ବିଚାରପତି ନିର୍ବାଚନ ଲଢ଼ନ୍ତି ନାହିଁ

କେନ୍ଦ୍ର ଆଇନ୍ ମନ୍ତ୍ରୀଙ୍କ ନୂଆ କଟାକ୍ଷ
ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ସରକାର ଓ ନ୍ୟାୟପାଳିକା ମଧ୍ୟରେ ମତଭେଦ ବଢିବାରେ ଲାଗିଛି । କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ, ନିୟମିତ ଭାବେ ନ୍ୟାୟପାଳିକା ସମ୍ପର୍କରେ ଟିପ୍ପଣୀ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ରିଜିଜୁ ପୁନର୍ବାର ଏକ ବୟାନ ଦେଇଛନ୍ତି, ଯାହାକି କେନ୍ଦ୍ର-ନ୍ୟାୟପାଳିକା ମଧ୍ୟରେ ଚାଲିଥିବା ବିବାଦକୁ ଆହୁରି ବଢ଼ାଇଦେଇଛି ।
ଦିଲ୍ଲୀ ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ରିଜିଜୁ କହିଛନ୍ତି, ବିଚାରପତିମାନେ କେବେହେଲେ ନିର୍ବାଚନର ସମ୍ମୁଖୀନ ହୁଅନ୍ତି ନାହିଁ । ସେମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ଯାଞ୍ଚ୍ ହୋଇନଥାଏ । କିନ୍ତୁ ଏହାର ଅର୍ଥ ନୁହେଁ ଦେଶବାସୀ ନ୍ୟାୟପାଳିକା ଏବଂ ନ୍ୟାୟ ବ୍ୟବସ୍ଥାରେ ସାମିଲ ଥିବା ବିଚାରପତିମାନଙ୍କୁ ଦେଖୁନାହାନ୍ତି । ବିଚାରପତିଙ୍କ କାମକୁ ତର୍ଜମା କରୁନାହାନ୍ତି । ପୂର୍ବରୁ କେବଳ ରାଜନେତାମାନେ କହୁଥିଲେ ଏବଂ କିନ୍ତୁ ସୋସିଆଲ ମିଡିଆ ଯୁଗରେ ସାଧାରଣ ଲୋକଟିଏ ମଧ୍ୟ ନିଜ କଥା ସମସ୍ତଙ୍କ ସାମ୍ନାରେ ରଖିପାରୁଛି । ବର୍ତ୍ତମାନ ସମୟରେ କେହି କିଛି ପ୍ରଶ୍ନ କରିବେନି ବୋଲି ଭାବିବା ଭୁଲ୍ ଚିନ୍ତାଧାରା । ସ୍ୱେଚ୍ଛାଚାରିତା ହେବାର କୌଣସି ଅବକାଶ ଏବେ ଆଉ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *