷ୍କୃତ କରିଛନ୍ତି ଝାରସୁଗୁଡା ଏସ୍ପି । ସେ ଗାନ୍ଧୀ ଛକ ଫାଣ୍ଡି ରେ ଏଏସଆଇ ଭଆବେ କାର୍ଯ୍ୟରତ ଥିଲେ । ସମ୍ବିଧାନର ଧାରା ୩୧୧ ଅନୁଯାୟୀ ଗୋପାଳଙ୍କୁ ବିହିଷ୍କାର କରାଯାଇଛି । ରବିବାର ମଧ୍ୟହ୍ନରେ ଡୁ୍ୟଟିରେ ଥିବା ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମୃତୁ୍ୟ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି
କ୍ରାଇମ ବ୍ରାଞ୍ଚ ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବ୍ରୋଥ୍ରାଙ୍କୁ ନେନୃତ୍ୱରେ ୭ ଜଣିଆ ଟିମ୍ ଅଭିଯୁକ୍ତ ଗୋପଳଙ୍କୁ ପଚାରାଉଚରା ପରେ ସୋମବାର ଗିରଫ କରାଯାଇଛି ବୋଲି କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବ୍ରୋଥ୍ରା କହିଛନ୍ତି । ଏସମ୍ପର୍କରେ ସୂଚନା ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ ଗୋପଳ ନବ ଦାସଙ୍କୁ ପିଏସ୍ଓ ନଥିଲେ । ଏଥିପୂର୍ବରୁ ଗୋପାଳଙ୍କ ପତ୍ନୀ ଜୟନ୍ତୀ ଦାସ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ଅନେକ ସମୟରେ ସେ ଘରକୁ ଆସୁନଥିଲେ ।
ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କ ପରିବାର ଲୋକେ ଶିଳ୍ପାଞ୍ଚଳସ୍ଥିତ ଘର ଛାଡି ଏବେ ନିଜ ଗ୍ରାମକୁ ଯାଇଛନ୍ତି । ଗତ ରବିବାର ଦିନ ଘଟଣା ଘଟିବାପରେ ଗୋପାଳଙ୍କ ପତ୍ନୀ ଓ ତାଙ୍କ ପରିବାର ଲୋକେ ଗୋପାଳଙ୍କ ନିଜ ଘର ଶିଳ୍ପାଞ୍ଚଳରେ ରହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ତେବେ ରାତିରେ ଘରେ ତାଲା ପକାଇବା ସହ ଘର ବାହାରେ ଲାଗିଥିବା ଗୋପାଳଙ୍କ ପରିଚୟ ବୋର୍ଡକୁ ବାହାରକରି ଚାଲିଯାଇଥିଲେ । ଯାହାକୁ ନେଇ ଅନେକ ସନେ୍ଦହ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଗୋପାଳଙ୍କ ପରିବାର ଲୋକେ ନିଜ ଘର ଜଳେଶ୍ୱରପୁରକୁ ଚାଲିଯାଇଥିବା ଜଣାପଡିଥିଲା । ନିଜ ଭିଟାମାଟି ଛାଡି କୁଆଡେ ଯିବିନାହିଁ ଓ ପୁଲିସ୍କୁ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବି ବୋଲି କହିଛନ୍ତି ଗୋପାଳଙ୍କ ପତ୍ନୀ ଜୟନ୍ତୀ ।