ବିଜେପି ଟାର୍ଗେଟ୍ରେ ମୋ’ ବୁଥ୍

ରାଜ୍ୟ କାର୍ଯ୍ୟକାରିଣୀରେ ୧୧ ଚିଠା ପ୍ରସ୍ତାବ ପାସ୍
ଓଡ଼ିଶାରେ ବିଜେପି ଡବଲ୍ ଇଞ୍ଜିନ୍ ସରକାର କରିବ: ସମୀର
ମୋଦିଙ୍କ ଜନକଲ୍ୟାଣ ଯୋଜନା ବାର୍ତ୍ତା ଘରେ ଘରେ ପହଞ୍ଚାଯିବ: ବଂଶଲ
ଭୁବନେଶ୍ୱର, ୨୨ା୧ (ବୁ୍ୟରୋ): ଓଡିଶାରେ ହୋଇପାରେ ଆଗୁଆ ବିଧାନସଭା ନିବାଚନ । ଗତ କିଛି ଦିନ ତଳେ ଏଭଳି ସଂକେତ ଦେଇଥିଲେ କେନ୍ଦ୍ର ମନ୍ତ୍ରା ଧମେନ୍ଦ୍ର ପ୍ରଧାନ । ଆଉ ଏବେ ଆଗୁଆ ନିବାଚନ ସଂକେତ ପାଇବା ପରେ ଏବେ ରାଜନୈତିକ ମହଲରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ରାଜ୍ୟର ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଥିବା ବିଜେପି ମଧ୍ୟ ତାର ନିବାଚନୀ ରଣନୀତି ପ୍ରସ୍ତୁତ କରିଛି । ଆସନ୍ତା ୨୦୨୪ ନିବାଚନ ପାଇ ଭୁବନେଶ୍ୱର ରେ ଅନୁଷ୍ଠିତ ଦୁଇ ଦିନିଆ ଦଳୀୟ କାଯ୍ୟକାରିଣୀ ବୈଠକରେ ପ୍ରସ୍ତୁତି ଚୁଡାନ୍ତ କରାଯାଇଛି । ଆସନ୍ତା ତିନି ମାସ ମଧ୍ୟରେ ମଣ୍ଡଳ ସ୍ତରୀୟ ନୂଆ ଦାୟିତ୍ୱ ସହିତ ଦଳ ବୁଥ ଜଗିବ । ଭୁବନେଶ୍ୱରରେ ଅନୁଷ୍ଠିତ ବିଜେପିର ଦୁଇ ଦିନିଆ ରାଜ୍ୟ କାଯ୍ୟକାରିଣୀ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ଶ୍ରୀ ମହାପାତ୍ର କହିଛନ୍ତି, ଓଡିଶା ଧନୀ କିନ୍ତୁ ଓଡ଼ିଆ ଆଜି ଗରୀବ । ଖଣିଜ ସମ୍ପଦରେ ଭରପୁର ଓଡ଼ିଶା । ସୁଦୀର୍ଘ ବେଳାଭୂମି ଓ ବିସ୍ତୃତ ଜଳସମ୍ପଦ ଥିବାବେଳେ ଓଡ଼ିଶା ସରକାରଙ୍କର ସ୍‌ଥାଣୁତା ଓ ଅପାରଗତା ପାଇଁ ଓଡ଼ିଶା ଆଜି ପଛରେ । ରାଜ୍ୟ ଶାସନ ବ୍ୟବସ୍‌ଥା ଅମଲାତନ୍ତ୍ର କବଜାରେ । ରାଜ୍ୟରେ କୌଣସି ଦୀର୍ଘ ମିଆଦି ଉନ୍ନୟନ କା୍ର୍ୟ୍ୟ ସମ୍ବନ୍ଧରେ ଚିନ୍ତା ରଖୁନଥିବା ବିଜେଡି ସରକାର ସମସ୍ତ କେନ୍‌ଦ୍ରୀୟ ୍ୟାଜନାକୁ ନିଜ ନାମରେ ନାମିତ କରି ୍ୟାଜନାକୁ ହଡପ କରିବା ସଙ୍ଗେ ସଙ୍ଗେ ରାଜ୍ୟବାସୀଙ୍କୁ ଭ୍ରମିତ କରିଆସୁଛନ୍ତି । ରାଜ୍ୟ ଓ ରାଜ୍ୟବାସୀଙ୍କ ଧନ ଜୀବନର ସୁୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍‌? ଥିବାବେଳେ ସେଥିରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ । ନାଁ ରାଜ୍ୟ ସୁରକ୍ଷିତ ନାଁ ରାଜ୍ୟବାସୀ ସୁରକ୍ଷିତ । ସବୁଠାରୁ ଦୁର୍ଭାଗ୍ୟଜନିତ ଘଟଣା ଯେ ଅପରାଧ ଓ ଅପରାଧୀମାନଙ୍କୁ ପୃଷ୍ଠ ପାଷକତା କରୁଛନ୍ତି ଶାସକ ଦଳର ନେତା ଓ ମନ୍ତ୍ରୀମାନେ । ସାଂପ୍ରତିକ ପରିସ୍ଥିତି ରେ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଶୁଡି ପଡ଼ିଛି । ରାଜ୍ୟ ସରକାର ବିଧାନସଭାରେ ୨୭ଲକ୍ଷ ଘର ଆବଶ୍ୟକ ବୋଲି କହିଥିଲା ବେଳେ କେନ୍ଦ୍ର ସରକାର ଓଡ଼ିଶାକୁ ଅନ୍ୟାବଧି ୨୮ଲକ୍ଷରୁ ଉର୍ଦ୍ଧ୍‌ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଇଛନ୍ତି । ହେଲେ ଓଡ଼ିଶାରେ ଏହ ଯୋଜନାକୁ ବିଜେଡି ସରକାର ବିଭିନ୍ନ ଷଡଯନ୍ତ୍ର କରି ବିଭ୍ରାଟ କରିବା ପାଇଁ ଅପଚେଷ୍ଟା କରିଆସୁଛି । ରାଜ୍ୟ ସରକାର ଦଳୀୟ ଭିତିରେ ଅ୍ୟାଗ୍ୟ ହିତାଧିକାରୀଙ୍କ ନାଁକୁ ତାଲିକାରେ ରଖିଥିବାବେଳେ ଯୋଗ୍ୟ ତଥା ଗରିବ ହିତାଧିକାରୀି ନାଁକୁ ତାଲିକାରୁ କାଟି ଦେଇଛନ୍ତି । ରାଜ୍ୟରେ ଥିବା ମହିଳା ସ୍ୱୟଂ ସହାୟକ ଗାଷ୍ଠୀମାନଙ୍କୁ ଯାହା ଯାହା ସହାୟତା ମିଳେ ବାସ୍ତବରେ ତାହା ହେଉଛି କେଦ୍ର ସରକାରଙ୍କର ଦୀନ ଦୟାଲ ଅନ୍ତଦ୍ୱୟ ଯୋଜନା ଓ ଜାତୀୟ ଜୀବିକା ମିଶନ ଅନ୍ତର୍ଭୁକ୍ତ । ରାଜ୍ୟ ସରକାର କେବଳ ମାଛ ତେଲରେ ମାଛ ଭାଜନ୍ତି । ରାଜ୍ୟର ଆଦିବାସୀ ଓ ଦଳୀତ ବର୍ଗଙ୍କୁ ସବୁକ୍ଷେତ୍ରରେ ରାଜ୍ୟ ସରକାର ଅବହେଳା କରିଆସିଛନ୍ତି । ସେହିପରି ରାଜ୍ୟ ଜନସଂଖ୍ୟାର ୫୪ଭାଗ ପଛୁଆ ବର୍ଗଙ୍କ ପ୍ରତି ବିଜେଡି ସରକାର ୍ୟାଜନା ବଦ୍ଧ ଷଡ୍ୟନ୍ତ୍ର କରିବା ଦୁର୍ଭାଗ୍ୟଜନକ । ବିକାଶଶୀଳ ରାଜ୍ୟର ମେରୁଦଣ୍ଡ ସମବାୟ ସଂସ୍‌ଥା ହାଇଥିବାବେଳେ ରାଜ୍ୟରେ ତାହା ବିଜେଡି ଦଳର ଗାଷ୍ଠୀ କା୍ର୍ୟ୍ୟାଳୟରେ ପରିଣତ ହାଇଛି । ପ୍ରଧାନମନ୍ତ୍ରୀ ଙ୍କ ଜନକଲ୍ୟାଣ ଯୋାଜନାକୁ ଲାକଂକ ପାଖରେ ପଂହଚାଇବା ସହିତ ରାଜ୍ୟ ସରକାରଂକ ଦୁର୍ନୀତି, ଭ୍ରଷ୍ଟାଚାର ବିରାଧରେ ଆଗାମୀ ଦିନରେ ବ୍ୟାପକ ଆନ୍‌ଦାଳନ କରିବାକୁ ରାଜ୍ୟ କାଯ୍ୟକାରିଣୀ ରେ ରାଜ୍ୟ ସଭାପତି ସମୀର ମହାନ୍ତି ଆହ୍ୱାନ ଦେଇଛନ୍ତି ।ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହାଇଛି । ଆଜିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲାଚନା ହେବା ସହ ଆଗାମୀ ଦିନରେ ବିଜେପିର ରାଡ ମ୍ୟାପକୁ ନେଇ ବ୍ୟାପକ ଆଲାଚନା ହାଇଥିଲା । ଶନିବାର ରାଜ୍ୟ ପଦାଧିକାରୀ ବୈଠକରେ ଆଗତ ହାଇଥିବା ସମସ୍ତ ପ୍ରସଙ୍ଗରେ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଭାବେ ଆଲାଚନା କରାଯାଇ ସମସ୍ତ ପ୍ରସ୍ତାବ ପାରିତ କରାଯାଇଅଛି ।କା୍ର୍ୟ୍ୟକାରିଣୀ କମିଟି ବୈଠକ ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗାଲକ ମହାପାତ୍ର କହିଛନ୍ତି ୍େୟ, ଆଜିର କା୍ର୍ୟ୍ୟକାରିଣୀରେ ଓଡ଼ିଶାରେ ୨୦୨୪ରେ ହେବାକୁ ଯାଉଥିବା ଉଭୟ ଲାକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ତାର ବିଜୟ ପାଇଁ ଦୁଇ ସୂତ୍ରୀ କା୍ର୍ୟ୍ୟକ୍ରମ ହାତକୁ ନେଇଛି । ତୃଣମୂଳ ସ୍ତରରେ ବୁଥ୍କୁ ସଶକ୍ତ ଓ ସକ୍ରିୟ କରିବା ପାଇଁ ୍ୟାଜନା ପ୍ରସ୍ତୁତ ହାଇଛି । ତତ୍ସହିତ ଓଡ଼ିଶାରେ ବିଜୁ ଜନତା ଦଳର ଅପାରଗ, ଭ୍ରଷ୍ଟାଚାର ଓ ଗରୀବ ବିରାଧୀ କା୍ର୍ୟ୍ୟକ୍ରମ ବିରାଧରେ ତୃଣମୂଳ ସ୍ତରରେ ରାଜନୈତିକ ଲଢ଼ାଇ କରା୍ୟିବ । କେନ୍‌ଦ୍ରରେ ନରେନ୍‌ଦ୍ର ମାଦୀ ସରକାର ଓଡ଼ିଶା ପାଇଁ ଦେଉଥିବା ସମସ୍ତ କେନ୍‌ଦ୍ରୀୟ ୍ୟାଜନାର ଲାଭ କିଭଳି ଓଡ଼ିଶା ଲାକ ପାଇବେ ଓ ବିଜେପି ଏହାକୁ ନେଇ ଜନସାଧାରଣଙ୍କୁ ଅବଗତ କରିବ ।
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍‌ଥିତି, ବେକାରୀ ସମସ୍ୟା, ଚାଷୀ ଓ ଚାଷ ସମସ୍ୟା, ଶକ୍ଷା ସମସ୍ୟା, ଦୁର୍ନୀତି ଓ ଭ୍ରଷ୍ଟାଚାର, ପ୍ରଧାନମନ୍ତ୍ରୀ ଆବାସ ବଂଟନରେ ଅନିୟମତତା, ମହିଳାଂକ ବିକାଶ ପାଇଁ କେନ୍ଦ୍ର ସରକାରଂକ ଅବଦାନ, ସ୍ୱାସ୍ଥ୍ୟ ସେବା ଓ ପାନୀୟ ଜଳ, ଆଦିବାସୀ-ଦଳୀତଂକୁ ଅଣଦେଖା, ଓବିସି ବର୍ଗଂକୁ ଅବହେଳା, ସମବାୟ ସଂସ୍ଥାର ଅଚଳାବସ୍ଥା ପ୍ରଭୃତିକୁ ନେଇ ପ୍ରସ୍ତୁତି ହେଇଥିବା ରାଜନୈତିକ ଚିଠା ପ୍ରସ୍ତାବକୁ ଆଗତ କରିଥିଲେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍‌ନ୍ଦନ । ସେହିପରି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ପ୍ରଦାନ, ଓଡ଼ିଶାକୁ ୨୮ଲକ୍ଷରୁ ଊର୍ଦ୍ଦ୍ୱ ପ୍ରଧାନମନ୍ତ୍ରୀ ଆବାସ, ଏସଏଚଜି ସୁଧଛାଡ, ଜାତୀୟ ରାଜପଥ ଓ ରେଳସେବା କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, ଜି-୨୦ସମ୍ମିଳନୀ ପାଇଁ ଓଡ଼ିଶାକୁ ଗୁରୁତ୍ୱ , ୫ଜି ନେଟ ୱାକ୍ ସେବା ପ୍ରଚଳନ, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ପ୍ରଭୃତିରେ ଓଡ଼ିଶାକୁ ବିପୁଳ ଅର୍ଥ ପ୍ରଦାନ କରିଥିବା ସମ୍ପର୍କରେ ରାଜ୍ୟ କା୍ର୍ୟ୍ୟକାରିଣୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ତଥ୍ୟ ରଖିଥିଲେ ।
ଏହି ରାଜ୍ୟ ର୍କାଯ୍ୟକାରିଣୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ କୋର୍ କମିଟି ସଦସ୍ୟ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୁଖପାତ୍ର, ସାଂସଦ, ବିଧାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ସମସ୍ତ ମୋର୍ଚ୍ଚା ର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *