ଘାଟିରେ ବସ୍ ଓଲଟି ୨ ମୃତ

ପାତ୍ରପୁର, ୨ଠା୧ (ଆପ୍ର): ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଏକ ଘାଟିରେ ଶୁକ୍ରବାର ସନ୍ଧ୍ୟାରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କର ମୃତୁ୍ୟ ହୋଇଛି ଓ ୧୪ ଜଣ ଆହତ ହୋଇଛନ୍ତି ।
ଜରଡା ଥାନା ଖାରିଆଗୁଡା ଫାଣ୍ଡିର ବଣିଆବସା ନିକଟ ମାଙ୍କଡଡିଅାଁ କାନକଟା ଘାଟିରେ ଏକ ବସ୍ (ଓଆର୍.୦୨.ବିବି-୯୭୭୭) ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ଜଣେ ନାବାଳିକା ସମେତ ୨ ମହିଳାଙ୍କ ମୃତୁ୍ୟ ହେବା ସହିତ ୧୪ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗୁରୁତର ହୋଇପଡ଼ିଥିବା ୮ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରାଣ ହରାଇଥିବା ମହିଳାମାନେ ହେଲେ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଶିକୁଳିପଦରର ସରସ୍ୱତୀ ବାଗ୍ସିଂ (୧୬) ଓ ଦିଗପହଣ୍ଡି ବ୍ଲକ୍ ଭ୍ରମରପୁର ପଞ୍ଚାୟତ ଅରଖପଦା ଗ୍ରାମର ସୁମତି ରଇତ (୨୮) । ଏହାସହିତ ଅନିତା ଶବର, ଇପ୍ସିତା ବଳିଆରସିଂ, ଶ୍ରୀୟା ପାଇକ, ଟୁନା ବିଷୋୟୀ, ଜାନକୀ ଦଳେଇ, ହେମା ଦଳେଇ, ଶିବାଜୀ ଭୂୟାଁ, ବାବୁଲା ଶବର, ସୁକାନ୍ତି ଭୂୟାଁ, ପାର୍ବତୀ ନାୟକ, ନମିତା ପାଣିଗ୍ରାହୀ, ସୁଲୋଚନା ବଡମୁଣ୍ଡି, ମୁନି ଗୌଡ, ସକୁନ୍ତଳା ଭୂୟାଁ ପ୍ରମୁଖଙ୍କ ସମେତ ୧୪ ଜଣ ଆହତ ହୋଇଛନ୍ତି । ଉକ୍ତ ବସ୍ ଦୁଇମାସ ହେଲା ବୁରୁତାଳରୁ ରାୟଗଡ଼ ମଧ୍ୟରେ ଯାତାୟାତ କରୁଥିଲା । ରାୟଗଡ଼ରୁ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଛନ୍ତି । ଶବ ବ୍ୟବଚ୍ଛେଦ ଲାଗି ପଠାଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ବ୍ରହ୍ମପୁର ୁପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମୃତାହତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ପ୍ରାଣ ହରାଇଥିବା ଦୁଇ ମହିଳାଙ୍କ ନିକଟତମ ସଂପର୍କୀୟଙ୍କୁ ୩୦ ହଜାର ଟଙ୍କା ଲେଖାଏଁ, ଗୁରତର ହୋଇଥିବା ୮ ଜଣଙ୍କୁ ୧୦ ହଜାର ଟଙ୍କା ଓ ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଘୋଷଣା କରିଛନ୍ତି । ଇତିମଧ୍ୟରେ ସାମାନ୍ୟ ଆହତ ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସ୍ଚାର୍ଯ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *