ମିଳିଲା ୧୭ କେଜି ସୁନା, ଦେଢ଼କୋଟି କ୍ୟାସ୍

ପୂର୍ବତନ ରେଳ ଅଧିକାରୀଙ୍କ ଘର ରେଡ୍
ଭୁବନେଶ୍ୱର, ୧୭ା୧ (ବୁ୍ୟରୋ): ରେଳବାଇର ଜଣେ ପୂର୍ବତନ ବରିଷ୍ଠ ଅଫିସରଙ୍କ ଘରୁ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ କରିଛି ସିବିଆଇ । ତାଙ୍କ ଅମାପ ସମ୍ପତ୍ତି ଦେଖି ସିବିଆଇ ଟିମ୍ ତାଜୁବ ହୋଇଯାଇଛନ୍ତି । ଅବସରପ୍ରାପ୍ତ ପ୍ରିନିସିପାଲ ଚିଫ୍ ଅପରେସନ ମ୍ୟାନେଜର ପ୍ରମୋଦ କୁମାର ଜେନା ୩୩ ବର୍ଷ ଚାକିରି କାଳ ମଧ୍ୟରେ ୫୯% ଅଧିକ ସମ୍ପତ୍ତି ଠୁଳ କରିଥିବା ସିବିଆଇ ପକ୍ଷରୁ ଆକଳନ କରାଯାଇଛି ।
ପ୍ରମୋଦ ଜେନାଙ୍କ ଘରୁ ୧୭ କେଜି ସୁନା ଓ ୧ କୋଟି ୫୭ ଲକ୍ଷ ଟଙ୍କା ଜବତ କରାଯାଇଛି । ସୁନାର ଦାମ ପ୍ରାୟ ୮ କୋଟି ୫୦ ଲକ୍ଷ ଟ୍ଙ୍କା ହେବ ବୋଲି ଆକଳନ ହୋଇଛି । ଏହାବ୍ୟତିତ ବ୍ୟାଙ୍କ ଓ ପୋଷ୍ଟାଲ୍ ଜମା ୨ କୋଟି ୫୦ ଲକ୍ଷ ଟଙ୍କା, ଅନେକ ଗୁରୁôପୂର୍ଣ୍ଣ କାଗଜପତ୍ର, ବିଭିନ୍ନ ସ୍ଥାନରେ ଥବବା ଭୂ-ସମ୍ପତ୍ତି ଇତ୍ୟାଦି ଠାବ କରାଯାଇଛି । ଅନେକ ସମ୍ପତ୍ତି ତାଙ୍କ ପରିବାର ଲୋକଙ୍କ ନାଁରେ ରହିଥିବା ସିବିଆଇ ଜାଣିବାକୁ ପାଇଛି ।
ଶ୍ରୀ ଜେନା ୧୯୮୯ ମସିହାରେ ·କିରି ଜୀବନ ଆରମ୍ଭ କରି ୨୦୨୨ ମସିହାରେ ରେଲୱେର ପ୍ରିନିସିପାଲ ଚିଫ୍ ଅପରେସନ ମ୍ୟାନେଜର ପଦବୀରେ ଅବସର ନେଇଥିଲେ । ସିବିଆଇ ଆକଳନ ଅନୁଯାୟୀ, ୨୦୦୫ରୁ ୨୦୨୦ ମସିହା ଭିତରେ ଶ୍ରୀ ଜେନା ଓ ତାଙ୍କ ପରିବାର ଲୋକଙ୍କ ସଂପତ୍ତି ୩ କୋଟି ୨୫ ଲକ୍ଷ ରହିଥିଲା । ସେଥିରୁ ୮୮ ଲକ୍ଷ ୫୮ ହଜାର ଖର୍ଚ୍ଚ ଯିବା ପରେ ୨ କୋଟି ୩୬ ଲକ୍ଷ ଟଙ୍କାର ସମ୍ପତ୍ତି ରହିବା କଥା । ହେଲେ ତାଙ୍କ ସମ୍ପତ୍ତି ୫୯% ଅଧିକ ରହିଛି ।
ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ଗତ ୪ ତାରିଖରେ ପ୍ରମୋଦ ଜେନାଙ୍କ ଘରେ ସିବିଆଇ ଚଢ଼ଉ କରିଥିଲା । ଭୁବନେଶ୍ୱର, କଟକ ଓ ଜଗତସିଂହପୁର ସ୍ଥିତ ଘର ଓ ଅଫିସ୍ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ହୋଇଥିଲା । ସେତେବେଳେ ୧ କୋଟି ୯୨ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ସଂପତ୍ତି ଠୁଳ ନେଇ ପ୍ରମାଣ ପାଇଥିଲା ସିବିଆଇ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *