ଦେଶରକ୍ଷାରେ ଯବାନଙ୍କ ଭୂମିକା ଅତୁଳନୀୟ

ପ୍ରଥମ ଥର ଦିଲ୍ଲୀ ବାହାରେ ସେନା ଦିବସ
ନୂଆଦିଲ୍ଲୀ (ଏଜେନ୍ସି): ବର୍ଷବର୍ଷ ଧରି ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ସେନା ଦିବସ ପ୍ରଥମଥର ପାଇଁ ବାହାରେ ଅନୁଷ୍ଠିତ ହୋଇଛି । ରବିବାର ୭୫ତମ ସେନା ଦିବସ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ୱାମୀ ପରେଡ୍ ଗ୍ରାଉଣ୍ଡରେ ପାଳନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସମସ୍ତ ସେନା କର୍ମ·ରୀ, ଅବସର ଗ୍ରହଣ କରିଥିବା ସେନା କର୍ମ·ରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତ୍ୟେକ ଭାରତୀୟ ଆମ ସେନା ପାଇଁ ଗର୍ବିତ । ଦେଶବାସୀ ଯବାନମାନଙ୍କ ପ୍ରତି ସବୁବେଳେ କୃତଜ୍ଞ ରହିବେ । ଦେଶରକ୍ଷାରେ ଯବାନଙ୍କ ଭୂମିକା ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ଆୟୋଜିତ ପରେଡ୍କୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଉଦ୍ଘାଟନ କରିଛନ୍ତି । ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଉଦ୍ବୋଧନ ଦେଇ କହିଛନ୍ତି, ଭବିଷ୍ୟତ ପାଇଁ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ସେନାକୁ ପ୍ରସ୍ତୁତ କରାଯିବ । ପ୍ରଥମଥର ପାଇଁ ସେନାଦିବସ ପରେଡ୍ ପରମ୍ପରା ଭାଙ୍ଗି ଦିଳ୍ଲୀ ବାହାରେ ଅନୁଷ୍ଠିତ ହୋଇଛି । ଏହା ସାଧାରଣରେ ସେନାରେ ଯୋଗଦେବା ଲାଗି ଆଗ୍ରହ ବଢ଼ାଇବ ।
୧୯୪୯ରେ ସେନା ଦିବସ ପରେଡ୍ ଆରମ୍ଭ ହୋଇଥିଲା । ଭାରତୀୟ ସେନାର ଶେଷ ବ୍ରିଟିସ୍ କମାଣ୍ଡର୍-ଇନ୍-ଚିଫ୍ ଜେନେରାଲ୍ ସାର୍ ଫ୍ରାନ୍ସିସ୍ ରବର୍ଟ ରୟ ବୁଚରଙ୍କ ଠାରୁ ଭାରତର ଜେନେରାଲ୍ କେ. ଏମ୍. କାରିଆପ୍ପା ଦାୟିତ୍ୱଗ୍ରହଣ କରିବା ଘଟଣାକୁ ସ୍ମରଣ ପାଇଁ ପ୍ରତିବର୍ଷ ଜାନୁଆରୀ ୧୫ରେ ସେନା ଦିବସ ପାଳନ କରାଯାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *