ଜେଲ୍ ଗଲେ ୫ ଦୁର୍ଦ୍ଦାନ୍ତ
ଡକାୟତି ଯୋଜନା ପଣ୍ଡ
ସ୍କୁଟି, ଭୁଜାଲି, ଟଙ୍କା ଓ ମୋବାଇଲ୍ ଜବତ
ପୁରୀ (ବୁ୍ୟରୋ): ଏକ ବଡ଼ଧରଣର ଡକାୟତି ଯୋଜନା କରିବା ଲାଗି ଉଦ୍ୟମ କରୁଥିବା ଅଭିଯୋଗରେ ତାଳବଣିଆ ଥାନା ପୁଲିସ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ସ୍ଥାନାନ୍ତରିତ କରାଯାଇଛି । ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଶ୍ରୀକାନ୍ତ ସ୍ୱାଇଁ(ପଞ୍ଚୁ), କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରାମଚଣ୍ଡୀ ସାହି ବାଲି ଉପରର ପୂର୍ଣ୍ଣଚନ୍ଦ୍ର ପ୍ରଧାନ(କାବୁ), ବିଷ୍ଣୁପ୍ରସାଦ ଦାଶ(ସାନୁ), ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ତୋଟାମହାବୀରର ବାଦଲ ଦାସ(ଭୋଇ) ଓ ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧର ରାଜେଶ ପ୍ରଧାନ(ପିଣ୍ଟୁ) । ଏମାନଙ୍କଠାରୁ ପୁଲିସ ୨ଟି ସ୍କୁଟି, ଲୁହା ରଡ୍, ଛୁରି, ୨ଟି ଭୁଜାଲି, ୧ହଜାର ଟଙ୍କା ଓ ୫ଟି ମୋବାଇଲ୍ ଜବତ କରିଛି ।
ଥାନାଧିକାରୀ ସୁଜାତା ବେହେରାଙ୍କ ସୂଚନାନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀମାନେ ଏକତିତ୍ର ହୋଇ ସୋମବାର ସକାଳେ ଉକ୍ତ ଥାନା ଅଞ୍ଚଳର ଆଖଣ୍ଡଳମଣୀ ମନ୍ଦିର ପଛପାଶ୍ୱର୍ରେ ବସି ସହରରୁ ଏକ ବଡ଼ଧରଣର ଡକାୟତି କରିବା ଲାଗି ଯୋଜନା କରୁଥିଲେ । ବିଶେଷ ସୂତ୍ରରୁ ଖବରପାଇ ଥାନାଧିକାରୀଙ୍କ ନିଦେ୍ର୍ଦଶରେ ଏକ ଟିମ୍ ଚଢ଼ଉ କରି ସେମାନଙ୍କୁ କାବୁ କରିବା ସହ ମାରାଣାସ୍ତ୍ର ଜବତ କରିବାରେ ସଫଳ ହୋଇଥିଲେ । ଏନେଇ ପୁଲିସ ନିଜଆଡୁ ୧୦/୨୩ରେ ମାମଲା ରୁଜୁ କରି ୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।