ସୁନା କଳସ ନୁହେଁ, ୧ଠ ଲକ୍ଷ ଦାନ କରିଛି: ନବ

ଭୁବନେଶ୍ୱର, ୨୩ା୧ (ବୁ୍ୟରୋ): ଶନି ମନ୍ଦିରେ କୋଟିଏ ଟଙ୍କାର ସୁନା କଳସ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସେ କହିଛନ୍ତି, ଶନି ଶିଙ୍ଗନାପୁର ମନ୍ଦିରରେ ସେ ପରିବାର ସହ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ସୋରିଷ ତେଲ ପୂର୍ଣ୍ଣ କଳସ ଓ ୧୦ ଲକ୍ଷ ଟଙ୍କା ଦାନ କରିଥିବା ସ୍ୱୀକାର କରିଛନ୍ତି । ଶନି ଅମାବାସ୍ୟାରେ ଦାନ ଓ ଧର୍ମ କଲେ ଶୁଭ ବୋଲି ବିବେଚନା କରାଯାଇଥାଏ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସେଦିନ ସେଠାରେ ଉପସ୍ଥିତ ଥିଲେ । ସେ ରାଜ୍ୟର ସମୃଦ୍ଧି ଓ ରାଜ୍ୟବାସୀଙ୍କ ମଙ୍ଗଳ ମଧ୍ୟ କାମନା କରିଛନ୍ତି । ଏହା ସହିତ ମନ୍ଦିରକୁ ତାଙ୍କର କୋଟିଏ ଟଙ୍କାର ସୁନା କଳସ ଦାନ ପ୍ରସଙ୍ଗକୁ ସେ ଖଣ୍ଡନ କରିଛନ୍ତି ।
ପ୍ରକାଶ ଥାଉ କି, ଦୀର୍ଘ ୨୦ ବର୍ଷ ପରେ ପୌଷ ମାସରେ ଶନି ଅମାବାସ୍ୟ ପଡିଛି । ଏଥିପାଇଁ ସେ ପରିବାର ସହ ମହାରାଷ୍ଟ୍ର ଅହମ୍ମଦ ନଗର ଜିଲ୍ଲା ସ୍ଥିତ ପ୍ରସିଦ୍ଧ ଶନି ଶିଙ୍ଗନାପୁର ମନ୍ଦିରରେ ପରିବାର ସହ ପୂଜାର୍ଚ୍ଚନା କରିଛନ୍ତି ।
ଏହି ସମୟରେ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ୭ ଶହ ଗ୍ରାମ ସୁନା, ଓ ୫ କିଲୋଗ୍ରାମ ରୂପାରେ ନିର୍ମିତ ଏକ କଳସ ମନ୍ଦିରକୁ ଦାନ କରିଥିବା ଚର୍ଚ୍ଚା ଜୋର ଧରିଥିଲା । ଏପରି କି ଗରିବ ରାଜ୍ୟର ଜଣେ ପାୱାରଫୁଲ ଧନି ମନ୍ତ୍ରୀଙ୍କ ସୁନା କଳସ ଦାନକୁ ନେଇ ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ତେବେ ଏଭଳି ଖବର ପ୍ରସାରଣରେ ଗଣମାଧ୍ୟମ ବିରତ ରହୁ । ହିନ୍ଦୁ ରୀତିନୀତିକୁ ସମ୍ମାନ ଦେଉ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ନିଜ କ୍ଷୋଭ ଝାଡିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *