କରୋନାକୁ କରିଛି ମୁଖ୍ୟ ଅସ୍ତ୍ର

ତିବ୍ବତରେ ନରସଂହାର କରିବାକୁ ଚୀନ୍ର ଷଡ଼୍ୟନ୍ତ୍ର
ବେଜିଂ (ଏଜେନ୍ସି): ଚୀନ୍ ସମ୍ପର୍କରେ ଏବ ଆଉ ଏକ ବଡ଼ ଖବର ଅନ୍ତର୍ଜାତୀୟ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ଚୀନ୍ ଏବେ ତିବ୍ବତ୍ରେ ନରସଂହାର ଭଳି ନାରକୀୟ କାଣ୍ଡ ଘଟାଇବାକୁ ଷଡଯନ୍ତ୍ର କରୁଥିବା ଏବଂ ଏଥିପାଇଁ କରୋନା ଭଳି ପ୍ରାଣଘାତୀ ଭୂତାଣୁକୁ ଚୀନ୍ ମୁଖ୍ୟ ଅସ୍ତ୍ର ଭାବେ ପ୍ରୟୋଗ କରିବାକୁ ଯୋଜନା କରିଥିବା ଭଳି ରିପୋର୍ଟ ସାମ୍ନାକୁ ଆସିଛି । ତେବେ ଏପ୍ରକାର ରିପୋର୍ଟରେ କେତେ ସତ୍ୟତା ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷେ ଏସବୁ କିଛି ଚୀନ୍ର ଏକଛାତ୍ରବାଦୀ ତଥା ବିସ୍ତାରବାଦୀ ରାଷ୍ଟ୍ରପତି ସି. ଜିନପିଙ୍ଗ୍ଙ୍କ ନିଦେ୍ର୍ଦଶରେ ହେଉଥିବା ଦର୍ଶାଯାଇଛି । ପ୍ରକାଶ, ଚୀନ୍ରେ ଏବେ କରୋନା ଭୂତାଣୁଜନିତ ସଂକ୍ରମଣ ଏବଂ ମୃତୁ୍ୟ ପରିସ୍ଥିତି ବେଶ୍ ଉଦ୍ବେଗଜନକ ରହିଛି । ଗତ ୭ଦିନ ମଧ୍ୟରେ ଚୀନ୍ରେ ପ୍ରାୟ ୧୩ଠଠଠ ଲୋକେ କରୋନାରେ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତି ସତ୍ତ୍ୱେ ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କ ନେତୃତ୍ୱାଧୀନ ସରକାର କରୋନା କଟକଣାକୁ କଡାକଡି କରିନାହାନ୍ତି । ପୂର୍ବରୁ ଜିନ୍ପିଙ୍ଗ୍ ଦେଶବ୍ୟାପୀ କଠୋର ଜିରୋ କୋଭିଡ ନୀତି କାର୍ଯ୍ୟକାରୀ କରିଥିବା ବେଳେ ତାଙ୍କ ବିରୋଧରେ ତଥା ତାଙ୍କ ସରକାରଙ୍କ ବିରୋଧରେ ସାଧାରଣ ଲୋକଙ୍କ ପ୍ରତିବାଦ ଉଗ୍ର ରୂପ ଧାରଣ କରିଥିଲା । ଫଳରେ ଜିନ୍ପିଙ୍ଗ୍ କୋଭିଡ୍ କଟକଣାକୁ ପ୍ରତ୍ୟାହାର କରିନେଇଥିଲେ । ସେତେବେଳେ ଏହାକୁ ନେଇ ବିଶ୍ୱର ଅନେକ ଦେଶ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏବେ କିନ୍ତୁ ଜିନ୍ପିଙ୍ଗ୍ଙ୍କ ଏପ୍ରକାର ନିଷ୍ପତ୍ତି ନେବା ଏବଂ ବର୍ତ୍ତମାନ ସମୟରେ କୋଭିଡ୍ କଟକଣା ଲାଗୁ କରାନଯିବା ପଛରେ ଅନ୍ୟ ଏକ ବଡ଼ କାରଣ ଥିବା ଅନ୍ତର୍ଜାତୀୟ ସ୍ତରରେ ଦର୍ଶାଯାଉଛି । କାରଣଟି ହେଉଛି ତିବ୍ବତ୍ । ଭଏସ୍ ଏଗନେଷ୍ଟ ଅଟୋକ୍ରାସି ପକ୍ଷରୁ ଜିନ୍ପିଙ୍ଗ ପ୍ରଶାସନ ଉପରେ ଏପ୍ରକାର ବଡ ଅଭିଯୋଗ ଅଣାଯାଇଛି । ଅଭିଯୋଗ ଅନୁସାରେ କରୋନା ପ୍ରତିବନ୍ଧକକୁ ହଟାଇଦିଆଯିବା ଦ୍ୱାରା ତିବ୍ବତ୍ରେ ଏବେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଅନେକ ଲୋକଙ୍କ ମୃତୁ୍ୟ ମଧ୍ୟ ଇତି ମଧ୍ୟରେ ହୋଇସାରିଲାଣି । ତଥାପି ଜିନ୍ପିଙ୍ଗ୍ ସରକାର ଏଦିଗରେ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି । ତିବ୍ବତ୍ରେ ଦ୍ରୁତ ବେଗରେ କରୋନା ସଂକ୍ରମଣକୁ ବ୍ୟାପକ କରାଯିବା ଏବଂ ଏଥିରେ ତିବ୍ବତୀୟଙ୍କ ସ୍ଥିତି ହିଁ ଶେଷ କରିଦିଆଯିବାର ଷଡଯନ୍ତ୍ର ସ୍ପଷ୍ଟ ବାରି ହୋଇପଡୁଛି । ସୂଚନାଯୋଗ୍ୟ, ତିବ୍ବତ୍କୁ ନେଇ ଚୀନ୍ର ଆକ୍ରୋଶ ପ୍ରଥମରୁ ରହିଆସିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *