ପୁଅର ତଣ୍ଟି କାଟି ଆତ୍ମହତ୍ୟା

ପିଶାଚ ସାଜିଲା ସାବତ ମା’
କଟକ, ୧୬ା୧(ବୁ୍ୟରୋ) କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମନଗର ବସ୍ତିରେ ଆଜି ଏକ ଚାଂଚଲ୍ୟକର ଘଟଣା ଘଟିଯାଇଛି । ୨ ବର୍ଷର ଶିଶୁପୁତ୍ରର ତଣ୍ଟି କାଟି ସାବତ ମା’ ବେକରେ ଲୁଗା ବାନ୍ଧି ଝୁଲିପଡିଥିବା ଘଟଣା ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମଧୁପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ମୁତାବକ, ସନ୍ତୋଷ ଖୁଣ୍ଟିଆ ନାମକ ଜଣେ ସଫ୍ଟୱେୟାର ଇଂଜିନିୟରଙ୍କ ଦ୍ୱିତୀୟ ପନôୀ ଶିଳ୍ପୀ ଖୁଣ୍ଟିଆଙ୍କ ମଧ୍ୟରେ ପୂର୍ବରୁ ଦାମ୍ପତ୍ତ୍ୟ କଳହ ଲାଗି ରହିଥିଲା । ସନ୍ତୋଷଙ୍କର ପୂବର୍ରୁ ଶିବାନ ନାମରେ ଗୋଟିଏ ୨ ବର୍ଷର ଶିଶୁ ପୁତ୍ର ରହିଥିଲା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡା ହୋଇ ଥାନାରେ ପହଂଚି ସମାଧାନ ମଧ୍ୟ ହୋଇଥିଲା । ସନ୍ତୋଷ ସାଲେପୁରରେ ଏକ କମ୍ପାନୀରେ କାମ କରନ୍ତି । ତାଙ୍କର ପ୍ରଥମ ପନôୀଙ୍କର ପ୍ରସବ ପରେ ମୃତୁ୍ୟ ଘଟିଥିଲା । ଏହା ପରେ ମାମୁଁଘର ଲୋକେ ପିଲାଟିକୁ ନେଇଯାଇଥିଲେ । ମାତ୍ର ସନ୍ତୋଷ ଦ୍ୱିତୀୟ ବିବାହ କରିବା ପରେ ପନôୀ ଶିଳ୍ପୀ ପିଲାଟିର ସଂପୂର୍ଣ୍ଣ ଦାୟିତ୍ୱ ନେବେ ବୋଲି କହିବାରୁ ସନ୍ତୋଷ ପୁଅକୁ ଆଣି ଘରେ ରଖିଥିଲେ ଓ ଦ୍ୱିତୀୟ ପନôୀ ଶିଳ୍ପୀ ପିଲାଟିକୁ ଖୁବ ଭଲ ପାଉଥିଲେ । ହେଲେ ପତିପନôୀଙ୍କ ମଧ୍ୟରେ ସବୁବେଳେ ଝଗଡାଝାଟି ଲାଗି ରହୁଥିଲା । ୨ ଦିନ ପୂର୍ବେ ଉଭୟଙ୍କ ମଧ୍ୟରେ ସାଙ୍ଘାତିକ ଝଗଡା ଲାଗିଥିଲା । ଘରେ କେହି ନଥିବା ବେଳେ ମହିଳା ଜଣକ ପୁଅର ତଣ୍ଟିକାଟି ନିଜେ ବେକରେ ଲୁଗା ଗୁଡାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ । ପଡୋଶୀମାନେ କବାଟ ବାଡେଇବା ପରେ କେହି ଉତ୍ତର ନ ଦେବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି କବାଟ ଖୋଲି ଭିତରୁ ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ଏନେଇ ଉଭୟଙ୍କ ପରିବାର ପକ୍ଷରୁ ପରସ୍ପର ଉପରେ ଅଭିଯୋଗ ପ୍ରତିଅଭିଯୋଗ ଜାରି ରହିଛି । ମୃତ ମହିଳାଙ୍କ ପରିବାର ଲୋକେ କହିଛନ୍ତି ଜ୍ୱାଇଁର ରୋଜଗାର କିଛି ନଥିଲା । ସେଥିପାଇଁ ଝିଅ ଅଧିକାଂଶ ବେଳେ ବାପ ଘରେ ରହୁଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ସନ୍ତୋଷ ସବୁବେଳେ ତାଙ୍କ ଝିଅକୁ ମାନସିକ ନିର୍ଯାତନା ଦେବାରୁ ଝିଅ ଏଭଳି ଚରମ ପଦକ୍ଷେପ ନେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲା ବେଳେ ସନ୍ତୋଷର ବାପା-ମା କହିଛନ୍ତି, ବୋହୂ ସବୁବେଳେ କଳି କରୁଥିଲା । ଆମ ପୁଅକୁ ଶାନ୍ତିରେ ରଖାଇ ଦେଉନଥିଲା । ଶେଷରେ ନାତିକୁ ମାରି ନିଜେ ମରିଗଲା ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ସେହିଭଳି ସନ୍ତୋଷ ଅଭିଯୋଗ କରିଛନ୍ତି ଯେ, ପନôୀଙ୍କ ପରିବାର ତାଙ୍କର ଗୃହସ୍ଥ ଜୀବନ ଉପରେ ଅଯଥାରେ ହସ୍ତକ୍ଷେପ କରୁଥିଲେ । ସେ ସବୁବେଳେ ଟଙ୍କା ଚାହୁଁଥିଲା । ମୋ ଘର ସହ ସେ ସମ୍ପର୍କ ରଖିବାକୁ ଚାହୁଁ ନଥିଲା । ମୋ ପୁଅକୁ ଭଲ ପାଉଥିଲା, ହେଲେ ସେ ତାକୁ ସବୁବେଳେ ନିଜ କବଳରେ ରଖିବାକୁ ଚେଷ୍ଟା କରୁଥିଲା । ସ୍ତ୍ରୀ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ସନ୍ତୋଷ ପ୍ରାୟ ୬ ମାସ ତଳେ ମଧୁପାଟଣା ଥାନାରେ ଅଭିଯୋଗ କରିବା ସହ ବିବାହ ବିଚ୍ଛେଦ କରିବାକୁ ମଧ୍ୟ ଚାହୁଁଥିଲେ । ମାତ୍ର ବିଚ୍ଛେଦ ହେଲେ ଛୁଆକୁ ମାରି ନିଜେ ମରିଯିବେ ବୋଲି ମହିଳା ଜଣକ ଧମକ ଦେଉଥିଲେ ବୋଲି ସ୍ୱାମୀ ସନ୍ତୋଷ ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *