ସମାନ ସ୍ଥିତିରେ ସିରିଜ୍
ଦ୍ୱିତୀୟ ଟି-୨୦ ଜିତିଲା ଭାରତ
ଦ୍ଭ ୬ ୱିକେଟ୍ରେ ହାରିଲା ନୁ୍ୟଜିଲାଣ୍ଡ ଦ୍ଭ ସୂର୍ଯ୍ୟକୁମାର ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’
ଲକ୍ଷ୍ନୌ, ୨୯ା୧ (ଏଜେନ୍ସି): ଟିମ୍ ଇଣ୍ଡିଆ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ନୁ୍ୟଜିଲାଣ୍ଡକୁ ୬ ୱିକେଟ୍ରେ ପରାସ୍ତ କରିଛି । ଏହା ସହିତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ ବରାବର ସ୍ଥିତିରେ ପହଞ୍ଚିଛି । ସୂର୍ଯ୍ୟକୁମାର ଯାଦବ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ସିରିଜ୍ର ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲା ଫେବ୍ରୁଆରୀ ୧ରେ ଅହମଦାବାଦରେ ଖେଳାଯିବ ।
ଏହା ଭାରତରେ ଖେଳାଯାଇଥିବା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଇତିହାସର ପ୍ରଥମ ମ୍ୟାଚ୍ ଥିଲା, ଯେଉଁଥିରେ କୌଣସି ଛକା ହୋଇ ନ ଥିଲା । ମ୍ୟାଚ୍ରେ ମୋଟ୍ ୧୪ ଚୌକା ହୋଇଥିଲା । ସେଥିମଧ୍ୟରେ କିୱି ୬ ଓ ଭାରତୀୟ ୮ ଚୌକା ମାରିଥିଲେ ।
ଭାରତ ରତ୍ନ ଅଟଳ ବିହାରୀ ଷ୍ଟାଡିୟମ୍ରେ ନୁ୍ୟଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ମିଚେଲ୍ ସାଣ୍ଟନର ୧୯ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଇକେଲ୍ ବ୍ରେସ୍ୱେଲ୍ ଓ ମାର୍କ ଚାପମ୍ୟାନ୍ ୧୪ ରନ୍ ଲେଖାଏଁ ଏବଂ ଓପନର୍ ଫିନ୍ ଆଲେନ୍ ଓ ଡେଭନ୍ କନୱେ ୧୧ ରନ୍ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ଦୁଇଟି ୱିକେଟ୍ ନେଇଥିବା ବେଳେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା, ଦୀପକ ହୁଡ଼ା, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ ୱାଶିଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।
ଜବାବରେ ଭାରତୀୟ ଟିମ୍ ୧୯.୫ ଓଭର୍ରେ ୪ ୱିକେଟ୍ ହରାଇ ୧୦୧ ରନ୍ କରି ବିଜୟୀ ହୋଇଥିଲା । ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୨୬ ଓ ହାର୍ଦ୍ଦିକ ୧୫ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶାନ କିଶନ ୧୯, ରାହୁଲ ତ୍ରିପାଠୀ ୧୩, ଶୁଭମନ ଗିଲ୍ ୧୧ ଓ ୱାଶିଂଟନ୍ ୧୦ ରନ୍ର ଇନିଂସ୍ ଖେଳିଥିଲେ ।