୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ୍

ନୂଆଦିଲ୍ଲୀ (ଏଜେନ୍ସି): ମାଇକ୍ରୋସଫ୍ଟ ପରେ ଏବେ ପ୍ରତିଷ୍ଠିତ ଟେକ୍ କମ୍ପାନି ଗୁଗଲ୍ ମଧ୍ୟ ଛଟେଇ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି । ଗୁଗୁଲ୍ର ପ୍ୟାରେଣ୍ଟାଲ୍ କମ୍ପାନୀ ଆଲ୍ଫାବେଟ୍ ଇଙ୍କ୍ ସିଇଓ ସୁନ୍ଦର ପିଚାଇ ନିଜେ ଏହି ଘୋଷଣା କରିଛନ୍ତି । ପିଚାଇ କହିଛନ୍ତି, ସମ୍ପ୍ରତି ବିଶ୍ୱସ୍ତରରେ ଦେଖାଦେଇଥିବା ମାନ୍ଦାବସ୍ଥା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି । ଏପରିସ୍ଥିତିରେ କମ୍ପାନୀକୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ୁଛି । କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ବିଶ୍ୱସ୍ତରରେ ୬% ଅର୍ଥାତ୍ ପ୍ରାୟ ୧୨ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ତେବେ କମ୍ପାନୀ, ଛଟେଇ କର୍ମଚାରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଯୋଗାଇଦେବ ବୋଲି ପିଚାଇ ପ୍ରତିଶ୍ରୁତି ଦେଇଛନ୍ତି । ଏକ ଇ-ମେଲ୍ ଜରିଆରେ ପିଚାଇ ଏପରିସ୍ଥିତିରେ କମ୍ପାନୀରୁ ବାଦ୍ ପଡ଼ିବାକୁ ଥିବା କର୍ମଚାରୀଙ୍କ ଠାରୁ କ୍ଷମାପ୍ରାର୍ଥନା କରିବା ସହ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ପ୍ରକାଶ ଗୁଗୁଲ୍ର ଏହି ନିଷ୍ପତ୍ତି ଦ୍ୱାରା ଆମେରିକୀୟ ନାଗରିକ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ବିଶ୍ୱ ଅର୍ଥବ୍ୟବସ୍ଥାରେ ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ବଡ ବଡ ଟେକ୍ କମ୍ପାନି ବ୍ୟାପକ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଉଛନ୍ତି । ନିକଟରେ ମାଇକ୍ରୋସଫ୍ଟ ୧ଠହଜାର କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ଆମାଜନ୍ ୧୮ ହଜାର, ମେଟା କମ୍ପାନୀ ୧୫ହଜାର, ଟ୍ିଟର ଇଙ୍କ୍, ଏଚ୍ପି ଭଳି କମ୍ପାନୀ ହଜାର ହଜାର ସଂଖ୍ୟକ କର୍ମଚାରୀଙ୍କୁ ବିଦା କରିଦେଇଛନ୍ତି । ତେବେ ଗୁଗଲ ନିଜ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ନକରିବାକୁ ଯଥା ସମ୍ଭବ ଉଦ୍ୟମ ଚଳାଇଥିଲା । ମାତ୍ର କମ୍ପାନୀ, ଡିଜିଟାଲ୍ ବିଜ୍ଞାପନ କ୍ଷେତ୍ରରେ ମାନ୍ଦାବସ୍ଥାର ସମ୍ମୁଖୀନ ହେବାପରେ ଶେଷରେ ବାଧ୍ୟ ହୋଇ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ତେବେ କେବଳ ଟେକ୍ କମ୍ପାନୀ ନୁହଁନ୍ତି, ଅନେକ ଷ୍ଟାର୍ଟଅପ୍ ଫାର୍ମ, ଅନଲାଇନ୍ ଫୁଡଡେଲିଭରୀ ସଂସ୍ଥା, ବାଇଜୁସ୍ ଭଳି ଏକାଧିକ ଏଜୁଟେକ୍ କମ୍ପାନୀ ମଧ୍ୟ ଏହି ମାନ୍ଦାବସ୍ଥାର ଶିକାର ହୋଇ କର୍ମଚାରୀ ଛଟେଇ କରିବାକୁ ବାଧ୍ୟ ହେଉଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *