ଅଟୋ-ପିକ୍ଅପ୍ ଧକ୍କା: ୪ ଚାଷୀ ମୃତ

ନରଣପୁର/ ପଣ୍ଡାପଡା, ୨୮ା୧ (ଆପ୍ର): କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ନରଣପୁର-ଡୁବୁରୀ ରାସ୍ତାର ଉକୁଚାବେଡା ଛକରେ ଶନିବାର ପୂର୍ବାହ୍ନ ୯. ୪୫ରେ ଏକ ଅଟୋ ଓ ପିକ୍ଅପ୍ ମୁହାଁମୁହିଁ ଧକ୍କା ହୋଇ ୪ଜଣ ପ୍ରାଣ ହରାଇଛନ୍ତି ଓ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ମାର୍କେଟ୍ରେ ୭ ଜଣ ଚାଷୀ ବୁଟ ବିକ୍ରି କରି ଅଟୋରେ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ୩ ଓ ହସ୍ପିଟାଲରେ ଜଣେ ପ୍ରାଣ ହରାିଛନ୍ତି । ଏହା ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ଡରା ଗ୍ରାମର ୬ ଜଣ ଏବଂ ଧନୁର୍ଜୟପୁର ଗ୍ରାମର ଜଣେ ଚାଷୀ ଏକ ଅଟୋ (ଓଡି୦୯ ଏନ୍ ୧୮୮୩) ରେ ଆଜି ସକାଳେ କେନ୍ଦୁଝର ମାର୍କେଟକୁ ବୁଟ ବିକ୍ରି କରିବାକୁ ଯାଇଥିଲେ । ସେମାନେ ଫେରୁଥିବା ବେଳେ ଉକୁଚାବେଡା ନିକଟରେ ବିପରୀତ ଦିଗରୁ କେନ୍ଦୁଝରକୁ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ (ଓଡି ୧୧ଏ ୧୪୫୬) ସହ ଧକ୍କା ହୋଇଥିଲା । ଦୁର୍ଘଟଣା ସ୍ଥଳରେ ବଡ଼କମଣ୍ଡରାର ଜୀବନ ନାଏକ (୨୫), ନବୀନ ନାଏକ (୪୮), ରାଧୁ ନାଏକ(୬୨)ଙ୍କର ପ୍ରାଣହାନି ଘଟିଥିଲା । ପ୍ରହ୍ଲାଦ ନାଏକ (୩୭)ଙ୍କର କେନ୍ଦୁଝର ହସପିଟାଲ ନିଆଯିବା ବାଟରେ ମୃତୁ୍ୟ ଘଟିଥିବା ସୂଚନା ମିଳିଛି ।
ଆହତମାନେ ହେଲେ ଧନୁର୍ଜୟପୁର ଗ୍ରାମର ରିତୁନ ନାଏକ (୨୩), ବଡ଼କମଣ୍ଡରାର ଚର୍ତୁଭୂଜ ନାଏକ (୫୧), ଭାସ୍କର ସେଠୀ (୬୦), ସନାତନ ନାଏକ (୬୦) ବୋଲି ଜଣାପଡିଛି । ଭାସ୍କର ସେଠୀ ଏବଂ ସନାତନ ନାଏକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଆହତ ଚାଷୀମାନଙ୍କୁ ସା୍ଥନୀୟ ଲୋକେ ଏକ ଅଟୋ ଏବଂ ୧୦୮ ଆମ୍ଭୁଲାନ୍ସରେ କେନ୍ଦୁଝର ମୁଖ୍ୟ ଚିକିସôାଳୟକୁ ପଠାଇଥିଲେ । ଦୁର୍ଘଟଣା ଖବର ପ୍ରଚାରିତ ହେବା
ପରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଏବଂ ଆହତମାନଙ୍କୁ ଉନ୍ନତ ଚିକିସôା ଦାବିରେ ସ୍ଥାନୀୟ ଲୋକେ ନରଣପୁର-ଡୁବୁରୀ ରାସ୍ତା ଅବରୋଧ କରିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ଯାନବାହନ ଅଟକି ରହିଥିଲା । ମାଜିଷ୍ଟ୍ରେଟ ଡୁ୍ୟଟିରେ ଥିବା ସଦର ତହସିଲଦାର ଆଶିଷ ମହାପାତ୍ର, ସଦର ଏସ୍ଡିପିଓ ମହେନ୍ଦ୍ର ହେମ୍ବ୍ରମ, ପଣ୍ଡାପଡା ଥାନା ଅଧିକାରରୀ ସୁଷମା ଦେବତା ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା କରି ମୃତକଙ୍କ ପରିବାର ସଦସ୍ୟଙ୍କୁ ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ଲେଖାଏଁ ଏବଂ ଆହତଙ୍କ ଚିକିସôା ପାଇଁ ପ୍ରତିଶ୍ରୁତି ଦେବା ପରେ ଅପରାହ୍ର ୨ ଟାରେ ରାସ୍ତାରୋକ ହଟିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *