ଆରପାରିରେ କବି ହୁସେନ ରବି ଗାନ୍ଧୀ
ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
କୋରେଇ/ଭୁବନେଶ୍ୱର/କଟକ, ୨୮ା୧(ଆପ୍ର/ବୁ୍ୟରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ କବି, ସାହିତିି୍ୟକ, ରାଜନେତା ହୁସେନ ରବି ଗାନ୍ଧୀ ଆଉ ଇହଜଗତରେ ନାହାନ୍ତି । କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଛନ୍ତି ଓ ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ସେ ଗତ କିଛିଦିନ ହେବ ମେରୁଦଣ୍ଡଜନିତ ରୋଗରେ ପୀଡ଼ିତ ଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ହୁସେନ ରବି ଗାନ୍ଧୀ ବିଜୁବାବୁଙ୍କ ସହ ଜଡ଼ିତ ଥିଲେ ।
ବିଜୁ ଜନତା ଦଳ ସହ ତାଙ୍କର ସମ୍ପୃକ୍ତି ରହିଥିଲା । ଦଳରେ ରହି ଦଳକୁ ମଜବୁତ କରିବା ସହ ବିଜୁବାବୁଙ୍କ ମୂଲ୍ୟବୋଧ ଓ ବିଜେଡିର ଲକ୍ଷ୍ୟକୁ ଆଗକୁ ନେବାରେ ସାହାଯ୍ୟ କରିଥିଲେ । ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ହୁସେନ୍ଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକାକୁଳ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ହୁସେନ୍ ରବି ଗାନ୍ଧୀ ୨୩ ଏପ୍ରିଲ ୧୯୪୮ରେ ଯାଜପୁର ଜିଲ୍ଲାର ହାଲଡିଗଡିଆ ଗାଁରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ମହମ୍ମଦ ମୋଜାମିଲ ହୁସେନ ଓ ତାଙ୍କ ଜେଜେ ଥିଲେ ଦାବିରୁଦ୍ଦିନ ମହମ୍ମଦ ଖାନ୍ ବାହାଦୂର । ଚଳଚ୍ଚିତ୍ର ନିଦେ୍ର୍ଦଶକ ତଥା ଲେଖକ ମେହମୁଦ ହୁସେନ୍ ତାଙ୍କର ସାନ ଭାଇ । ସ୍ୱର୍ଗତ ହୁସେନ ବହୁ କାଳଯୟୀ ଲେଖା ଲେଖିଥିଲେ ଓ ଜୀବନକାଳରେ ସେ ୧୩ଟି ପୁସ୍ତକ ରଚନା କରିଥିଲେ । ଏଥିମଧ୍ୟରେ ମୁକ୍ତ ପୂର୍ବାସା, ସିହାଂସନ ଭାଙ୍ଗିିବାର କାର୍ଯ୍ୟକ୍ରମ, ନିୟନ୍ତ ରାତିର ସ୍ୱପ୍ନ, ବିଂଶରୁ ଏକବିଂଶ, ଶବ୍ଦ ବ୍ରହ୍ମ, ଲୋକଗୀତ, ହଜିଯାଇଥିବା ମଣିଷ ଓ ପୁନଶ୍ଚ ସାଲବେଗ ରହିଛି । ସେହିପରି ଗଳ୍ପ ସଂକଳନ ମଧ୍ୟରେ ରହିଛି ଆଜିର ଗଳ୍ପ ଓ ଗଳ୍ପ ସମାରୋହ । ସେଥିପାଇଁ ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି ଓ ରାଜନେତା ଭାବେ ବି ସେ ବେଶ୍ ସଫଳ । ଛାତ୍ର ଜୀବନରୁ ହୁସେନ ରବି ଗାନ୍ଧୀ ରାଜନୀତିରେ ସକ୍ରିୟ ଥିଲେ । ସେ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟର ସଭାପତି ନିର୍ବାଚିତ ହୋଇଥିଲେ । ହୁସେନ ରବି ଗାନ୍ଧି ଉତ୍କଳ ପ୍ରସଙ୍ଗର ସଂପାଦନା ମଧ୍ୟ କରିଥିଲେ । ଛାତ୍ର ଜୀବନରୁ ସେ ରାଜନୀତିରେ ସକ୍ରିୟ ଥିଲେ । ସେ ସମ୍ବଲପୁର ଗଙ୍ଗାଧର ମେହେର କଲେଜର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତେବେ ୧୯୮୫ ବିଧାନସଭା ନିର୍ବାଚନରେ ସେ କୋରେଇ ନିର୍ବାଚନ ମଣ୍ଡଳୀରୁ ଜାଗ୍ରତ ଓଡ଼ିଶାର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ । ଏହାପରେ ୧୯୮୮ରେ ଜନତା ଦଳରେ ଯୋଗ ଦେଇଥିଲେ । ତାଙ୍କୁ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଥିଲା । ୧୯୯୮ରେ ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ଦିନଠାରୁ ୨୦୦୫ ଯାଏ ସେ ବିଜେଡିର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଥିଲେ ।
ତାଙ୍କ ବିୟୋଗରେ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ, ଚିରଞ୍ଜୟ ସାହୁ, ଜୟଦେବ ଜେନାଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତବିଶେଷ ବାସଭବନରେ ପହଞ୍ଚô ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।