ଏଲ୍ଏସିରେ ଯୁଦ୍ଧ ପ୍ରସ୍ତୁତି ଦେଖିଲେ ଜିନ୍ପିଙ୍ଗ୍

ଭିସି ମାଧ୍ୟମରେ ଚୀନା ସୈନିକଙ୍କ ସହ ଆଲୋଚନା କଲେ
ବିଜିଂ, ୨ଠା୧: ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଭାରତର ଉତ୍ତରବର୍ତ୍ତୀ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ସଂଲଗ୍ନ ପୂର୍ବ ଲଦାଖରେ ମୁତୟନ ଥିବା ସେନାବାହିନୀ ଯୁଦ୍ଧ ପାଇଁ କେତେଦୂର ପ୍ରସ୍ତୁତ, ତାହା ଅନୁଧ୍ୟାନ କରିବା ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଚୀନା ସୈନିକମାନଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବ ଲଦାଖ ସେହି ଇଲାକା ଯେଉଁଠି ୨୦୨୦ ମେ ୫ ତାରିଖ ଦିନ ଭାରତୀୟ ସେନା ଓ ଚୀନା ବାହିନୀ ମଧ୍ୟରେ ହିଂସ୍ର ସଂଘର୍ଷ ଘଟିଥିଲା । ପେଙ୍ଗୋଙ୍ଗ କ୍ଷେତ୍ରରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷ ସୈନିକ ମୃତାହତ ହୋଇଥିଲେ । ଏହାପରେ ସୀମାରେ ଦୁଇ ପକ୍ଷର ଗତିରୋଧ ପାଇଁ ୧୭ଥର ଉଚ୍ଚସ୍ତରୀୟ ସାମରିକ ଆଲୋଚନା ହୋଇଥିଲା । ତାହାସତ୍ତ୍ୱେ ଏ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗର ସମାଧାନ ହୋଇପାରି ନାହିଁ । ସେହିପରି ଗତ ଡିସେମ୍ବର ୬ ତାରିଖ ଦିନ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସଂଲଗ୍ନ ଏଲ୍ଏସିରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ତା ପରଠାରୁ ଉଭୟ ପକ୍ଷରୁ ବହୁ ସଂଖ୍ୟକ ସୈନ୍ୟ ସେଠାରେ ମୁତୟନ କରାଯାଇଛି । ଶୁକ୍ରବାର ରାଷ୍ଟ୍ରପତି ତଥା ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ମୁଖ୍ୟ ଜିନ୍ପିଙ୍ଗ୍ ନିଜ ଦେଶର ସମରଶଯ୍ୟା ଅନୁଧ୍ୟାନ କରିଥିବା ଚୀନା ସରକାରୀ ଗଣମାଧ୍ୟମକୁ ଜଣାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *