ନୋବେଲ ବିଜେତାଙ୍କ ପ୍ରଶଂସା

ଡି୍ରଙ୍କ୍ ଫ୍ରମ୍ ଟ୍ୟାପ୍
ଟ୍ୟାପ୍ରୁ ପାଣି ପିଇଲେ, ଜଳସାଥୀଙ୍କ ସହ କଥା ହେଲେଭୁବନେଶ୍ୱର, ୨୮ା୧ (ବୁ୍ୟରୋ): ରାଜ୍ୟ ସରକାରଙ୍କ ‘ଡି୍ରଙ୍କ୍ ଫ୍ରମ୍ ଟ୍ୟାପ୍’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୧୯ ନୋବେଲ ବିଜେତା ମାଇକେଲ କ୍ରେମର୍ ପ୍ରଶଂସା କରିଛନ୍ତି । ଓଡ଼ିଶାର ଏହି ଯୋଜନାରେ ଲୋକମାନଙ୍କୁ ୨୪ଘଣ୍ଟିଆ ବିଶୁଦ୍ଧ ପାଣି ମିଳୁଛି । ଏହି ସେବା ଯୋଗାଣ ପରେ ସରକାର ଓ ସାଧାରଣ ଲୋକମାନେ କିପ୍ରକାର ସୁବିଧା ପାଉଛନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ଆଦି ବିଭିନ୍ନ ଦିଗ ଉପରେ ଅଧ୍ୟୟନ କରାଯାଉଛି । ଏହି କ୍ରମରେ କ୍ରେମର୍ ଓଡ଼ିଶାର ପୁରୀ ଓ ଭୁବନେଶ୍ୱର ଭଳି ସ୍ଥାନକୁ ଯାଇ ଡି୍ରଙ୍କ୍ ଫ୍ରମ୍ ଟ୍ୟାପ୍ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିବା ସହ ଏଥିରେ ଉପକୃତ ହେଉଥିବା ହିତାଧିକାରୀ ଓ ଜଳସାଥୀଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ପରେ କ୍ରେମର୍ ଓ ତାଙ୍କ ଟିମ୍ ରାଜ୍ୟ ସରକାରଙ୍କ ଏହି ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ଏହାଦ୍ୱାରା ସହରାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅନଗ୍ରସର ଲୋକମାନେ ମଧ୍ୟ ପାଣି ପାଇପାରୁଛନ୍ତି ବୋଲି କହିଛନ୍ତି । ଏହି ଅବସରରେ କ୍ରେମର୍ ଟ୍ୟାପରୁ ପାଣି ମଧ୍ୟ ପିଇଛନ୍ତି ।
ବର୍ତ୍ତମାନ ପୁରୀ ଓ ଗୋପାଳପୁର ସହରରେ ଶତ ପ୍ରତିଶତ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇସାରିଛି । ସେହିପରି ଗତ ଡିସେମ୍ବର ମାସରେ ଆଉ ୩ଟି ସହରରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ କାର୍ଯ୍ୟ ଆରମ୍ଭ କରାଯାଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୧୧୫ଟି ସହରାଞ୍ଚଳରୁ ୮୫ଟିରେ ଶତପ୍ରତିଶତ ପାଇପ ଜଳ ଯୋଗାଣରେ ବ୍ୟବସ୍ଥା କରିସାରି ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ୍ ଜଳର ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ରାଜ୍ୟ ନଗର ଉନ୍ନୟନ ବିଭାଗ ଲକ୍ଷ୍ୟ ରଖିଛି ।
୩ ବର୍ଷ ତଳେ ୫ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଦେଶର ରୋଲ ମଡେଲ ସାଜିଛି । ଏହିଦ୍ୱାରା ମିଶନ ଶକ୍ତିର ମହିଳାମାନେ ସହରାଞ୍ଚଳରେ ଜଳସାଥୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ରାଜ୍ୟରେ ୭୪୦ ଜଣ
ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏବଂ ଏ ବାବଦରେ ପାଖାପାଖି ୭୦ କୋଟି ଟଙ୍କା ଜଳକର ଆଦାୟ କରିସାରିଛନ୍ତି । ଜଳସାଥୀଙ୍କ ଯୋଗୁ ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ୍ ସଂଯୋଗ ଦୂର କରିବା କାର୍ଯ୍ୟରେ ବହୁତ ଉନ୍ନତି ଆସିପାରିଛି । ଜାଗା ମିଶନ ଓ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପରି କାର୍ଯ୍ୟକ୍ରମ ଓଡ଼ିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *