ଡାକ୍ତର ଦମ୍ପତି ସମେତ ୬ ମୃତ
ଜଳିଗଲା ନର୍ସିଂ ହୋମ୍
ଧାନବାଦ, ୨୮ା୧: ଶୁକ୍ରବାର ବିଳମ୍ବିତ ରାତ୍ରିରେ ସ୍ଥାନୀୟ ଏକ ନର୍ସିଂ ହୋମ୍ରେ ସର୍ଟସର୍କିଟ୍ କାରଣରୁ ଭୟଙ୍କର ଅଗ୍ନିକାଣ୍ଡ ଘଟି ଡାକ୍ତର ଦମ୍ପତି ସମେତ ୬ଜଣଙ୍କର ମୃତୁ୍ୟ ହୋଇଛି ।
ଟେଲିଫୋନ୍ ଏକ୍ସଚେଞ୍ଜ ରୋଡ୍ ସ୍ଥିତ ହାଜରା କ୍ଲିନିକ୍ ଆଣ୍ଡ୍ ହସ୍ପିଟାଲ୍ରେ ରାତି ପ୍ରାୟ ୧ଟାବେଳେ ନିଆଁ ଲାଗିଥିଲା । ସେଥିରେ ଡାକ୍ତର ବିକାଶ ହାଜରା ତାଙ୍କ ପତ୍ନୀ ଡାକ୍ତର ପ୍ରେମା ହାଜରା, ସେମାନଙ୍କର ଚାକରାଣୀ, ଭଣଜା ସମେତ ୬ଜଣ ପ୍ରାଣ ହରାଇଥିଲେ । ନିଆଁ କବଳରୁ ବର୍ତ୍ତିବା ପାଇଁ ଡାକ୍ତର ବିକାଶ ହାଜରା ଗୋଟିଏ ପାଣି ଟବ୍ରେ ଆଶ୍ରୟ ନେଇଥିଲେ । ତାଙ୍କ ଲାସ୍ ସେହି ପାଣି ଟବ୍ରୁ ମିଳିଛି ।
ନର୍ସିଂ ହୋମ୍ ଜଳୁଥିବା ବେଳର ଏକ ଭିଡିଓ ସାମ୍ନାକୁ ଆସିଛି । ଡାକ୍ତର ହାଜରା ଝରକା ସେ ପାଖରୁ ଚିତ୍କାର କରୁଛନ୍ତି । ତଳେ ଥିବା ଫାୟର ବି୍ରଗେଡ୍ କର୍ମଚାରୀମାନେ ତାଙ୍କୁ କହୁଛନ୍ତି- ଡାକ୍ତର ସାହେବ୍ ଚିନ୍ତା କରନ୍ତୁନି… ଆମେ ପହଞ୍ଚôୁଛୁ… ଶିଢ଼ି ଚଢ଼ି ଆପଣଙ୍କ ପାଖେ ପହଞ୍ଚôଯିବି ।
ପୁଲିସ୍ର ପ୍ରାଥମିକ ତଦନ୍ତ ଅନୁଯାୟୀ ନିଆଁ ଷ୍ଟୋର ରୁମ୍ରୁ ଆରମ୍ଭ ହୋଇଥିଲା । ପ୍ରାୟ ୯ଜଣଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ନିଆଁ ଲିଭାଇବା ପାଇଁ ଡାକ୍ତରଖାନା ଭିତରେ କୌଣସି ବ୍ୟବସ୍ଥା ନ ଥିଲା ବୋଲି ଅଗ୍ନିଶମ କର୍ମଚାରୀଙ୍କଠାରୁ ଜଣାପଡିଛି ।