ହାୱଡ଼ା-ପୁରୀ ବନେ୍ଦ ଭାରତ

ନୂଆଦିଲ୍ଲୀ, ୨୩ା୧: ଦେଶରେ ଏବେ ୧୬ କୋଚ୍ ବିଶିଷ୍ଟ ୮ଟି ବନେ୍ଦ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି । ନିକଟରେ ତେଲେଙ୍ଗାନାର ସିକନ୍ଦରାବାଦରୁ ଆନ୍ଧ୍ରପ୍ରଦେଶର ସମୁଦ୍ର ତଟବର୍ତ୍ତୀ ବିଶାଖାପାଟଣା ମଧ୍ୟରେ ଦେଶର ଅଷ୍ଟମ ବନେ୍ଦ ଭାରତ ଟ୍ରେନ୍ର ଶୁଭାରମ୍ଭ ହୋଇଛି । ନବମ ଟ୍ରେନ୍ ଆସନ୍ତା ମାସରେ ଚାଲିବା ସମ୍ଭାବନା ରହିଛି । ରେଳବାଇ ସୂତ୍ର ଅନୁଯାୟୀ ନବମ ବନେ୍ଦ ଭାରତ ହାୱଡ଼ା ଓ ପୁରୀ ମଧ୍ୟରେ ଚଳାଚଳ କରିପାରେ । ଏହା ହେବ ପଶ୍ଚିମବଙ୍ଗ ପାଇଁ ଦ୍ୱିତୀୟ ଓ ଓଡ଼ିଶା ପାଇଁ ପ୍ରଥମ ବନେ୍ଦ ଭାରତ ଏକ୍ସପ୍ରେସ୍ । ଗତ ମାସରେ ହାୱଡ଼ାରୁ ନୁ୍ୟ ଜଳପାଈଗୁଡ଼ୀ ମଧ୍ୟରେ ବନେ୍ଦ ଭାରତ ଚଳାଚଳ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ରେଳବାଇ ପକ୍ଷରୁ ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟି୍ର (ଆଇସିଏଫ୍)କୁ ପାଇଲଟ୍ ପ୍ରୋଜେକ୍ଟ ସ୍ୱରୂପ ୮ କୋଚ୍ ବିଶିଷ୍ଟ ବନେ୍ଦ ଭାରତ ଟ୍ରେନ୍ ନିର୍ମାଣ ପାଇଁ କୁହାଯାଇଛି । ଏବେ ଏହି କାରଖାନାରେ ୧୬ କୋଚ୍ ବିଶିଷ୍ଟ ବନେ୍ଦ ଭାରତ ଟ୍ରେନ୍ ନିର୍ମାଣ କରାଯାଉଛି । ଆଗାମୀ ଦିନରେ କେବଳ ୮ କୋଚ୍ ଥିବା ବନେ୍ଦ ଭାରତ ଟ୍ରେନ୍ ନିର୍ମାଣ କରାଯିବ । ରେଲୱେ ବୋର୍ଡ ଏ ସମ୍ବନ୍ଧରେ ଆଇସିଏଫ୍କୁ ନିଦେ୍ର୍ଦଶ ଦେଇଛି । ଯେଉଁସବୁ ରୁଟ୍ରେ ଯାତ୍ରୀ ସଂଖ୍ୟା କମ୍, ସେହି ରୁଟ୍ରେ ୮ କୋଚ୍ ଥିବା କ୍ଷୁଦ୍ର ବନେ୍ଦ ଭାରତ ଟ୍ରେନ୍ ଚଳାଚଳ କରିବ । ବୋର୍ଡ ଆଇସିଏଫ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି ପରୀକ୍ଷାମୂଳକ ଭାବେ ୮ କୋଚ୍ ଥିବା ବନେ୍ଦ ଭାରତ ଏକ୍ସପ୍ରେସ୍ ନିର୍ମାଣ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ସମୟରେ ସେଗୁଡ଼ିକର ବଗି ସଂଖ୍ୟା ୧୨, ୧୬, ୨୦ ଓ ୨୪କୁ ବୃଦ୍ଧି କରାଯାଇପାରେ । କେଉଁ ରୁଟ୍ରେ କେତେ ବଗିର ବନେ୍ଦ ଭାରତ ଚାଲିବ, ସେ ଫୈସଲା ଟ୍ରାଫିକ୍ ହିସାବରେ ନିଆଯିବ । ସୂତ୍ର ଅନୁଯାୟୀ ୮ ବଗି ବିଶିଷ୍ଟ ବନେ୍ଦ ଭାରତ ଟ୍ରେନ୍ର ଡିଜାଇନ୍ ଚୂଡ଼ାନ୍ତ ହେବ ଏବଂ ବଗି ସଂଖ୍ୟା କମ୍ ହେଲେ ମଧ୍ୟ ସେଥିରେ ଅଧିକରୁ ଅଧିକ ସିଟ୍ ବ୍ୟବସ୍ଥା ଉଦ୍ୟମ କରାଯିବ । ଅବଶ୍ୟ ଯାତ୍ରୀଙ୍କ ସୁବିଧା ଦିଗ ପ୍ରତି ଅବହେଳା କରାଯିବ ନାହିଁ । ରେଳବାଇର ଜଣେ ଅଧିକାରୀ କହିଛନ୍ତି ବଗି ସଂଖ୍ୟା କମିଲେ ମରାମତି ଓ ମେଣ୍ଟିନାନ୍ସ ସହଜତର ହେବ । ଏବେ କୌଣସି ବନେ୍ଦ ଭାରତ ଟ୍ରେନ୍ ପାଇଁ ସ୍ପେୟାର କୋଚ୍ ବା ରେକ୍ ନାହିଁ । ମରାମତି ଓ ମେଣ୍ଟିନାନ୍ସ ପାଇଁ ପୂରା ଟ୍ରେନ୍କୁ ୟାର୍ଡକୁ ନେବାକୁ ପଡୁଛି । ଆଇସିଏଫ୍କୁ ଫ୍ରଣ୍ଟ ନୋଜ୍ କୋନ୍ସ ନିର୍ମାଣ ପାଇଁ କୁୂହାଯାଇଛି ଯଦ୍ୱାରା ମାମୁଲି ଦୁର୍ଘଟଣା ଘଟିଲେ ତାହାକୁ ଶୀଘ୍ର ବଦଳା ଯାଇପାରିବ ।
କେନ୍ଦ୍ର ସରକାର ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ୭୫ ବନେ୍ଦ ଭାରତ ଟ୍ରେନ୍ ଚଳାଇବା ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ମାତ୍ର ୮ଟି ବନେ୍ଦ ଭାରତ ଟ୍ରେନ୍ ଚାଲିଛି । ବିଭିନ୍ନ ରାଜ୍ୟରେ ବନେ୍ଦ ଭାରତ ଟ୍ରେନ୍ ଚାହିଦା ବଢ଼ିବାରେ ଲାଗିଛି । ରାଜ୍ୟମାନଙ୍କ ଦାବି ପୂରଣ ପାଇଁ ୧୬ ପରିବର୍ତ୍ତେ ୮ କୋଚ୍ର ବନେ୍ଦ ଭାରତ ଟ୍ରେନ୍ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି । କେତେକ ରୁଟ୍ରେ ୧୨ କୋଚ୍ ଥିବା ବନେ୍ଦ ଭାରତ ଟ୍ରେନ୍ ଚଳାଚଳ ଚାଲିପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *