କମିଶନ ଖାଉଛି ପୁଲିସ୍
ଗୁମର ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର, ୨୩ା୧ (ବୁ୍ୟରୋ): ଆର୍ଟ୍ରୋସିଟୀ ମାମଲା ପୁଲିସ କମିଶନ ଖାଉଛି । ପୀଡିତ ପାଉଥିବା କ୍ଷତି ପୂରଣରୁ କିଛି ପୁଲିସ ଖାଉଛି ତ ଆଉ କିଛି ଓକିଲ ନେଇଯାଉଛନ୍ତି । ଆଉ ମିଛ ମାମଲାଗୁଡିକୁ ସତ କରିଦେଉଛନ୍ତି ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ସୂଚନା ଅନୁଯାୟୀ, ରବିବାର ଭୁବନେଶ୍ୱରେ ଆଇନ ସେବା ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଏକ କାଯ୍ୟକ୍ରମରେ ଯୋଗ ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ସେ ଗତ ୭ ମାସ ଧରି ମନ୍ତ୍ରୀ ଓ ସାଢେ ୩ ବର୍ଷ ଧରି ବିଧାୟକ ଦାୟିତ୍ୱରେ ରହିଛନ୍ତି । ଏହି ଅବଧି ମଧ୍ୟରେ ଅନେକ ଲୋକେ କ୍ଷତିପୂରଣ ସହାୟତା ପ୍ରଦାନ ନିମନ୍ତେ ନିବେଦନ କରି ଆସିଛନ୍ତି । ଯାହାରି ଭିତରେ ଅଧିକାଂଶ ଯୌତୁକ ଏବଂ ଏସ୍ଟିଏସ୍ସି ନିର୍ଯ୍ୟାତନ ମାମଲା ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ରହିଥିଲା । ସରପଞ୍ଚ ଓ ସମିତି ସଭ୍ୟଙ୍କ ସହାୟତା ନେଇ କୌଣସି ଲୋକଙ୍କୁ ଫସାଇବା ନିମନ୍ତେ ଏସ୍ସିଏସ୍ଟି ମାମଲା କରାଯାଇଥାଏ । ଥାନା ବାବୁଙ୍କ ଉପରେ ଗୋଟିଏ ପଟେ ରାଜନୈତିକ ଲୋକେ ଏବାବଦରେ ଚାପ ପକାନ୍ତି । ଅପର ପକ୍ଷରେ ପୀଡିତ ଲୋକ ଏହାର ଭୁକ୍ତଭୋଗୀ ରହିଥାନ୍ତି ବୋଲି ଗୁମର ଖୋଲିଛନ୍ତି ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।