୨.୨ ଲକ୍ଷ କୋଟି ଟପିବ ରାଜ୍ୟ ବଜେଟ!

ଭୁବନେଶ୍ୱର, ୧୫ା୧(ବୁ୍ୟରୋ): ଓଡିଶାର ରାଜସ୍ୱ ଆୟ କ୍ରମାଗତ ବୃଦ୍ଧି ପାଉଛି । ଫଳତଃ କେନ୍ଦ୍ର ଉପରେ ରାଜ୍ୟର ନିର୍ଭରଶୀଳତା କମୁଛି । ସାମଗ୍ରିକ ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି । ଏହି ଦୃଷ୍ଟିରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଆକାର ୧୦ରୁ ୧୫ ପ୍ରତିଶତ ବଢ଼ି ୨.୨୦ ଲକ୍ଷ କୋଟି ଟଙ୍କା ଟପିପାରେ ।
୨୦୨୨ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ଖର୍ଚ୍ଚ ପରିମାଣ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୨୧ ମସିହାରେ ଉକ୍ତ ଖର୍ଚ୍ଚ ପରିମାଣ ଥିଲା ୩୨.୭ ପ୍ରତିଶତ । ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୩ ମାସ ଥିବା ବେଳେ ଏହି ଖର୍ଚ୍ଚ ପରିମାଣ ଯଥେଷ୍ଟ ବୃଦ୍ଧି ପାଇବା ଆଶା କରାଯାଉଛି । ଏହି ସମୟ ମଧ୍ୟରେ ବଜେଟ ଅର୍ଥ ଅଧିକରୁ ଅଧିକ ମାତ୍ରାରେ ଖର୍ଚ୍ଚ କରିବା ଲାଗି ସକ୍ରିୟତାର ସହ କାମ କରିବାକୁ ରାଜ୍ୟ ସରକାର ସବୁ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି ।
କୃଷି ତଥା ଆନୁଷଙ୍ଗିକ କ୍ଷେତ୍ରରେ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ପ୍ରାୟ ୫୪ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିଲା । ସାମାଜିକ କ୍ଷେତ୍ରରେ ମଧ୍ୟ ବଜେଟ ଅର୍ଥ ବ୍ୟୟ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଅଧିକ ହୋଇଛି ।
ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଇଆସିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ପାଇଁ ପ୍ରାୟ ୨୧,୧୬୬ କୋଟି ଏବଂ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ପ୍ରାୟ ୪୦ ହଜାର କୋଟି ଏହିପରି ପ୍ରାୟ ୬୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷ ଭଳି ଆଗାମୀ ବର୍ଷରେ ମଧ୍ୟ ପୂର୍ବୋକ୍ତ ୩ କ୍ଷେତ୍ରକୁ ସରକାର ଗୁରୁତ୍ୱ ଦେବା ସମ୍ଭାବନା ଅଧିକ ।
ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କର ଆକଳନ ଅନୁଯାୟୀ ୨୦୨୨-୨୩ରେ ଓଡିଶାର ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ ଯାହାକି ଦେଶର ଅଭିବୃଦ୍ଧି ହାର (୬.୮-୭%)ଠାରୁ ଅଧିକ । ରିଜର୍ଭ ବ୍ୟାଙ୍କର ଏହି ଆକଳନ ରାଜ୍ୟର ଶୃଙ୍ଖଳିତ ଆର୍ଥିକ ପରିଚାଳନାର ପରିଚାୟକ ଯାହା ଆଗାମୀ ବଜେଟରେ ପ୍ରତିଫଳିତ ହେବା ନେଇ ଆଶା କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *