ଚାର୍ଜସିଟ୍ ପବ୍ଲିକ୍ ଡକୁ୍ୟମେଣ୍ଟ ନୁହେଁ

ସୁପ୍ରିମ୍ ରୁଲିଂ

ନୂଆଦିଲ୍ଲୀ, ୨ଠା୧: ଅପରାଧ ମାମଲାରେ ତଦନ୍ତକାରୀ ଏଜେନ୍ସିମାନେ ଦାଖଲ କରିଥିବା ଅଭିଯୋଗପତ୍ର (ଚାର୍ଜସିଟ୍)କୁ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ । ଚାର୍ଜସିଟ୍ଗୁଡ଼ିକୁ ବିନା ମୂଲ୍ୟରେ ୱେବ୍ସାଇଟ୍ ମାଧ୍ୟମରେ ଉପଲବ୍ଧ କରାଇବା ଦାବିରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲା (ପିଆଇଏଲ୍)କୁ ଖାରଜ କରି ସୁପ୍ରିମ୍କୋର୍ଟ ଏଭଳି ରୁଲିଂ ଦେଇଛନ୍ତି । ଜଷ୍ଟିସ୍ ଏମ୍ ଆର୍ ଶାହ ଓ ଜଷ୍ଟିସ୍ ସି ଟି ରବି କୁମାରଙ୍କ ନ୍ୟାୟପୀଠ କହିଛନ୍ତି ପୁଲିସ୍, ସିବିଆଇ ଓ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଆଦି ତଦନ୍ତକାରୀ ଏଜେନ୍ସି ପକ୍ଷରୁ ଅଦାଲତରେ ଦାଖଲ କରାଯାଉଥିବା ଚାର୍ଜସିଟ୍କୁ ୱେବ୍ସାଇଟ୍ରେ ଅପଲୋଡ୍ କଲେ ତାହା ଦଣ୍ଡ ପ୍ରକ୍ରିୟା ସଂହିତା (ସିଆର୍ପିସି)ରେ ଥିବା ବ୍ୟବସ୍ଥାର ବିରୋଧାଚରଣ କରିବ । ତାହାର ପ୍ରଧାନକାରଣ ଚାର୍ଜସିଟ୍ ପବ୍ଲିକ୍ ଡକୁ୍ୟମେଣ୍ଟ ନୁହେଁ । ଏଫ୍ଆଇଆର୍ ଅପ୍ଲୋଡ୍ ହେଉଥିବା କାରଣରୁ ଚାର୍ଜସିଟ୍ ଅପ୍ଲୋଡ କରାଯାଇ ପାରିବ ନାହିଁ । ନିରୀହ ଅଭିଯୁକ୍ତ ଯେପରି ହଇରାଣ ହେବେ ନାହିଁ, ସେହି ଉଦେ୍ଦଶ୍ୟରେ ଏଫ୍ଆଇଆର୍ ଅପଲୋଡ୍ ନିଦେ୍ର୍ଦଶ ଦିଆଯାଇଛି । ଆର୍ଟିଆଇ କାର୍ଯ୍ୟକର୍ତ୍ତା ତଥା ସାମ୍ବାଦିକ ସୌରଭ ଦାଶ ଏହି ପିଆଇଏଲ୍ ଦାଖଲ କରିଥିଲେ । ୯ ତାରିଖ ଦିନ ଶୁଣାଣୀ ଶେଷ ହେବା ପରେ ନ୍ୟାୟପୀଠ ଫୈସଲା ସୁରକ୍ଷିତ ରଖିଥିଲେ । ତେବେ ନ୍ୟାୟପୀଠ ମୌଖିକ ଭାବେ କହିଥିଲେ ଯେ, ଚାର୍ଜସିଟ୍ ଅନ୍ଲାଇନ୍ରେ ଉପଲବ୍ଧ ହେଲେ ତାହାର ଦୁରୁପଯୋଗ ହୋଇପାରେ । ନ୍ୟାୟପୀଠ ତାଙ୍କ ଫୈସଲାରେ କହିଛନ୍ତି ୟୁଥ୍ ବାର୍ ଆସୋସିଏସନ୍ ମାମଲାରେ ଜାରି ହୋଇଥିବା ଆଦେଶକୁ ଚାର୍ଜସିଟ୍ ପ୍ରସଙ୍ଗରେ ଲାଗୁ କରାଯାଇପାରିବ ନାହିଁ । ଆବେଦନକାରୀଙ୍କ ପକ୍ଷରୁ ତର୍କ ଦିଆଯାଇଥିଲା ଯେ, ଚାର୍ଜସିଟ୍ ଏଫ୍ଆଇଆର୍ର ଅନୁରୂପ ଏକ ପବ୍ଲିକ୍ ଡକୁ୍ୟମେଣ୍ଟ । କାରଣ ଚାର୍ଜସିଟ୍ ଦାଖଲ କରିବା ଜଣେ ସରକାରୀ ଅଧିକାରୀଙ୍କ ଆନୁଷ୍ଠାନିକ କର୍ତ୍ତବ୍ୟର ଅଂଶବିଶେଷ । ସାକ୍ଷ୍ୟ ଅଧିନିୟମ, ୧୮୭୨ର ଧାରା ୭୪ରେ ଏହା ନିର୍ଦ୍ଧାରିତ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *