ଆଶାରାମ ଦୋଷୀ ସାବ୍ୟସ୍ତ
ଶିଷ୍ୟା ଦୁଷ୍କର୍ମ ମାମଲା
ଗାନ୍ଧୀନଗର, ୩ଠା୧: ଦୁଷ୍କର୍ମ ମାମଲାରେ ଆଜୀବନ କାରାବାସ ଭୋଗୁଥିବା ଆଶାରାମ ବାପୁଙ୍କୁ ଗାନ୍ଧୀନଗରର ଅଦାଲତ ସୋମବାର ଆଉ ଏକ ବଡ ଝଟ୍କା ଦେଇଛନ୍ତି । ଜଣେ ଶିଷ୍ୟାଙ୍କ ସହ ଦୁଷ୍କର୍ମ ମାମଲାରେ ଆଶାରାମ ପୁନର୍ବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲା ସୁରତ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ୨୦୧୩ରେ ରୁଜୁ ହୋଇଥିଲା । ନ୍ୟାୟଧିଶ ଡିକେ ସୋନି ମଙ୍ଗଳବାର ଦଣ୍ଡ ଘୋଷଣା କରିବେ । ପ୍ରମାଣ ଅଭାବରେ ଆଶାରାମଙ୍କ ପନôୀଙ୍କ ସମେତ ଅନ୍ୟ ୬ ଅଭିଯୁକ୍ତଙ୍କୁ ଖଲାସ କରିଦିଆଯାଇଛି । ଜଣେ ଅଭିଯୁକ୍ତଙ୍କର ଶୁଣାଣି କାଳରେ ମୃତୁ୍ୟ ଘଟିଥିଲା । ପୁଲିସ୍ ୨୦୧୪ ଜୁଲାଇରେ ଚାର୍ଜସିଟ୍ ଦାଖଲ କରିଥିଲା । ଅଦାଲତ ଅଭିଯୋଜନ ପକ୍ଷଙ୍କ ତର୍କ ଗ୍ରହଣ କରି ବିଚାରପତି ଧାରା ୩୭୬ ୨(ସି) (ବଳାକ୍ରାର), ୩୭୭ (ଅପ୍ରାକୃତିକ ଯୌନ ଅପରାଧ) ଓ ଭାରତୀୟ ଦଣ୍ଡ ସଂହିତାର ଅନ୍ୟାନ୍ୟ ଧାରା ଅନୁଯାୟୀ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଶାରାମଙ୍କ ବିରୋଧରେ ପୂର୍ବରୁ ବହୁ ଅଭିଯୋଗ ଥିଲା । ୨୦୦୮ରେ ଆଶାରାମଙ୍କ ମୋଟେରାସ୍ଥିତ ଗୁରୁକୂଳରେ ୨ ଜଣ ଶିଶୁଙ୍କ ସନେ୍ଦହଜନକଭାବେ ମୃତୁ୍ୟ ଘଟିଥିଲା । ତନ୍ତ୍ରମନ୍ତ୍ର ପାଇଁ ଆଶାରାମଙ୍କ ନିଦେ୍ର୍ଦଶରେ ଦୁହିଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା । ୨୦୦୯ରେ ତନ୍ତ୍ରମନ୍ତ୍ର ମାମଲାରେ ପୁଣିଥରେ ଆଶାରାମ ବିବାଦକୁ ଆସିଥିଲେ । ରାଜୁ ଚନ୍ଦକ ନାମକ ବ୍ୟକ୍ତି ଆଶାରାମଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ଆଶ୍ରମରେ ବାପୁ ମହିଳାଙ୍କୁ ଯୌନ ଶୋଷଣ କରୁଛନ୍ତି । ୨୦୧୨ ଡିସେମ୍ବରରେ ରାଜସ୍ଥାନ ପାଲି ଜିଲ୍ଲାରେ ଆଶାରାମ ଏକ କାର୍ଯ୍ୟକ୍ରମ ପରେ ଭକ୍ତମାନଙ୍କ ସହ ଅଭଦ୍ର ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା । ସେହିପରି ୧୦୦ ଏକର ଜମି ହଡପ ମାମଲାରେ ଆଶାରାମ ଅଭିଯୁକ୍ତ । ଏ ସମ୍ବନ୍ଧୀୟ ମାମଲା ୨୦୦୧ରେ ରୁଜୁ ହୋଇଥିଲା ।