ପୁତିନ୍ ଏବେ ବଞ୍ଚôଛନ୍ତି କି ନା ଜାଣିନି?
ଜେଲେନସ୍କିଙ୍କ ବୟାନକୁ ନେଇ ବିଶ୍ୱସ୍ତରରେ ହଲ୍ଚଲ
ମସ୍କୋ/ କିଭ୍ (ଏଜେନ୍ସି): ରୁଷ-ୟୁକ୍ରେନ୍ ଯୁଦ୍ଧ ଏବେ ବି ଜାରି ରହିଛି । ରୁଷ୍ ପକ୍ଷରୁ ୟୁକ୍ରେନ୍ ଉପରେ ଆକାଶମାର୍ଗରୁ ମିସାଇଲ ଆକ୍ରମଣ ଚାଲିଥିବା ବେଳେ ୟୁକ୍ରେନ୍ ସେନା ମଧ୍ୟ ସୁଯୋଗ ଦେଖି ରୁଷୀୟ ସେନା ଉପରେ ପ୍ରତିଆକ୍ରମଣ କରୁଛନ୍ତି । ଏସବୁ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସମ୍ପର୍କରେ ୟୁୂକ୍ରେନ୍ ରାଷ୍ଟ୍ରପତି ଭି.ଜେଲେନ୍ସ୍କି ଦେଇଥିବା ଏକ ବୟାନ୍କୁ ନେଇ ବିଶ୍ୱସ୍ତରରେ ହଲ୍ଚଲ୍ ସୃଷ୍ଟି ହୋଇଛି ।
ବିଶ୍ୱ ଅର୍ଥନୈତିକ ଫୋରମ୍କୁ ଭଚ୍ଚୁଆଲ ସମ୍ବୋଧିତ କରିବା ପରିପ୍ରେକ୍ଷୀରେ ଜେଲେନ୍ସ୍କି କହିଛନ୍ତି, ଯୁଦ୍ଧ ଜାରି ରହିଛି । ତେବେ ପୁତିନ୍ ବର୍ତ୍ତମାନ ଜୀବିତ କି ମୃତ ସେସମ୍ପର୍କରେ ସେ ନିଶ୍ଚିତ ନୁହଁନ୍ତି । ଫୋରମ୍ର ୟୁକ୍ରେନିଆନ୍ ବ୍ରେକ୍ଫାଷ୍ଟ ସମୟରେ ଜେଲେନ୍ସ୍କି ଏପରି କହିଛନ୍ତି । ରୁଷ୍ ସହ ଶାନ୍ତି ପ୍ରତିଷ୍ଠା ଦିଗରେ ୟୁକ୍ରେନ୍ କେବେ ଆଲୋଚନା କରିବ ସେନେଇ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଜେଲେନ୍ସ୍କି ଏପରି କହିଛନ୍ତି । ଏହାକୁ ନେଇ ରୁଷ୍ ପ୍ରତିକ୍ରିୟାଶୀଳ ହୋଇପଡିଛି । ଜେଲେନ୍ସ୍କିଙ୍କ ମନ୍ତବ୍ୟର ଭିଡିଓ କ୍ଲିପ୍ ଏବେ ଟ୍ୱିଟରରେ ଭାଇରାଲ୍ ହେଉଛି ।