ଏକ୍ସପ୍ରେସ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସିକନ୍ଦରାବାଦ-ବିଶାଖାପାଟଣା ବନେ୍ଦ ଭାରତ
ନୂଆଦିଲ୍ଲୀ (ଏଜେନ୍ସି): ପୋଙ୍ଗଲ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ‘ବନେ୍ଦ ଭାରତ ଏକ୍ସପ୍ରେସ୍’ ଚଳାଚଳର ଶୁଭାରମ୍ଭ କରିଛନ୍ତି ।
ଏହି ଉତ୍ସବମୟ ବାତାବରଣରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଚମକ୍ରାର ଉପହାର ପାଉଛନ୍ତି । ଗୋଟିଏ ପଟୁ ଦେଖିଲେ, “ବନେ୍ଦ ଭାରତ ଏକ୍ସପ୍ରେସ୍’ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ମିଳିତ ସଂସ୍କୃତି ଓ ଐତିହ୍ୟକୁ ସଂଯୋଗ କରିବ । ଏହାଛଡ଼ା ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ଚଳାଚଳ ପାଇଁ ବନେ୍ଦ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରି ଆନନ୍ଦିତ । ଏହା ଜୀବନଧାରାକୁ ସୁଗମ କରିବା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ଅର୍ଥନୀତିକୁ ଉପକୃତ କରିବ ।
ସୂଚନାଯୋଗ୍ୟ, ଏହା ହେଉଛି ୮ମ “ବନେ୍ଦ ଭାରତ ଏକ୍ସପ୍ରେସ୍’ ତେଲେଙ୍ଗାନାର ସିକନ୍ଦରାବାଦ ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମଧ୍ୟରେ ଏହାର ଚଳାଚଳ ସମୟ ହେଉଛି ୮ ଘଣ୍ଟା । ଏହାବ୍ୟତୀତ ୱାରାଙ୍ଗଲ୍, ଖାମ୍ମାମ୍, ବିଜୟୱାଡ଼ା ଏବଂ ରାଜମୁଣ୍ଡାରୀରେ ଏହି ଟ୍ରେନ୍ର ଷ୍ଟପେଜ୍ ରହିଛି ।
“ବନେ୍ଦ ଭାରତ ଏକ୍ସପ୍ରେସ୍’ରେ ଥିବା ଅନେକ ସୁରକ୍ଷା ଉପକରଣ ଭିତରୁ “କବଚ’ ଟେକ୍ନୋଲୋଜି ଅନ୍ୟତମ । ଏହି ଟେକ୍ନୋଲୋଜି ଟ୍ରେନ୍ ଧକ୍କା ଭଳି ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେବ । ଏହି ଟ୍ରେନ୍ର ସବୁ ଶ୍ରେଣୀର ବଗିରେ ପଛକୁ ଆଉଜି ହେବା ପରି ସିଟ୍ ଏବଂ ଏକ୍ଜିକୁ୍ୟଟିଭ୍ ବଗିରେ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲି ପାରୁଥିବା ସିଟ୍ ରହିଛି ।