ନେତାଜୀ ଥିଲେ ବାମପନ୍ଥୀ

ସଂଘ ବିଚାରଧାରାଠାରୁ
ବୋଷଙ୍କ ଆଦର୍ଶ ଭିନ୍ନ:
କନ୍ୟା ଅନୀତା
କୋଲକାତା, ୨୧ା୧: ସୋମବାର ନେତାଜୀ ସୁଭାଷ ବୋଷଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ନେତାଜୀଙ୍କ କନ୍ୟା ଅନୀତା ବୋଷ-ଫାଫ୍ କହିଛନ୍ତି, ଆର୍ଏସ୍ଏସ୍ର ବିଚାରଧାରା ଓ ତାଙ୍କ ପିତାଙ୍କ ଆଦର୍ଶ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ରହିଛି । ମୋ ପିତା ହିନ୍ଦୁ ଥିଲେ, କିନ୍ତୁ ସବୁ ଧର୍ମକୁ ସମ୍ମାନ କରୁଥିଲେ । ଧର୍ମ ନିରପେକ୍ଷତା ଉପରେ ତାଙ୍କର ଦୃଢ ଆଶା ଥିଲା । ସମସ୍ତେ ଏକତ୍ର ରହିବା ଥିଲା ତାଙ୍କ ମତ । ଆର୍ଏସ୍ଏସ୍ ଯଦି ନେତାଜୀଙ୍କ ଆଦର୍ଶ ଆପଣାଇବା ଆରମ୍ଭ କରିବ ଭାରତ ପାଇଁ ତାହା ଅତ୍ୟନ୍ତ ଉତ୍ତମ ହେବ । ଆର୍ଏସ୍ଏସ୍ ନେତାଜୀଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ଆବଶ୍ୟକ ।
ଉଲ୍ଲେଖଯୋଗ୍ୟ ଯେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ନେତାଜୀ ଜୟନ୍ତୀ ଉପଲକ୍ଷେ କୋଲକାତାରେ ଏକ ମେଗା ରାଲି କରିବାକୁ ଯାଉଛନ୍ତି । ଅନୀତାଙ୍କ ଟିପ୍ପଣୀ ପରିପ୍ରେକ୍ଷୀରେ ସଂଘର ପୂର୍ବ କ୍ଷେତ୍ର ସଞ୍ଚାଳକ ଅଜୟ ନନ୍ଦି କହିଛନ୍ତି, ସଂଘ ସର୍ବଦା ଦେଶର ମହାନ ନେତାମାନଙ୍କ ଜନ୍ମଦିନ ପାଳନ କରିଆସିଛି । ସୁଭାଷ ବୋଷ ଓ ଆର୍ଏସ୍ଏସ୍ ସଂସ୍ଥାପକ ଡକ୍ଟର ହେଡ୍ଗେୱାଲଙ୍କ ମଧ୍ୟରେ କଂଗ୍ରେସ ଗଠନ ସମୟରୁ ସୁ-ସମ୍ପର୍କ ରହିଆସିଥିଲା । କୋଲକାତା ସେହି ସ୍ଥାନ ଯେଉଁଠି ଦୁହିଁଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଉଭୟେ ସ୍ୱାଧୀନତା ପାଇଁ ଲଢିଥିଲେ । ଜଣେ ଆର୍ଏସ୍ଏସ୍ ଗଢିଲେ, ଅନ୍ୟ ଜଣେ ଗଢିଲେ ଆଇଏନ୍ଏ । ନେତାଜୀ ସଂଘର ସମାଲୋଚକ ଥିବାର ପ୍ରମାଣ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *