ନୌସେନାରେ ଭାଗିର

ସୋମବାର ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍ଏସ୍ ‘ଭାଗିର’କୁ ସାମିଲ କରାଯାଇଛି । ନୌସେନା ଆଡମିରାଲ୍ ଆର୍ ହରିକୁମାର ଏହାର ଜଳାବତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କୋଲାବରୀ ଶ୍ରେଣୀର ୫ମ ବୁଡାଜାହାଜ ଭାବେ ଏହା ନୌସେନାରେ କାମ କରିବ । ଫ୍ରାନ୍ସ ସହାୟତାରେ ମଝିଗାଁ ଡକ୍ ସିପ୍ବିଲ୍ଡର୍ସ ଲିମିଟେଡ୍ ମୁମ୍ବାଇର ମେସର୍ସ ଗ୍ରୁପ୍ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ବୁଡାଜାହାଜର ନିର୍ମାଣ କରିଛି । ପ୍ରକାଶ, ୧୯୭୩ରେ ଆଇଏନ୍ଏସ୍ ଭାଗିର୍ ନାମରେ ଏକ ସବ୍ ମେରାଇନ୍ ଭାରତୀୟ ନୌସେନା ପାଇଁ କାମ କରିଥିଲା । ୨ଠଠ୧ରେ ଏହାକୁ ସେବା ନିବୃତ୍ତ କରାଯାଇଥିଲା । ତେବେ ଏହି ନାମରେ ଏବେ ପୁନର୍ବାର ଆଉ ଏକ ବୁଡାଜାହାଜକୁ ସାମିଲ କରାଯାଇଛି । ଏହି ବୁଡ଼ାଜାହାଜକୁ ଗୁପ୍ତଚର ସଂଗ୍ରହ, ସମୁଦ୍ରରେ ଲ୍ୟାଣ୍ଡମାଇନ୍ ଲଗାଇବା ଏବଂ ସାମୁଦ୍ରିକ କ୍ଷେତ୍ରରେ ଶତ୍ରୁପକ୍ଷର ଗତିବିଧି ତଥା କାର୍ଯ୍ୟକଳାପର ତଦାରଖ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ । ଏହା ସମୁଦ୍ର ଜଳ ଉଭୟ ଉପକୂଳ ଏବଂ ସମୁଦ୍ରର ମଧ୍ୟଭାଗରେ ନିୟୋଜିତ ହୋଇପାରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *