ଏଗ୍ଜାମ୍ ୱାରିୟର୍ସ
ପରୀକ୍ଷା ଚାପ କମାଇବ
ଭୁବନେଶ୍ୱର, ୨୨ା୧ (ବୁ୍ୟରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗ୍ଜାମ ୱାରିୟର୍ସର ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ପୁସ୍ତକ ହେବ ବୋଲି ରବିବାର ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀକ୍ଷା ଚାପକୁ କମ୍ କରିବାରେ ଏହି ପୁସ୍ତକ ଫଳପ୍ରଦ ହେବ । ଏଗ୍ଜାମ୍ ୱାରିୟର୍ସରକୁ ପଢି ଛାତ୍ରଛାତ୍ରୀମାନେ ଅଧିକ ଆତ୍ମବିଶ୍ୱାସର ସହ ପରୀକ୍ଷାକୁ ଉତ୍ସବ ଭାବରେ ପାଳନ କରିବେ ବୋଲି ଶ୍ରୀ ପ୍ରଧାନ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗ୍ଜାମ ୱାରିୟର୍ସର ନୂତନ ଓ ପରିବର୍ଦ୍ଧିତ ସଂସ୍କରଣ ଓଡ଼ିଆ ଓ ଇଂରାଜୀ ସମେତ ୧୩ଟି ଭାରତୀୟ ଭାଷାରେ ପ୍ରକାଶିତ ହୋଇଛି ଓ ଏହି ପୁସ୍ତକ କେବଳ ଛାତ୍ରଛାତ୍ରୀ ନୁହେଁ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାପଦ ପୁସ୍ତକ ଓ ବିବିଧ କାର୍ଯ୍ୟବିଧି ଓ ଯୋଗସାନ ସହିତ ଅନ୍ତରଙ୍ଗ ଏକ କଥୋପକଥନ ଶୈଳୀରେ ଉପସ୍ଥାପିତ ଏହି ସଚିତ୍ର ପୁସ୍ତକ ପରୀକ୍ଷାରେ ସଫଳତା ଅର୍ଜନରେ ଓ ଜୀବନ ଆହ୍ୱାନକୁ ସମ୍ମୁଖୀନ ହେବାରେ ଏକ ସାଥୀ ସଦୃଶ । ଜାନୁଆରୀ ୨୭ରେ ଦେଶର ଛାତ୍ରଛାତ୍ରୀଙ୍କ ସହ ବହୁ ପ୍ରତୀକ୍ଷିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହିତ ସଫଳତାର ମନ୍ତ୍ର ଉପରେ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।