ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ
ପୁରୀ/ନୟାଗଡ଼, ୨୧ା୧(ବୁ୍ୟରୋ): ଜୁନ୍ ୨୦ରେ ମହାପ୍ରଭୁଙ୍କ ଘୋଷଯାତ୍ରା । ତିନି ରଥ ନିର୍ମାଣ ଲାଗି ଦଶପଲ୍ଲା ବନଖଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ତିନୋଟି ଟ୍ରକ୍ ଯୋଗେ ୧୦୪ ଖଣ୍ଡ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚôଛି । ସେଥିରୁ ୭୧ ଖଣ୍ଡ ଅସନ, ୩୩ ଖଣ୍ଡ ଧଉରା କାଠ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ । ରଥ କୋଡ୍ ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ୮୬୫ ଖଣ୍ଡ କାଠ ଅଣାଯାଇଥାଏ । ରଥଯାତ୍ରା ନୀତି (ରଥକାଠ ଅନୂକୁଳ) ବସନ୍ତ ପଞ୍ଚମୀ (ଜାନୁଆରୀ ୨୬)ରୁ ଆରମ୍ଭ ହେବ । ତିନିଖଣ୍ଡ ୧୨ ଫୁଟିଆ ଧଉରାକାଠ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ପୂଜାର୍ଚ୍ଚନା କରାଯିବ । ମାର୍ଚ୍ଚ ୩୦ ଶ୍ରୀରାମ ନବମୀରେ କଟକ ଖପୁରିଆସ୍ଥିତ ସରକାରୀ କରତକଳରେ କାଠ ଚିରାକାମ ଆରମ୍ଭ କରାଯିବ । ଏପ୍ରିଲ ୨୩ ଅକ୍ଷୟ ତୃତୀୟା ଦିନ ହେବ ରଥ ନିର୍ମାଣର ଶୁଭାରମ୍ଭ ।