‘ଆମେ ଏକାଠି ରହିବୁ’
ତୁଟିଲା ଶ୍ରୀୟା-ହୁ୍ୟମାନ ବିବାଦ
କଟକ (ବୁ୍ୟରୋ): କଣ୍ଠଶିଳ୍ପୀ ହୁ୍ୟମାନ ସାଗର ଓ ତାଙ୍କ ପନôୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦର ସମାଧାନ ହୋଇଛି । ଏଣିକି ଉଭୟେ ଏକାଠି ରହିବାକୁ ରାଜି ହୋଇଥିବା ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀୟା ତାଙ୍କ ଅଭିଭାବକଙ୍କ ସହ ଆଲୋଚନା କରି ଏକ ମାସ ଭିତରେ ହୁ୍ୟମାନଙ୍କ ଘରକୁ ଆସି ରହିବେ ବୋଲି କହିଥିବା ଏସିପି ମହାପାତ୍ର ସୂଚନା ଦେଇଛନ୍ତି । ହୁ୍ୟମାନ ସାଗର ଓ ତାଙ୍କ ମା’ ମଧ୍ୟ ସମାନ କଥା ଦୋହରାଇଛନ୍ତି । ବୁଝାମଣା ହୋଇଥିବା ଓ ଏକାଠି ରହିବା ବିଷୟରେ ମଧ୍ୟ ଦୁହେଁ ଗଣମାଧ୍ୟମକୁ କହିଛନ୍ତି ।
ହୁ୍ୟମାନ ଓ ଶ୍ରୀୟା ସୋମବାର ମହିଳା ଥାନାରେ ହାଜର ହୋଇଥିବା ବେଳେ ଦ୍ୱିତୀୟ ଥର ପାଇଁ ପୁଲିସ ଉଭୟଙ୍କୁ କାଉନସେଲିଂ କରିଥିଲା । ହୁ୍ୟମାନଙ୍କ ମା’ ଶେଫାଳି ସୁନା ମଧ୍ୟ ଉପସ୍ଥିତ ଥିଲେ । ମହିଳା ଥାନାରେ ଉଭୟ ଏକାଠି ରହିବା ପାଇଁ ନିଜ ନିଜର ନିଷ୍ପତ୍ତି ଜଣାଇଥିଲେ ।