ୟୁକ୍ରେନ୍ ହେଲିକପ୍ଟର କ୍ରାସ୍

ଗୃହମନ୍ତ୍ରୀ ସମେତ ୧୮ ମୃତକିବ୍, ୧୮ା୧: ୟୁକ୍ରେନ୍ ରାଜଧାନୀ କିବ୍ର ଅନତୀ ଦୂରରେ ବୁଧବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯିବାରୁ ସେଥିରେ ବସିଥିବା ଗୃହମନ୍ତ୍ରୀ ଦେନିସ୍ ମୋନାଷ୍ଟିରସ୍କିଙ୍କ ସମେତ ୧୮ ଜଣ ପ୍ରାଣ ହରାଇଛନ୍ତି । ଏକ କିଣ୍ଡରଗାର୍ଟନ ସ୍କୁଲ୍ ନିକଟରେ ଦୁର୍ଘଟଣା ଘଟିବା ଯୋଗୁଁ ୩ ଜଣ ଶିଶୁଙ୍କ ମୃତୁ୍ୟ ହୋଇଛି ।
କେତେକ ରିପୋର୍ଟରେ କୁହାଯାଇଛି ଯେ ହେଲିକପ୍ଟରଟିକୁ ୟୁକ୍ରେନ୍ର ବାୟୁସେନା ଭୁଲ୍କ୍ରମେ ଗୁଳି କରି ଖସାଇ ଦେଇଛି । ତେବେ ବିସ୍ତୃତ ବିବରଣୀକୁ ଅପେକ୍ଷା କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ସରକାର କିମ୍ବା ସେନା ପକ୍ଷରୁ ବହୁ ଘଣ୍ଟା ଧରି କୌଣସି ସୂଚନା ଦିଆଯାଇ ନ ଥିଲା । ପରେ ବାୟୁସେନାର ଜଣେ ମୁଖପାତ୍ର ପ୍ରଘଟ କରି ଦୁର୍ଘଟଣାର ତଦନ୍ତ ଚାଲିଛି ବୋଲି ଜଣାଇଥିଲେ । ଏହା ଦୁର୍ଘଟଣା ନା ଷଡଯନ୍ତ୍ର ସ୍ପଷ୍ଟ ହୋଇନାହିଁ ।
ହେଲିକପ୍ଟରରେ ଗୃହମନ୍ତ୍ରୀଙ୍କୁ ମିଶାଇ ୯ ଜଣ ଥିଲେ । ସମସ୍ତେ ଜଳିଯାଇଛନ୍ତି । ଦୁର୍ଘଟଣାର ଫଟୋ ସୋସାଲ୍ ମିଡିଆରେ ଭାଇରାଲ୍ ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *