ଗାବ୍ରିଏଲ୍ ବ୍ରହ୍ମାଣ୍ଡ ସୁନ୍ଦରୀ

ପିନ୍ଧିଲେ ୪୬ କୋଟିର ମୁକୁଟ
ନୁ୍ୟ ଅର୍ଲେଅନ୍ସ, ୧୫ା୧: ଆମେରିକାର ଲୁଇସିନିଆ ରାଜ୍ୟ ଅନ୍ତର୍ଗତ ନୁ୍ୟ ଅର୍ଲେଅନ୍ସ ସହରରେ ଆୟୋଜିତ ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ (ମିସ୍ ୟୁନିଭର୍ସ) ପ୍ରତିଯୋଗିତାର ଫଳ ଘୋଷିତ ହୋଇଛି । ୨୦୨୨ ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଆମେରିକାର ଆର୍ ବନୀ ଗାବ୍ରିଏଲ୍ । ୮୪ ଦେଶର ପ୍ରତିଯୋଗିନୀଙ୍କୁ ପଛରେ ପକାଇ ଏହି ସମ୍ମାନଜନକ ବିଜୟ ହାସଲ କରିବା ପରେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଦ ସନ୍ଧୁ ତାଙ୍କୁ ୪୬ କୋଟି ଟଙ୍କା ମୂଲ୍ୟର ମୁକୁଟ ପିନ୍ଧାଇଥିଲେ । ମୁକୁଟରେ ୧୧୦.୮୩ କ୍ୟାରେଟ୍ ନିଲମ ଓ ୪୮.୨୪ କ୍ୟାରେଟ୍ ଧଳା ହୀରା ଖଞ୍ଜା ଯାଇଛି । ଭାରତର ପ୍ରତିନିଧିତ୍ୱ କରିଥିବା ଦିବିକା ରାୟ କଷ୍ଟୁ୍ୟମ୍ ରାଉଣ୍ଡ୍ରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେହେଁ ସେ ଷୋଡଶ ସ୍ଥାନରେ ରହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *