ବସ୍ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର, ୧୦ା୧(ବୁ୍ୟରୋ): ପ୍ରସ୍ତାବିତ ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି । ୧୭ ତାରିଖଠାରୁ ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ୍ ମାଲି ସଂଘ । ସଂଘ ପକ୍ଷରୁ କୁହାଯାଇଛି, ଦାବିଗୁଡ଼ିକ ଉପରେ ସରକାରଙ୍କ ସହ ଆଲୋଚନା କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୩ ଦାବି ପୂରଣ ହୋଇଛି । ବାକି ଦାବିଗୁଡିକ ପାଇଁ ସରକାର ସମୟ ମାଗିଥିବା କହିଛନ୍ତି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ମାର୍ଚ୍ଚ ୩୧ ସୁଦ୍ଧା ଦାବି ପୁରଣ ନ ହେଲେ ଆନେ୍ଦାଳନକୁ ଓହ୍ଲାଇବ ସଂଘ । ସଂପ୍ରତି ହକି ବିଶ୍ୱକପ୍ ଚାଲୁଥିବାରୁ ସରକାରଙ୍କ ଅନୁରୋଧ ରକ୍ଷା କରାଯାଇ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଥିବା କୁହାଯାଇଛି । ସ୍କ୍ରାପିଂ ପଲିସିକୁ ୧୫ ରୁ ୨୦ ବର୍ଷକୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଦିନରେ ସ୍ଲିପର କୋଚ ଚଳାଇବା ଏବଂ ଟ୍ରାନ୍ସଫର ଅଫ୍ ପରମିଟ୍ ଭଳି ଦାବି ପୂରଣ ହୋଇଛି ଓ ସ୍ୱାଭାବିକ ଭାବେ ବସ୍ ଚଳା ଚଳ କରିବ ବୋଲି ସୂଚନା ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *