ପହଞ୍ଚôଲା ବିଜୁଙ୍କ ଡାକୋଟା

ଭୁବନେଶ୍ୱର,୧୮ା୧ (ବୁ୍ୟରୋ): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଚଳାଉଥିବା ଐତିହାସିକ ଡାକୋଟା ବିମାନ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚôଛି । କୋଲକାତାର ନେତାଜୀ ସୁଭାଷ ବୋଷ ଏୟାର୍ପୋର୍ଟରୁ ୩ଟି ଲରି ଯୋଗେ ବିମାନକୁ ଅଣାଯାଇଛି । ପ୍ରକାଣ୍ଡ ବିମାନଟିକୁ ଖଣ୍ଡ ଖଣ୍ଡ କରାଯିବା ପରେ ମଙ୍ଗଳବାର ସେଗୁଡିକୁ ଲରିରେ ଲୋଡ୍ କରାଯାଇଥିଲା । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ୍ ସଂସ୍ଥାର ୧୦ ଜଣିଆ ଇଞ୍ଜିନିୟର ଟିମ୍ ୧୨ ଦିନ ଧରି କୋଲାକାତା ଏୟାର୍ପୋର୍ଟରେ ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ ।
ଡାକୋଟା ଭୁବନେଶ୍ୱରରେ ପହଞ୍ଚôବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନକୁ ରଖିବା ପାଇଁ ଏୟାର୍ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ୧.୧ ଏକର ଜମି ବ୍ୟବସ୍ଥା କରିଛନ୍ତି । ବିମାନର ଖଣ୍ଡିତ ଅଂଶଗୁଡିକୁ ଯୋଡାଯିବା ପରେ ସ୍ଥାନୀୟ ଏୟାର୍ପୋର୍ଟ ସମ୍ମୁଖରେ ତାହାକୁ ରଖାଯିବ ।
ମାର୍ଚ୍ଚ ୫ ତାରିଖ ଦିନ ଏହାର ଲୋକାର୍ପଣ କରାଯିବା ସୂଚନା ମିଳିଛି । ବୁଧବାର ସକାଳ ପ୍ରାୟ ୭ଟା ବେଳେ ବାଲେଶ୍ୱର ଲକ୍ଷ୍ମଣନାଥ ଗେଟ୍ ଦେଇ ଲରିଗୁଡିକୁ ଓଡିଶା ସୀମାକୁ ପ୍ରବେଶ କରିବା ବେଳେ ଶହ ଶହ ଲୋକ ତାହାକୁ ଦେଖିବାକୁ ରାସ୍ତାକଡରେ ରୁଣ୍ଡ ହୋଇଥିଲେ । ପୁଲିସ୍ ଏସ୍କଟ୍ରେ ବିମାନକୁ ଅଣାଯିବା ବେଳେ ବାଟସାରା ଲୋକେ ସେଲ୍ଫି ନେବା ଦେଖିବାକୁ ମିଳିଥିଲା । ସ୍ଥାନେ ସ୍ଥାନେ ଲରି ଅଟକାଇ ଲୋକେ ପୁଷ୍ପଗୁଚ୍ଛରେ ସମ୍ବର୍ଦ୍ଧନା ଦେଇଥିଲେ ।
ଏହି ଐତିହାସିକ ଡାକୋଟା ବିମାନର ଲମ୍ବ ୬୪ ଫୁଟ୍ ୮ ଇଞ୍ଚ, ଓଜନ ୮ ଟନ୍ରୁ ଅଧିକ । ବିମାନର ଡେଣା ଚଉଡା ୯୫ ଫୁଟ୍ । ବିଜୁ ପଟ୍ଟନାୟକ ଏକଦା ଗଢିଥିବା କଳିଙ୍ଗ ଏୟାରୱେଜ୍‌ରେ ଏପରି ୧୪ଟି ବିମାନ ଥିଲା । ସେଥିରୁ ୪ଟିର ମାଲିକାନା ବିଜୁ ବାବୁଙ୍କ ନାମରେ ଥିବାବେଳେ ଆଉ ୧୦ଟି ବିଭିନ୍ନ ସ୍ଥାନରୁ ଭଡାରେ ଆଣି ଉଡାଯାଉଥିଲା । କଳିଙ୍ଗ ଏୟାର୍‌ୱେଜ୍‌ର ବିମାନଗୁଡିକୁ ଯାତ୍ରୀ ପରିବହନ ସହ ସାମରିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଉଥିଲା । ଏହି ପରିପ୍ରେକ୍ଷୀରେ ଡାକୋଟାର ଇତିହାସ ସମ୍ପର୍କରେ ଜାଣିବା ଲାଗି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି ।
ଐତିହାସିକଙ୍କ ମତରେ ୧୯୪୪ ଫେବ୍ରୁଆରୀରେ ପ୍ରଥମ ଉଡାଣ ଭରିଥିବା ଏହି ଡାକୋଟା ବିମାନକୁ ୮୬ ବର୍ଷ ହେଲାଣି । ଗବେଷକ ଅନୀଲ ଧୀରଙ୍କ ମତରେ ବିଜୁବାବୁ ଏହି ବିମାନକୁ ୨୭ ମାସ କାଳ ଉଡାଇଥିଲେ । ତେବେ ଏହି ନିର୍ଦ୍ଦିଷ୍ଟ ବିମାନ ଇଣ୍ଡୋନେସିଆ ଅପରେସନ୍ରେ ସାମିଲ ହୋଇନଥିଲା । ରେଭେନ୍ସା କଲେଜରେ ବିଏସ୍‌ସି ପଢୁଥିବାବେଳେ ବିଜୁବାବୁ ପାଇଲଟ୍‌ ଟ୍ରେନିଂ ପାଇଁ ଡିଗ୍ରୀ ପାଠ୍ୟକ୍ରମରେ ଡୋର ବାନ୍ଧିଥିଲେ । ସଫଳତାର ସହ ପାଇଲଟ୍‌ ତାଲିମ ହାସଲ ପରେ ୧୯୩୬ ମସିହାରେ ସେ ଇଂରେଜ ସରକାରଙ୍କ ଇଣ୍ଡିଆନ୍‌ ନ୍ୟାସନାଲ୍‌ ଏୟାର୍‌ୱେଜ୍‌ରେ ପାଇଲଟ୍‌ ରୁପେ ଯୋଗଦେଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜୀବନକୁ ବାଜି ଲଗାଇ ବିଜୁବାବୁ ଜାପାନୀମାନଙ୍କ କବଳରୁ ଅନେକ ଇଂରେଜଙ୍କ ଜୀବନ ରକ୍ଷା କରିଥିଲେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହ ତାଙ୍କର ଥିବା ଗୁପ୍ତ ସମ୍ପର୍କ ଖବର ପାଇ ବ୍ରିଟିଶ ସରକାର ତାଙ୍କୁ ୧୯୪୩ ଜାନୁୟାରୀ ୧୨ ତାରିଖରେ ଗିରଫ କରିଥିଲେ । ଜେଲ୍‌ରୁ ମୁକ୍ତ ହେବାପରେ ସେ ନିଜ ଉଦ୍ୟମରେ କଳିଙ୍ଗ ଏୟାରୱେଜ୍‌ ଗଢିବା ସହିତ ଭୁବନେଶ୍ୱରରେ ଏକ ପାଇଲଟ୍‌ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ଦେଉଥିଲେ । କଳିଙ୍ଗ ଏୟାର୍ୱେଜ୍ର ମୁଖ୍ୟାଳୟ ଥିଲା କୋଲକାତାରେ ।
ବିଜୁବାବୁଙ୍କ ଡାକୋଟା ବିମାନ ପାକିସ୍ତାନ ଓ ଚୀନ ଯୁଦ୍ଧର ଘନଘଟା ମଧ୍ୟରେ ଯୁଦ୍ଧକ୍ଷେତ୍ର ଉପରେ ଉଡି ସେନାବାହିନୀଙ୍କୁ ସହଯୋଗ କରିଥିଲା । ସେତେବେଳେ ବି ବିଜୁବାବୁଙ୍କ କଳିଙ୍ଗ ଏୟାରୱେଜ୍‌ର ଡାକୋଟା ବିମାନ ଚର୍ଚ୍ଚାରେ ଥିଲା । ଏ ପ୍ରସଙ୍ଗରେ ନିଜେ ବିଜୁବାବୁ ବାରମ୍ବାର ଉଲ୍ଲେଖ କରିଥିବାବେଳେ ତାଙ୍କ ଜୀବନୀକାରମାନେ ମଧ୍ୟ ବିଜୁବାବୁଙ୍କର ଡାକୋଟାର କରାମତି ସମ୍ପର୍କରେ ବହୁସ୍ଥଳରେ ଉଲ୍ଲେଖ କରିଛନ୍ତି । ନେପାଳର ରାଜତନ୍ତ୍ର ଶାସନ ବିରୁଦ୍ଧରେ ବିଦ୍ରୋହୀମାନଙ୍କୁ ସାମରିକ ସାହାଯ୍ୟ ଯୋଗାଇବା କ୍ଷେତ୍ରରେ ବିଜୁବାବୁଙ୍କର ଭୂମିକା ଥିବା ଐତିହାସିକମାନେ ଉଲ୍ଲେଖ କରିଛନ୍ତି । ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ସେତେବେଳର ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ନିମନ୍ତ୍ରଣକ୍ରମେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଇଣ୍ଟର ଏସିଆନ୍‌ ରିଲେସନ୍‌ସ କନ୍‌ଫରେନ୍ସକୁ ମୁସଲିମ୍‌ ଲିଗ୍‌ ବର୍ଜନ କରିଥିବାବେଳେ ଦେଶ ବିଦେଶର ପ୍ରାୟ ୧୦ହଜାର ପ୍ରତିନିଧି ଦିଲ୍ଲୀରେ ଅନୁଷ୍ଠିତ ଏହି ଅଧିବେଶନକୁ ଆସିଥିଲେ । କିନ୍ତୁ ଡଚ୍‌ମାନଙ୍କ କବଳରୁ ମୁକୁଳି ଇଣ୍ଡୋନେସିଆର ଉପସଭାପତି ମହମ୍ମଦ ହଟ୍ଟା ଓ ପ୍ରଧାନମନ୍ତ୍ରୀ ଡ. ସାରିୟର ଏହି ସମ୍ମିଳନୀରେ ଯୋଗ ଦେବା ସମ୍ଭାବନା ନଥିବା ପରିପ୍ରେକ୍ଷୀରେ ନେହେରୁଙ୍କ ନିଦେ୍ର୍ଦଶକ୍ରମେ ବିଜୁବାବୁ ତାଙ୍କ ଡାକୋଟା ବିମାନରେ ପତ୍ନୀ ଜ୍ଞାନଦେବୀଙ୍କୁ ସାଙ୍ଗରେ ନେଇ ଇଣ୍ଡୋନେସିଆ ଯାଇ ସେଠାକାର ପ୍ରତିନିଧିଙ୍କୁ ଭାରତ ଆଣିବା ଭଳି ଦୁଃସାହସିକ କାର୍ଯ୍ୟ କରିଥିଲେ । ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ସେଠାକାର ନେତା ସୁକର୍ଣ୍ଣଙ୍କୁ ବିଜୁବାବୁ ସହାୟତା କରିଥିବା ପରିପ୍ରେକ୍ଷୀରେ କୃତଜ୍ଞତାର ସ୍ୱରୂପ ସେଠାକାର ସରକାର ବିଜୁବାବୁଙ୍କୁ ସମ୍ମାନୀତ କରିବା ସଙ୍ଗେ ସଙ୍ଗେ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *