ଡାକ୍ତରୀମାଇନା ପାଇଁ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୧୨ ଘଣ୍ଟା ବୁଲାଇଲା ପୁଲିସ୍
ହାଟଡିହି, ୨୧ା୧(ଆପ୍ର): ଗଣ ବଳାକ୍ରାର ପୀଡ଼ିତାଙ୍କୁ ଡାକ୍ତରୀମାଇନା ପାଇଁ ସୋସୋ ଥାନା ପୁଲିସ ୧୨ ଘଣ୍ଟା ଜିପ୍ରେ ବସାଇ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ହେବା ନେଇ ଉଦ୍ବେଗ ସୃଷ୍ଟି ହୋଇଛି । ପୀଡିତାଙ୍କୁ ପୁଲିସ ନିର୍ଦ୍ଦିଷ୍ଟ ଡାକ୍ତରଖାନାକୁ ନ ନେଇ ଏପଟ ସେପଟ ହେବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ ହୋଇଛି । ଜାନୁଆରୀ ୧୯ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିଲା । ପୀଡିତାଙ୍କୁ ପୁଲିସ ସୋସୋ ଥାନାରୁ ୨୮ କିମି ଦୂର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା । କିନ୍ତୁ ଘଟଣା ହାଟଡିହି ବ୍ଲକ ଅଞ୍ଚଳରେ ହୋଇଥିବାରୁ ମେଡିକାଲ କର୍ତ୍ତୃପକ୍ଷ ଏହି ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରିବାକୁ ପରାମର୍ଶ ଦେଇ ପଠାଇ ଦେଇଥିଲେ । ଆନନ୍ଦପୁର ଠାରୁ ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୩୩ କିମି ଦୂର । ପୁଲିସ ଆନନ୍ଦପୁରରୁ ପୀଡିତାଙ୍କୁ ଧରି ଶାଳନିଆଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲା । କିନ୍ତୁ ଡାକ୍ତର ଅନୁପସ୍ଥିତ ଥିବାରୁ ପୁଲିସ ପୁଣି ଥରେ ପୀଡିତାଙ୍କୁ ଆନନ୍ଦପୁରକୁ ଫେରାଇ ନେଇଥିଲା । ଡାକ୍ତରୀମାଇନା ପାଇଁ ପ୍ରାୟ ୯୪ କିମି ବୁଳିବାକୁ ହୋଇଥିଲା । ପୁଲିସ ଜିପ୍ରେ ପୀଡ଼ିତା ଗୁରୁବାର ସକାଳ ୯ଟାରୁ ବସିଥିଲେ ଓ ରାତି ୯ଟାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରୀମାଇନା ହୋଇଥିଲା ।
ପୀଡ଼ିତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ଓ ସେ ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଥିବା ମାଉସୀ ଘରକୁ ଆସିଥିଲେ । ବୁଧବାର ସନ୍ଧ୍ୟାରେ ମାଉସୀ ପୁଅଙ୍କ ସଙ୍ଗେ ଗୋହିରାବଣୀ ଯାଉଥିବା ସମୟରେ ବଳାକ୍ରାର ଶିକାର ହୋଇଥିଲେ ।