ନୁ୍ୟଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଅଚାନକ ଇସ୍ତଫା
ୱେଲିଂଟନ୍, ୧୯ା୧: ନୁ୍ୟଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଫେବ୍ରୁଆରୀ ୭ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୧୪ରେ ହେବାକୁ ଥିବା ନିର୍ବାଚନରେ ସେ ଲଢ଼ିବେ ନାହିଁ ।
୨୦୧୭ରେ ଜେସିଣ୍ଡା ମାତ୍ର ୩୭ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏ ପର୍ଯ୍ୟନ୍ତ ତାଙ୍କଠାରୁ କମ୍ ବୟସର କୌଣସି ମହିଳା ରାଷ୍ଟ୍ରମୁଖ୍ୟ ହୋଇନାହାନ୍ତି । ସେ କହିଛନ୍ତି, ଯାହା କରିବାର କଥା କରିସାରିଛି, ଅଧିକ ଦିନ ନେତୃତ୍ୱ ନେବା ପାଇଁ ମୋ ପାଖରେ ଶକ୍ତି ନାହିଁ ।