ଟ୍ରମ୍ପ୍ଙ୍କୁ ୧ଠ ଲକ୍ଷ ଡଲାର ଜରିମାନା
ନୁ୍ୟୟର୍କ, ୨ଠା୧: ରାଷ୍ଟ୍ରପତି ରୂପେ ହ୍ୱାଇଟ୍ହାଉସ୍କୁ ଫେରିବା ପାଇଁ ଆଶା ରଖିଥିବା ଡୋନାଲ୍ଡ ଟ୍ରମ୍ପ୍କୁ ଲାଗିଛି ଶକ୍ତ ଝଟ୍କା । ପ୍ଲୋରିଡାର ଏକ ସଂଘୀୟ ଅଦାଲତ ଟ୍ରମ୍ପ୍ ଓ ତାଙ୍କ ଓକିଲଙ୍କ ଉପରେ ୧୦ ଲକ୍ଷ ଡଲାର ଜରିମାନା ଲଗାଇଛନ୍ତି । ହିଲାରୀ କ୍ଲିଣ୍ଟନ୍ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ବିଭ୍ରାଟ ଉଦ୍ୟମ କରିଥିବା ଦର୍ଶାଇ ଟ୍ରମ୍ପ୍ କ୍ଷତିପୂରଣ ଆକାରରେ ୭ କୋଟି ଡଲାର ଦାବି କରିଥିଲେ । ଡିଷ୍ଟ୍ରିକ୍ଟ ଜଜ୍ ଜନ୍ ମିଡିଲ୍ବ୍ରୁକ୍ସ ଏହାକୁ ତୁଚ୍ଛ ମାମଲା ଆଖ୍ୟା ଦେଇ ଏଭଳି ମାମଲା ଆଦୌ ରୁଜୁ ହେବାର ନଥିଲା ବୋଲି ମନ୍ତବ୍ୟ ଦେଇଛନ୍ତି । ୪୫ ପୃଷ୍ଠାର ରାୟରେ ଅଦାଲତ ଲେଖିଛନ୍ତି, ଆଇନଗତ ଦୃଷ୍ଟିରୁ ଟ୍ରମ୍ପ୍ଙ୍କ ମାମଲା ଦୁର୍ବଳବୋଲି ଆରମ୍ଭରୁ ସ୍ପଷ୍ଟ ହୋଇଥିଲା । କୌଣସି ଦାୟିତ୍ୱସମ୍ପନ୍ନ ଆଇନଜୀବୀ ଏଭଳି ମାମଲା ରୁଜୁ କରିବେ ନାହିଁ । ରାଜନୈତିକ ଉଦେ୍ଦଶ୍ୟରେ ରଖି ଏହି ମୋକଦ୍ଦମା ରୁଜୁ ହୋଇଥିବାରୁ ଓକିଲ ଅଲିନା ହବା ମଧ୍ୟ ଦଣ୍ଡନୀୟ ।
ଟ୍ରମ୍ପ୍ଙ୍କ ସମ୍ପର୍କରେ ବିଚାରପତି କଡା ଟିପ୍ପଣୀ ଦେଇ ଲେଖିଛନ୍ତି, ନାୟିକ ପ୍ରକ୍ରିୟାର ଦୁରୁପଯୋଗରେ ସେ (ଟ୍ରମ୍ପ୍) ମାଷ୍ଟରମାଇଣ୍ଡ୍ ।