ହାତୀକୁ ମାରି ଦାନ୍ତ କାଟିନେଲେ
ବାରିପଦା, ୨୨ା୧ (ଆପ୍ର): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଆଉ ଏକ ଦନ୍ତା ହାତୀ ଶିକାର କରାଯାଇଛି । ଶିକାରୀମାନେ ହାତୀକୁ ମାରିବା ପରେ ଦାନ୍ତ କାଟିି ନେଇଥିବା ସନେ୍ଦହ କରାଯାଉଛି । ମୃତଦେହ ପଚିଯାଇ ଥିବାରୁ ୧୫/୨୦ ଦିନ ପୂର୍ବରୁ ଗୁଳି କରି ଶିକାର କରାଯାଇଥିବା ବନ ଅଧିକାରୀ ପ୍ରକାଶ କରିଛନ୍ତି । ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଙ୍କଡିହୀ ଅଞ୍ଚଳରେ ବନବିଭାଗ ଟିମ୍ ପାଟ୍ରୋଲିଂ କରିବା ସମୟରେ ହାତୀର ଶବ ଦେଖିଥିଲେ । ଖବର ପାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଆଞ୍ଚଳିକ କ୍ଷେତ୍ର ନିଦେ୍ର୍ଦଶକ ଟି ଅଶୋକ କୁମାର, ଉପ-ନିଦେ୍ର୍ଦଶକ ସାଇ କିରଣ, ବନବିଭାଗର କର୍ମ·ରୀ, ବିଶେଷଜ୍ଞ ଡାକ୍ତର ସଦଳବଳ ପହଞ୍ଚି ତଦନ୍ତ କରିଛନ୍ତି । ମନଦା ଭିଏସ୍, ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଏବଂ ଶିମିଳିପାଳ ପ୍ରକଳ୍ପର ପ୍ରାଣୀ ଚିକିତ୍ସକମାନେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିଛନ୍ତି । ମୃତ ହାତୀର ବୟସ ପ୍ରାୟ ୪୦ ହେବ ଓ ଦାନ୍ତଗୁଡ଼ିକ ଉପାଡ଼ି ନିଆଯାଇ ଥିବା କୁହାଯାଇଛି । ମାସକ ପୂର୍ବେ କିଛି ବନ ଅଧିକାରୀ ଏକ ଦନ୍ତାହାତୀକୁ ଶିକାର କରି ପ୍ରମାଣ ନଷ୍ଟ କରିବା ପରେ ପୁଣି ଏକ ଦନ୍ତା ଶିକାର ସାଧାରଣରେ ଉଦ୍ବେଗ ସୃଷ୍ଟି କରିଛି । ବନବିଭାଗର କର୍ମ·ରୀ ମାନେ ଦିନରାତି ପେଟ୍ରୋଲିଂ କରୁଥିଲେ ହେଁ ଶିକାରୀମାନେ ଅବାଧରେ ପଶୁ ଶିକାର କରୁଛନ୍ତି । ଅଧିକାରୀଙ୍କ ଅପାରଗତା କାରଣରୁ ଜୀବଜନ୍ତୁ ଅସୁରକ୍ଷିତ ହୋଇ ପଡ଼ିଥିବା ଆଲୋଚନା ହେଉଛି । ଏହି ଦନ୍ତାହାତୀର ଶିକାର ପଛରେ ମଧ୍ୟ କିଛି ବିଭାଗୀୟ କର୍ମଚାରୀଙ୍କ ହାତ ଥିବା ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆ·ର୍ଯ୍ୟ ସନେ୍ଦହ ପ୍ରକଟ କରିଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ହାତୀ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ପ୍ରାଣୀ ପ୍ରେମୀମାନେ ଦାବି କରିଛନ୍ତି । ସୂଚନାଯୋଗ୍ୟ, ଡିସେମ୍ବର ୭ରେ ଶିମିଳିପାଳର ଦକ୍ଷିଣ ଡିଭିଜନ ଜେନାବିଲ ରେଞ୍ଜ ଗୋରାଣ୍ଡି ବିଟ ହାଉସ ଅଂଚଳରୁ ଏକ ଦନ୍ତାହାତୀକୁ ବିଭାଗୀୟ ଅଧିକାରୀମାନେ ଶିକାର କରିଥିଲେ । ପ୍ରମାଣ ଲୁ·ଇବାକୁ ଯାଇ ହାତୀକୁ ପୋଡ଼ି ଦେବା ସହିତ ଦେହାବଶେଷକୁ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ତାଗିଦ ପରେ ଶିକାରରେ ଜଡିତ ୩ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ·ଲାଣ କରାଯାଇଥିଲା । ଘଟଣାର ପ୍ରଘଟ କରିଥିବା ବନକର୍ମ·ରୀ ତୁରାମ ପୂର୍ତ୍ତକୁ ଜେଲ ପଠାଇବା ଓ ·କିରିରୁ ବହିଷ୍କାର କରିବାକୁ ଧମକ ଦିଆଯିବାରୁ ସେ ବିଷପିଇ ଆତ୍ମହତ୍ୟା କରିଥିଲେ ।