ଆମେ ବି ସ୍ୱପ୍ନ ଦେଖୁଛୁ
ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ
ମୁମ୍ବାଇ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମୁମ୍ବାଇରେ ପହଞ୍ଚôଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ଶିନେ୍ଦ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ପ୍ରଧାନମନ୍ତ୍ରୀଙ୍କୁ ପୁଷ୍ପହାର ପିନ୍ଧାଇ ସ୍ୱାଗତ କରିବା ସହ ପାଛୋଟି ନେଇଥିଲେ । ଏଠାରେ ସେ ୩୮,୮ଠଠ କୋଟି ଟଙ୍କାରୁ ଊଦ୍ଧ୍ୱର୍ ପରିଯୋଜନାର ଶିଳାନ୍ୟାସ ତଥା ଉଦ୍ଘାଟନ କରିଛନ୍ତି । ମୋଦି ମୁମ୍ବାଇ ମେଟ୍ରୋ ଲାଇନ୍ ୨ଏ ଏବଂ ୭ର ଉଦ୍ଘାଟନ କରିଛନ୍ତି । ଏଥିରେ ଅନେ୍ଧରୀରୁ ଦହିସର ପର୍ଯ୍ୟନ୍ତ ପରିବ୍ୟାପ୍ତ ୩୫ କିମି ଲମ୍ବ ଏଲିଭେଟେଡ୍ କରଡର ଏବଂ ଶିବସେନାର ସଂସ୍ଥାପକ ଦିବଂଗତ ବାଲାସାହେବ ଠାକ୍ରେଙ୍କ ନାମରେ ନାମିତ ୨ଠ ଆପଲା ଦବାଖାନା (ସ୍ୱାସ୍ଥ୍ୟ କ୍ଲିନିକ୍) ମଧ୍ୟ ସାମିଲ ରହିଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶ ସ୍ୱାଧୀନ ହେବା ପର ଠାରୁ ପ୍ରଥମ ଥର ପାଇଁ ନୂଆ ଭାରତ ଗଠନ ଦିଗରେ ପ୍ରୟାସ ଆରମ୍ଭ ହୋଇଛି । ସବୁଠୁ ବଡ଼ କଥା ହେଉଛି ନୂଆ ଭାରତ ପାଖରେ ବଡ ସ୍ୱପ୍ନ ରହିଛି ଏବଂ ଏହାକୁ ସାକାର କରିବା ପାଇଁ ସାହସ ମଧ୍ୟ ଭରି ରହିଛି । ଗତ ଶତାବ୍ଦୀର ଏକ ଲମ୍ବା ସମୟ ଦେଶର ଦାରିଦ୍ର୍ୟତା ଉପରେ ଚର୍ଚ୍ଚା କରିବାରେ, ବିଶ୍ୱ ଠାରୁ ସାହାଯ୍ୟ ମାଗିବାରେ ଏବଂ କୌଣସି ପ୍ରକାରେ ଜୀବନ ବଞ୍ଚôବାରେ କାଟିଦେଇଛି । ଏବେ କିନ୍ତୁ କିଛି ନୂଆ କରିବାର ଏବଂ ନିଜ ସ୍ୱପ୍ନକୁ ସାକାର କରିବା ଦିଗରେ ସମୟ କାଟିବାକୁ ହେବ । ସ୍ୱତନ୍ତ୍ର ଭାରତ ଇତିହାସରେ ପ୍ରଥମ ଥର ପାଇଁ ସମଗ୍ର ବିଶ୍ୱ ଭାରତର ସଂକଳ୍ପ ଉପରେ ଭରଷା, ବିଶ୍ୱାସ କରିବା ସହ ଭାରତ ଠାରୁ ଅନେକ କିଛି ଆଶା ବାନ୍ଧିଛି ।
ମୋଦିଙ୍କ କହିବାନୁୂସାରେ, ଭାରତ ଏବେ ନିଜ ଆପ୍ରୋଚ୍ ଶୈଳୀକୁ ପରିବର୍ତ୍ତନ କରିଛି । ସେଥିପାଇଁ ସମଗ୍ର ବିଶ୍ୱ ଏବେ ଭାରତ ଉପରେ ବିଶ୍ୱାସ କରିବାରେ ଲାଗିଛି । ଭାରତର ସକାରାତ୍ମକତା ପୂର୍ଣ୍ଣ ଆତ୍ମବିଶ୍ୱାସକୁ ବିଶ୍ୱ ଭରଷା କରୁଛି । ଆଉ ଏସବୁ ଗତ ୮ବର୍ଷ ମଧ୍ୟରେ ସମ୍ଭବ ହୋଇଛି । ଏହାପୂର୍ବରୁ ଦେଶବାସୀଙ୍କ ଅର୍ଥକୁ ଭ୍ରଷ୍ଟାଚାରୀମାନେ ଲୁଟି ନେଉଥିଲେ । କିନ୍ତୁ ଏବେର ନୂଆ ଭାରତ ଭବିଷ୍ୟତର ଚିନ୍ତା ଏବଂ ଆଧୁନିକ ଦୃଷ୍ଟିକୋଣକୁ ଧ୍ୟାନରେ ରଖି ନିଜ ଭୌତିକ ଏବଂ ସାମାଜିକ ଢ଼ାଞ୍ଚାଗତ ନୀତି ଉପରେ ଖର୍ଚ୍ଚ କରୁଛି । ପ୍ରକାଶ, ମୋଦି ମେଟ୍ରୋ ଲାଇନ୍ର ଉଦ୍ଘାଟନ କରିବା ସହ ଏଥିରେ ଯାତ୍ରା ମଧ୍ୟ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସହ ବସି କଥା ହେବା ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ, ମୁମ୍ବାଇ ଗସ୍ତ ପୂର୍ବରୁ ମୋଦି ଗୁରୁବାର ପ୍ରଥମେ କର୍ଣ୍ଣାଟକ ଗସ୍ତ କରିବା ପୂର୍ବକ ଏଠାରେ ୧ଠ,୮ଠଠ କୋଟିର ପ୍ରକଳ୍ପର ଶୁଭାରମ୍ଭ ତଥା ଉଦ୍ଘାଟନ କରିଛନ୍ତି ।