୯ ବୃହତ୍ ପ୍ରକଳ୍ପକୁ ଏଚ୍ଏଲ୍ସିଏ ମଞ୍ଜୁରି

ଭୁବନେଶ୍ୱର, ୧୯ା୧ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକରେ ଗ୍ରୀନ୍ ଏନର୍ଜି ଓ ଉପକରଣ କ୍ଷେତ୍ରର ୪ଟି, ପେପର ଶିଳ୍ପର ୨ଟି, ମେଟାଲ ଓ ମିନେରାଲ କ୍ଷେତ୍ରର ୨ଟି ଏବଂ ଆଇଟି କ୍ଷେତ୍ରର ଗୋଟିଏ ବୃହତ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦେଢ଼ମାସ ପରେ ରାଜ୍ୟ ସରକାର ୧,୫୩,୦୭୪.୬୩ ଲକ୍ଷ କୋଟି ଟଙ୍କାର ଏହି ୯ଟି ପ୍ରକଳ୍ପକୁ କ୍ଲିଅରାନ୍ସ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ମୋଟ ୨୭୦୩୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବା ଆଶା କରାଯାଉଛି ।
ଏହି ଅନୁମୋଦିତ ପ୍ରକଳ୍ପ ସମ୍ବନ୍ଧୀୟ ପୁଞ୍ଜିନିବେଶ ପ୍ରସ୍ତାବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ମାଧ୍ୟମରେ ଆସିଥିଲା । ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ ଏସବୁ ସ୍ଥାପିତ ହେବ ।
ସୂଚନା ଅନୁଯାୟୀ, ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ ୩୮ହଜାର କୋଟି ଟଙ୍କା ନିବେଶ କରି ପାରାଦୀପରେ ବାର୍ଷିକ ୭ନିୟୁତ ଟନ୍ ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ । ସେଥିରେ ୧୧୪୯୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି କୁହାଯାଉଛି । ସେହିପରି ରୁଙ୍ଗଟା ମେଟାଲ୍ସ ପ୍ରା. ଲିମିଟେଡ୍ ମୟୂରଭଞ୍ଜରେ ଥିବା ଷ୍ଟିଲ ପ୍ଲାଂଟର ବାର୍ଷିକ ଉତ୍ପାଦନ କ୍ଷମତାକୁ ୦.୫ ନିୟୁତ ଟନରୁ ଏକ ନିୟୁତ ଟନ୍କୁ ବୃଦ୍ଧି କରିବ । ଏଥିପାଇଁ କମ୍ପାନୀ ୧୧୪୦ କୋଟି ଟଙ୍କା ବିନିଯୋଗ କରିବ । ସମ୍ପ୍ରସାରଣ ପରେ ପ୍ଲାଣ୍ଟ୍ରେ ଅଧିକ ୧୦୧୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । କ୍ଲିୟରାନ୍ସ ପାଇଥିବା ଏସିଏମଇ କ୍ଲିନ୍ ଏନର୍ଜି ପ୍ରା. ଲିମିଟେଡର ୫୮୨୦୯.୧୩ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁଯାୟୀ ଜଗତସିଂହପୁର ଜିଲ୍ଲାର କୁଜଙ୍ଗଠାରେ କମ୍ପାନୀ ୧.୧ ମିଲିୟନସ୍ୱ କ୍ଷମତା ବିଶିଷ୍ଟ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଂଟ ଓ ଗ୍ରୀନ୍ ଆମୋନିଆ ପ୍ଲାଂଟ ଏବଂ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ୪୫୦୦ ମେଗାୱାଟ ସୋଲାର ପାୱାର ପ୍ଲାଂଟ ସ୍ଥାପନ କରିବ । ଏସବୁରେ ମୋଟ ୩୪୦୦ଲୋକ ନିଯୁକ୍ତି ପାଇବେ ।
ଅଭାଦା ଗ୍ରୀନ୍ ଏଚ୍୨ ପ୍ରା. ଲିମିଟେଡ ୨୩୫୦୦କୋଟି ଟଙ୍କା ବ୍ୟୟରେ ଗଞ୍ଜାମରେ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବ । ସେଥିରେ ୧୫୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ରିନୁ୍ୟ ଫୁ୍ୟଏଲ୍ସ ପ୍ରା. ଲିମିଟେଡ୍ ୨୦ ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପରେ ଗ୍ରୀନ୍ ଆମୋନିଆ ପ୍ଲାଂଟ ନିର୍ମାଣ କରି ୨ ହଜାର ଲୋକଙ୍କୁ ଏବଂ ଓସିଓର ଏନର୍ଜି ପ୍ରା. ଲିମିଟେଡ୍ ୭୨୦୦କୋଟି ଟଙ୍କା ବ୍ୟୟରେ ଗୋପାଳପୁରଠାରେ ଗ୍ରୀନ୍ ଆମୋନିଆ ପ୍ଲାଂଟ ନିର୍ମାଣ କରି ୧୩୦୦ ଲୋକଙ୍କୁ ନିଯୁକ୍ତି ଦେବ ।
ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଃ ଲିମିଟେଡ୍ ୨୫୦୦ କୋଟି ଟଙ୍କା ବ୍ୟୟରେ ବାଲେଶ୍ୱର ରେମୁଣାଠାରେ ବ୍ୟାଙ୍କ ନୋଟ୍ ପେପର ନିର୍ମାଣ ୟୁନିଟ୍ ସ୍ଥାପନ ପାଇଁ ଦେଇଥିବା ପ୍ରସ୍ତାବ ମଞ୍ଜୁର ହୋଇଛି । ଏଥିରେ ୮୨୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହା ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଯୌଥ ଉଦ୍ୟୋଗ ଦିବ୍ୟଶକ୍ତି ଇଣ୍ଡିଆ ପ୍ରା. ଲିମିଟେଡ୍ ୧ହଜାର କୋଟି ଟଙ୍କା ବ୍ୟୟରେ ଢେଙ୍କାନାଳରେ ଗ୍ରୀନଫିଲଡ୍ ସମନ୍ୱିତ ପ୍ଲପ ଓ ପେପର ମିଲ୍ ସ୍ଥାପନ କରି ୩ ହଜାର ଲୋକଙ୍କୁ ନିଯୁକ୍ତି ଦେବ । ୧୫୨୫କୋଟି ଟଙ୍କା ବ୍ୟୟରେ ମାଇଁ ହୋମ କନଷ୍ଟ୍ରକ୍ସନ ପ୍ରା. ଲିଃ ଭୁବନେଶ୍ୱରରେ ଆଇଟି ଭିତ୍ତିଭୂମି ସ୍ଥାପନ କରି ୨୫୦୦ ଲୋକଙ୍କୁ ନିଯୁକ୍ତି ଦେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *