୨୬ରୁ ‘ହାଥ୍ ସେ ହାଥ୍ ଯୋଡ଼ୋ’

ଲୋଗୋ ଜାରି, ସରକାର ବିରୋଧରେ ୨ ପୃଷ୍ଠାର ଚାର୍ଜସିଟ୍
୨.୫ ଲକ୍ଷ ପଞ୍ଚାୟତ,୧ଠ ଲକ୍ଷ ପୁଲିଂ ବୁଥ୍ରେ ପହଞ୍ଚôବା ଲକ୍ଷ୍ୟ
‘କୁଛ୍ କା ସାଥ୍, ଅପ୍ନା ବିକାଶ, ସବ୍କେ ସାଥ୍ ବିଶ୍ୱାସଘାତ୍’ ସାଜିଛି ବିଜେପିର ନୀତି
ନୂଆଦିଲ୍ଲୀ (ଏଜେନ୍ସି): ‘ଭାରତ ଯୋଡୋ ଯାତ୍ରା’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚôଥିବା ବେଳେ କଂଗ୍ରେସ ପକ୍ଷରୁ ଆଉ ଏକ ଅଭିଯାନର ଶୁଭାରମ୍ଭ ନେଇ ଘୋଷଣା କରାଯାଇଛି । କଂଗ୍ରେସ ଏହି ଅଭିଯାନକୁ ‘ହାଥ୍ ସେ ହାଥ୍ ଯୋଡୋ’ ଭାବେ ନାମିତ କରିଛି । ତେବେ ଶନିବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏବଂ କେସି ଭେଣୁଗୋପାଳ ‘ହାଥ୍ ସେ ହାଥ୍ ଯୋଡୋ’ ଅଭିଯାନର ଲୋଗୋ ଉନ୍ମୋଚନ କରିବା ସହ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଛନ୍ତି । ଚଳିତ ମାସ ୨୬ରେ ଏହି ଅଭିଯାନକୁ ବିଧିବଦ୍ଧ ଶୁଭାରମ୍ଭ କରାଯିବା ନେଇ ଉଭୟ କହିଛନ୍ତି । ସୂଚନାଯୋଗ୍ୟ ଆସନ୍ତା ୩ଠ, ଅପରାହ୍ନ ୧ଠଟା ସମୟରେ ଜମ୍ମୁ କାଶ୍ମୀରର ପିସିସି କାର୍ଯ୍ୟାଳୟ ଠାରେ ପହଞ୍ଚôବା ସହ ଭାରତ ଯୋଡୋ ଯାତ୍ରା ନିଜ ଯାତ୍ରା ଶେଷ କରିବ । ରାହୁଲ ଗାନ୍ଧୀ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବିଶାଳ ଜନସଭାକୁ ସମ୍ବୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ହାଥ୍ ସେ ହାଥ୍ ଯୋଡୋ ଅଭିଯାନର ଲୋଗୋ ଉନ୍ମୋଚନ ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ତଥା ବିଜେପିକୁ ଟାର୍ଗେଟ୍ କରାଯିବା ଦେଖିବାକୁ ମିଳିଛି । ବିଜେପିକୁ ‘ଭ୍ରଷ୍ଟ ଜୁମ୍ଲା ପାର୍ଟି’ ଭାବେ ଅଭିହିତ କରିଛି କଂଗ୍ରେସ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାରା ‘ସବ୍କା ସାଥ୍…ସବ୍କା ବିକାଶ…ସବ୍କା ବିଶ୍ୱାସ’କୁ ମଧ୍ୟ କଟାକ୍ଷ କରିଛି । କଂଗ୍ରେସ ଏହାକୁ ବିଜେପିର ‘ସବ୍କେ ସାଥ୍ ବିଶ୍ୱାସଘାତ୍’ ବୋଲି କହିଛି । କଂଗ୍ରେସ ବିଜେପିର ଏହି ନାରାକୁ ‘କୁଛ୍ କା ସାଥ୍, ଅପ୍ନା ବିକାଶ, ସବ୍କେ ସାଥ୍ ବିଶ୍ୱାସଘାତ୍’ ବୋଲି କହିଛି । ସେହିପରି କଂଗ୍ରେସ ପକ୍ଷରୁ ମୋଦି ସରକାର ବିରୋଧରେ ଏକ ଚାର୍ଜସିଟ୍ ମଧ୍ୟ ଜାରି କରାଯାଇଛି । ଆବଶ୍ୟକସ୍ଥଳେ ବିଜେପି ଶାସିତ ରାଜ୍ୟ ପାଇଁ ନିର୍ଦ୍ଦିଷ୍ଟ ପ୍ରଦେଶ କଂଗ୍ରେସ ପକ୍ଷରୁ ମଧ୍ୟ ଚାର୍ଜସିଟ୍ ଜାରି କରାଯିବ, ଯାହାକି ଲୋକଙ୍କ ପାଖକୁ ଯିବ ବୋଲି କଂଗ୍ରେସ କହିଛି ।
କେସି ଭେଣୁଗୋପାଳ କହିଛନ୍ତି, କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ଅପାର ସଫଳତା ମିଳିଛି । ଦେଶବାସୀ ଏହାକୁ ବ୍ୟାପକ ସମର୍ଥନ ଦେଇ ସଫଳ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଯାତ୍ରା ୧୩ଠ ଦିନ ଅତିକ୍ରମ କରିସାରିଥିବା ବେଳେ ଦେଶବାସୀଙ୍କ ଠାରୁ ଅନେକ କିଛି ଜାଣିବାକୁ ପାଇଛି ଦଳ । ଦେଶର ସବୁବର୍ଗର ଲୋକେ କଂଗ୍ରେସ ସହ ଯୋଡ଼ି ହୋଇଛନ୍ତି । ରାହୁଲଙ୍କ ସହ ସାଧାରଣ ଲୋକେ ସେମାନଙ୍କ ବାସ୍ତବିକ ସମସ୍ୟାକୁ ସେୟାର କରିଛନ୍ତି । ମୋଦି ସରକାରରେ ସେମାନଙ୍କୁୂ ହେଉଥିବା ସମସ୍ୟା, ଯନ୍ତ୍ରଣା ତଥା କଷ୍ଟକୁ କଂଗ୍ରେସ ବେଶ୍ ଭଲଭାବେ ବୁଝିପାରିଛି । ସୁତରାଂ ଦେଶବାସୀଙ୍କୁ ଏକକ ସୂତ୍ରରେ ବାନ୍ଧିବା ଉଦେ୍ଦଶ୍ୟରେ, ସେମାନଙ୍କ କାନ୍ଧ ସହ କାନ୍ଧ ମିଳାଇ ସମସ୍ୟା ନିରାକରଣ କରିବା ଲକ୍ଷ୍ୟରେ ହାଥ୍ ସେ ହାଥ୍ ଯୋଡୋ’ ଅଭିଯାନର ପରିକଳ୍ପନା କରାଯାଇଛି । ଘରେ ଘରେ ପହଞ୍ଚôବା ସହ ମୋଦି ସରକାରର ପ୍ରକୃତ ମୁଖା ଖୋଲିବା ଲକ୍ଷ୍ୟରେ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି ।
ଜୟରାମ କହିଛନ୍ତି, କଂଗ୍ରେସର ଏହି ହାଥ୍ ସେ ହାଥ୍ ଯୋଡୋ ଅଭିଯାନ, ଭାରତ ଯୋଡୋ ଯାତ୍ରାର ବର୍ଦ୍ଧିତ ସଂସ୍କରଣ । ଏଥିରେ କଂଗ୍ରେସ, ରାହୁଲ ଗାନ୍ଧୀଙ୍କ ବାର୍ତ୍ତାକୁ ଦେଶବାସୀଙ୍କ ପାଖରେ ପହଞ୍ଚାଇବାର କାମ କରିବ । ଏହି ଅଭିଯାନ କାଳରେ ଦଳ ଦେଶର ୨.୫ ଗ୍ରାମପଞ୍ଚାୟତ, ୬ ଲକ୍ଷ ଗ୍ରାମ ଏବଂ ୧ଠ ଲକ୍ଷ ପୁଲିଂ ବୁଥ୍କୁ ଛୁଇଁବ । ଅର୍ଥାତ୍ ଏସବୁ ଅଞ୍ଚଳରେ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିବ ଏବଂ ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିବ । ସେହିପରି ପ୍ରତ୍ୟେକ ରାଜ୍ୟର ରାଜଧାନୀ ଠାରେ କଂଗ୍ରେସ ପକ୍ଷରୁ ମହିଳା ମୋର୍ଚ୍ଚା ମଧ୍ୟ ପ୍ରଚାର ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଭାରତ ଯୋଡୋ ଯାତ୍ରାରେ କଂଗ୍ରେସ ପକ୍ଷରୁ କୌଣସି ରାଜନୈତିକ ପ୍ରସଙ୍ଗକୁ ମୁଦ୍ଦା କରାଯାଇନଥିବା ବେଳେ ହାଥ୍ ସେ ହାଥ୍ ଯୋଡୋ ଅଭିଯାନରେ କିନ୍ତୁ ରାଜନୈତିକ ପ୍ରସଙ୍ଗକୁ ସ୍ଥାନିତ କରାଯିବ ବୋଲି ସେ କହିଛନ୍ତି । ମୋଦି ସରକାର ‘ବାର୍ଷିକ ୨ କୋଟି ନିଯୁକ୍ତି’, ପ୍ରତ୍ୟେକ ଦେଶବାସୀଙ୍କ ଆକାଉଣ୍ଟରେ ୧୫ହଜାର ଲେଖାଏ ଜମା କରାଯିବା, ବିଦେଶରୁ କଳାଧନ ସ୍ୱଦେଶ ଫେରାଇ ଆଣିବା ଭଳି ପ୍ରତିଶ୍ରୁତି ପାଳନ କରିନଥିବା କଂଗ୍ରେସ ଅଭିଯୋଗ କରିଛି । ଏତଦ୍ବ୍ୟତୀତ ଦରଦାମ୍ ବୃଦ୍ଧି, ପେଟ୍ରୋଲ-ଡିଜେଲ ଦର ବୃଦ୍ଧି, ବେରୋଜଗାରୀ ହାର ବୃଦ୍ଧି, ବିଜେପିର ବିଭାଜନ ତଥା ତ୍ରୁଟିପୂର୍ଣ୍ଣ ନୀତି ଆଧାରିତ ରାଜନୀତି ଆଦିକୁ ହାଥ୍ ସେ ହାଥ୍ ଯୋଡୋ ଅଭିଯାନରେ ମୁଖ୍ୟ ମୁଦ୍ଦା କରିବ ବୋଲି କଂଗ୍ରେସ ନେତା କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *