୪ ଆତଙ୍କୀଙ୍କୁ ଖୋଜୁଛି ପୁଲିସ୍

ଦିଲ୍ଲୀ, ଅଯୋଧ୍ୟାରେ ହାଇ ଆଲର୍ଟ
ଲକ୍ଷ୍ନୌ, ୧୭ା୧: ଗଣତନ୍ତ୍ର ଦିବସରେ ଆତଙ୍କୀ ଆକ୍ରମଣ ହେବା ନେଇ ଦିଲ୍ଲୀ ଓ ଅଯୋଧ୍ୟାରେ ହାଇ ଆଲର୍ଟ ଜାରି କରାଯାଇଛି । ରାଜଧାନୀ ଦିଲ୍ଲୀରୁ ୨ ଜଣ ଆତଙ୍କବାଦୀ ଧରାପଡ଼ିବା ପରେ ଦକ୍ଷିଣ ପନ୍ଥୀ ସଂଗଠନର ନିର୍ଦ୍ଦିଷ୍ଟ ହିନ୍ଦୁ ନେତାମାନଙ୍କୁ ହତ୍ୟା କରିବାକୁ ଆଇଏସ୍ଆଇ, ଇସ୍ଲାମିକ୍ ଷ୍ଟେଟ୍ ଓ ଅଲ୍ କାଏଦା ପକ୍ଷରୁ ଷଡଯନ୍ତ୍ର ହୋଇଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି ।
ଏକାଧିକ ଗୁଇନ୍ଦା ଏଜେନ୍ସି ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟତଃ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଦିଲ୍ଲୀ, ପଞ୍ଜାବ, ୟୁପି ସମେତ ଅନ୍ୟାନ୍ୟ ରାଜ୍ୟରେ ଆତଙ୍କୀ ଆକ୍ରମଣ କରିବା ଲାଗି ଡେଡ୍ ଡ୍ରପ୍ ମେଥଡ୍ରେ ତା’ର ଏଜେଣ୍ଟ୍ମାନଙ୍କୁ ମାରଣାସ୍ତ୍ର ଯୋଗାଇଛି । ସେଥିରୁ ନୌଶାଦ ଅଲୀ ଓ ଜଗଜିତ ସିଂହ ନାମକ ୨ ଜଣ ଏଜେଣ୍ଟ୍ ୧୫ ତାରିଖ ଦିନ ଧରାପଡିବା ପରେ ଷଡଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି । ଅନ୍ୟ ୪ ଜଣ ସନ୍ଦିଗ୍ଧ ଏଜେଣ୍ଟ୍ଙ୍କୁ ଦିଲ୍ଲୀ ପୁଲିସ୍ ଖୋଜୁଛି । ଆଇଏସ୍ଆଇ ଦାଉଦ୍ ଗ୍ୟାଙ୍ଗ୍ର ସହାୟତାକ୍ରମେ ଏମାନଙ୍କ ପାଖରେ ମାରଣାସ୍ତ୍ର ପହଞ୍ଚାଇଛି ।
ଅଯୋଧ୍ୟାର ସିଇଓ ଶୈଳନ୍ଦ୍ର ଗୌତମ କହିଛନ୍ତି, ହାଇ ଆଲର୍ଟ ଜାରି ପରେ ସବୁ ଗାଡ଼ିର ଚେକିଂ କରାଯାଉଛି । ବିଶେଷକରି ଅଯୋଧ୍ୟା ଧାମକୁ ପ୍ରବେଶ କରୁଥିବା ଗାଡ଼ି ଓ ଲୋକଙ୍କ ସମ୍ପର୍କରେ ତନ୍ନତନ୍ନ ଯାଞ୍ଚ ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *