ଆସୁଛି ୮ମ ବେତନ ଆୟୋଗ

ବଜେଟ୍ରେ ହୋଇପାରେ ଘୋଷଣା
ନୂଆଦିଲ୍ଲୀ, ୨୮ା୧: କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହେବାକୁ ଆଉ ମାତ୍ର ୪ ଦିନ ବାକି ଅଛି । ସବୁ କ୍ଷେତ୍ରର ଲୋକେ ବଜେଟ୍ ପ୍ରତୀକ୍ଷାରେ ଅଛନ୍ତି । ସରକାରୀ କର୍ମଚାରୀମାନେ ଅନେକ ଆଶା ପୋଷଣ କରିଛନ୍ତି । ସରକାରୀ କର୍ମଚାରୀମାନେ ବହୁଦିନ ହେଲା ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ଦାବି କରିଆସୁଛନ୍ତି । ବିଶ୍ୱାସ କରାଯାଉଛି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ୍ରେ ଅଷ୍ଟମ ବେତନ ଆୟୋଗ ଆଣିବା ସମ୍ବନ୍ଧୀୟ ଘୋଷଣା କରିବେ ।
ଏବେ ଦେଶରେ ସପ୍ତମ ବେତନ ଆୟୋଗ ଚାଲିଛି । ଅଷ୍ଟମ ଆୟୋଗ ଘୋଷଣା କରାଗଲେ ସରକାରୀ କର୍ମଚାରୀମାନଙ୍କ ଦରମା ବହୁତ ବଢିଯିବ । ତଳିଆ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉଚ୍ଚ ପାହ୍ୟାର ଅଫିସରମାନଙ୍କ ବେତନ ବିପୁଳ ବୃଦ୍ଧି ଘଟିବ ।
କର୍ମଚାରୀମାନଙ୍କ ପାଇଁ ବେତନ ଆୟୋଗ ପ୍ରତି ୧୦ ବର୍ଷ ପରେ ଲାଗୁ କରାଯାଇଥାଏ । ଏପର୍ଯ୍ୟନ୍ତ ପଞ୍ଚମ, ଷଷ୍ଠ ଓ ସପ୍ତମ ବେତନ ଆୟୋଗ ଲାଗୁ କରିବାରେ ଏହି ପଦ୍ଧତି ଅନୁସୃତ ହୋଇଆସୁଛି । କର୍ମଚାରୀମାନେ ପୂର୍ବରୁ ଅନୁମାନ କରିଆସୁଥିଲେ ଯେ ୨୦୨୩ରେ ଅଷ୍ଟମ ବେତନ ଆୟୋଗ ଗଠିତ ହେବ ଏବଂ ଆୟୋଗଙ୍କ ସୁପାରିସ ୨୦୨୬ରେ ଲାଗୁ ହେବ ।
ସଂସଦର ବଜେଟ୍ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୪ ପର୍ଯ୍ୟନ୍ତ ଚାଲିବ । ତା ଭିତରେ ରହିବ ଗୋଟିଏ ମାସର ଅବକାଶ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ବଜେଟ୍ ପେସ୍ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *