ଦେବାଳିଆ ହୋଇପାରେ ପାକିସ୍ତାନ

ଇସଲାମାବାଦ (ଏଜେନ୍ସି): ପାକିସ୍ତାନରେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଋଣ ବୋଝରେ ଉବୁଟୁବୁ ହେଉଥିବା ପାକିସ୍ତାନ ଘୋର ଆର୍ଥିକ ସଙ୍କଯ ଦେଇ ଗତି କରୁଥିବା ବେଳେ ବୈଦେଶିକ ମୁଦ୍ରା ଭଣ୍ଡାର ଶୂନ୍ୟ ହେବାରେ ଲାଗିଛି । ଅର୍ଥାଭାବରୁ ବିଦେଶରୁ କୌଣସି ସାମଗ୍ରୀ ଆମଦାନୀ କରିବା ସମ୍ଭବ ହେଉ ନାହିଁ । ଘରୋଇ ସ୍ତରରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ବିଦୁ୍ୟତଠାରୁ ଆରମ୍ଭ କରି ଶକ୍ତି ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟର ଘୋର ଅଭାବ ଘଟିଛି । ଖାଦ୍ୟ ସଙ୍କଟକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ଅଟା, ·ଉଳ, ପନିପରିବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ସାଙ୍ଗକୁ ଆକାଶ ଛୁଆଁ ଦର ଲୋକଙ୍କୁ ଡହଳ ବିକଳ କରିଛି । ଖାଦ୍ୟ ପାଇଁ ହାହାକାର ପରିସ୍ଥିତି ଦେଖାଯାଇଛି । ରୁଟି ପାଇଁ ଲୋକଙ୍କ ମଧ୍ୟରେ ମାର୍ପିଟ ହେଉଛି । ସରକାରଙ୍କ ଦ୍ୱାରା ବଣ୍ଟା ଯାଉଥିବା ଗହମ କିମ୍ବା ଅଟା ବସ୍ତା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଛନ୍ତି । ଏପରିକି ବସ୍ତାଏ ଅଟା ପାଇଁ ମହିଳାମାନେ ମଧ୍ୟ ପରସ୍ପର ମଧ୍ୟରେ ଲଢ଼େଇ କରୁଥିବା ଦେଖିବାକୁ ମିଳୁଛି । ଫଳରେ ଏଠାରେ ଖୁବଶୀଘ୍ର ଶ୍ରୀଲଙ୍କା ଭଳି ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଯାଇଛି । ଏପରି ସ୍ଥିତିରେ ଅଧିକାଂଶ ଦେଶ ସହାୟତା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । କେବଳ ସାଉଦି ଆରବ ଏବଂ ଅନ୍ୟ କିଛି ଇସ୍ଲାମିକ୍ ଦେଶ ଓ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ପାକିସ୍ତାନର ଭିତ୍ତିିିଭୂମି ବିକାଶ ପାଇଁ ଏଜେନ୍ସି ମାଧ୍ୟମରେ ଅର୍ଥ ଦେବାକୁ କହିଛନ୍ତି ।
ହେଲେ ଏହାଦ୍ୱାରା ସାଧାରଣ ଲୋକଙ୍କ ପାଇଁ କିଛି ସୁବିଧା ସୁଯୋଗ ମିଳିବା ସମ୍ଭାବନା କ୍ଷୀଣ । ଶିଳ୍ପ ସଂସ୍ଥା ବନ୍ଦ ହୋଇଯିବା ସହିତ ରପ୍ତାନି ମଧ୍ୟ ଏକପ୍ରକାର ବନ୍ଦ ହେବାକୁ ବସିଛି । ଯାହାକୁ ନେଇ ବୈଦେଶିକ ମୁଦ୍ରା ଭଣ୍ଡାର ବିଗତ ୮ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଶନିବାର ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ୪.୫ ବିଲିୟନ ଡଲାରକୁ ଖସି ଆସିଛି । ଏଥିପାଇଁ କୌଣସି ରାଷ୍ଟ୍ର ପାକିସ୍ତାନ ଉପରେ ଭରସା କରିପାରୁନାହାନ୍ତି କି ବାଣିଜ୍ୟ ବ୍ୟବସାୟ କରିବାକୁ ରାଜି ହେଉନାହାନ୍ତି । ଯାହା ପାକିସ୍ତାନକୁ ସଂପୂର୍ଣ୍ଣ ଦେବାଳିଆ କରିଦେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *