ହିପ୍କିନ୍ସ ନୁ୍ୟଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ
ୱେଲିଂଟନ୍ (ଏଜେନ୍ସି): ଜେସିଣ୍ଡା ଆର୍ଡେନ୍ ନୁ୍ୟଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ପଦରୁ ଆଶ୍ଚର୍ଯ୍ୟଜନକ ଭାବେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ସେ ଇସ୍ତଫା ଦେବେ । ତେବେ ଜେସିଣ୍ଡାଙ୍କ ସ୍ଥାନରେ ନୁ୍ୟଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ ଏବେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିଛି । ଏସବୁ ମଧ୍ୟରେ ମହାମାରୀ କରୋନା ରେସପନ୍ସ ମନ୍ତ୍ରୀ ଭାବେ କାମ କରି ସମସ୍ତଙ୍କ ପ୍ରଶଂସା ପାଇଥିବା ୪୪ ବର୍ଷୀୟ କ୍ରିସ ହିପ୍କିନ୍ସ ନୁ୍ୟଜିଲାଣ୍ଡର ୪୧ ତମ ପ୍ରଧାନମନ୍ତ୍ରୀ ହେବା ଏକରକମ ନିଶ୍ଚିତ ହୋଇଯାଇଛି । ପ୍ରାପ୍ତ ସୂଚନାନୁସାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଏକମାତ୍ର ସାଂସଦ ଭାବେ କି୍ରସ୍ ହିଁ ନାମାଙ୍କନ ଦାଖଲ କରିଛନ୍ତି । ଆବେଦନ କରିବାର ଶେଷ ତାରିଖ ଶେଷ ହୋଇଯାଇଥିବାରୁ ଏବଂ କ୍ରିସ୍ଙ୍କ ପ୍ରତିପକ୍ଷ ଭାବେ ଅନ୍ୟକେହି ଆବେଦନ କରିନଥିବାରୁ କ୍ରିସ୍ ହିଁ ନୁ୍ୟଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଚୂଡାନ୍ତ ହୋଇଯାଇଛି । ଶାସକ ଲେବର ପାର୍ଟି ମଧ୍ୟ କ୍ରିସ୍ଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛି । ଆସନ୍ତା କାଲି ଶାସକ ଦଳର ସାଂସଦମାନେ ମିଳିତ ଭାବେ କ୍ରିସ୍ଙ୍କ ପ୍ରତି ସମର୍ଥନ ଘୋଷଣା କରିବେ । ପ୍ରକାଶ, ଅକ୍ଟୋବର ୧୪ରେ ନୁ୍ୟଜିଲାଣ୍ଡରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ।